Posted inଜାତୀୟ

ହିନ୍ଦୁ ଦେବୀଦେବତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଲୋକଙ୍କ ଆକାଉଣ୍ଟ୍‌କୁ ବ୍ଲକ୍‌ କରିବାକୁ କହିଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୨୯।୩ : ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଲୋକଙ୍କ ଆକାଉଣ୍ଟ୍‌କୁ ବ୍ଲକ୍‌ କରିବା ଉଚିତ। ଏହି ପ୍ରସଙ୍ଗରେ ନୀତିଗୁଡିକର ସୁଧାର କରିବାର ଆବଶ୍ୟକତା ଅଛି। ଦେବୀଦେବତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ ତାଗିଦ୍‌ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ବିନା ଏହା କୌଣସି ବ୍ୟକ୍ତିଙ୍କ ଆକାଉଣ୍ଟକୁ ଅବରୋଧ କରେ ନାହିଁ ବୋଲି ଟୁଇଟର କହିଛି। ଏହା ଉପରେ ହାଇକୋର୍ଟ କହିଛନ୍ତି, ଯଦି ଏପରି ହୁଏ ତେବେ ଡୋନାଲ୍ଡ ଟ୍ରମ୍ପଙ୍କୁ କାହିଁକି ବ୍ଲକ୍‌ କରାଯାଇଥିଲା। କାର୍ଯ୍ୟରତ ପ୍ରଧାନ ବିଚାରପତି ଭିପିନ ସାଙ୍ଗି ଏବଂ ଜଷ୍ଟିସ ନବୀନ ଚାୱଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟୁଇଟରର କାର୍ଯ୍ୟକଳାପ ସମ୍ପର୍କରେ ପ୍ରଶ୍ନ ପଚାରିଛନ୍ତି। ଅଦାଲତ କହିଛନ୍ତି ଯେ ଦୁନିଆର ଅନେକ ସ୍ଥାନରେ ଏଭଳି ସମ୍ବେଦନଶୀଳ ବିଷୟବସ୍ତୁ ପୋଷ୍ଟ କରାଯାଇଛି। ଟୁଇଟର୍‌ ଏଗୁଡିକ ଉପରେ ଅଧିକ ସଚେତନ ହେବା ଉଚିତ୍‌।

କୋର୍ଟ ଏକ ପିଟିଶନର ଶୁଣାଣି କରିଥିଲେ। ଏହି ଆବେଦନରେ କୁହାଯାଇଥିଲା ଯେ ’ଇଥିଷ୍ଟରପବ୍ଲିକ’ ନାମକ ଏକ ଟୁଇଟର ହ୍ୟାଣ୍ଡେଲ ମା କାଳୀ ଏବଂ ଅନ୍ୟ ହିନ୍ଦୁ ଦେବତାଙ୍କୁ ପରିହାସ କରିଛି ଏବଂ ଆପତ୍ତିଜନକ ମନ୍ତବ୍ୟ ଦେଇଛି। ଏହିପରି ଆକାଉଣ୍ଟକୁ ନିଷିଦ୍ଧ କରିବାକୁ ଟୁଇଟର ଏକ ଏସ୍ପିଓ ଜାରି କରିବା ପାଇଁ ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଟୁଇଟର କହିଛି ଯେ ଏହି ବିବାଦୀୟ ସାମଗ୍ରୀକୁ ହଟାଇ ଦିଆଯାଇଛି ଏବଂ ଏକ ଏଫଆଇଆର ମଧ୍ୟ ପଞ୍ଜିକୃତ ହୋଇଛି । ଟୁୁଇଟର ପକ୍ଷରୁ ଆଇନଜୀବୀ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ବିନା କାହା ବିରୋଧରେ ଆସିଥିବା ଅଭିଯୋଗକୁ ଦେଖି ତାଙ୍କ ଅକାଉଣ୍ଟ୍‌କୁ ବ୍ଲକ୍‌ କରାଯାଇ ପାରିବ ନାହିଁ। ଅଦାଲତ କହିଛନ୍ତି ଯେ ଏଭଳି ଅଭିଯୋଗ ବାରମ୍ବାର ଆସୁଛି। ଏପରି ପରିସ୍ଥିତିରେ ଟୁଇଟର ସୋସିଆଲ ମିଡିଆ ବିଷୟବସ୍ତୁ ଉପରେ ନଜର ରଖିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ମୋଦି ସରକାରଙ୍କୁ ଘେରିଲେ ଓଡ଼ିଶା ଏମ୍‌ପି: କେନ୍ଦ୍ରୀକରଣ ବଢ଼ିଲେ ସମନ୍ବୟ ନୁହେଁ, ବଢ଼ିବ ସଂଘର୍ଷ

ପଦ୍ମପୁର, ୩୧।୩(ପ୍ରଦୀପ୍ତ ଦାଶ): ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସାଧାରଣ ପ୍ରଶାସନ) ବିଧେୟକ, ୨୦୨୬ ଉପରେ ଚର୍ଚ୍ଚା କରି ବିଲ୍‌ରେ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri