Posted inଜାତୀୟ

ସର୍ବ ପୁରାତନ ମାମଲାର ଫଇସଲା ଦେଲେ ହାଇକୋର୍ଟ…

କୋଲକାତା,୧୬।୧ : କୋଲକାତା ହାଇକୋର୍ଟରେ ଦେଶର ସର୍ବ ପୁରାତନ ମକଦ୍ଦମାର ଫଇସଲା ୭୨ ବର୍ଷ ପରେ ପ୍ରଦାନ କରି ଏହାକୁ ଶେଷ କରିଛନ୍ତି। କୌତୁହଳର ବିଷୟ, କୋଲକାତା ହାଇକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ୧୯୫୧ ମସିହାରେ ଜନ୍ମ ହୋଇଥିଲେ, ଏହି ମାମଲା ପଞ୍ଜୀକୃତ ହେବାର ପ୍ରାୟ ୧୦ ବର୍ଷ ପରେ। କୋଲକାତା ହାଇକୋର୍ଟଙ୍କ ଫଇସଲା ଦ୍ୱାରା ବରହମପୁର ବ୍ୟାଙ୍କ ଲିମିଟେଡକୁ ବନ୍ଦ କରିବା ପ୍ରକ୍ରିୟା ସହ ଜଡିତ ମକଦ୍ଦମା ଶେଷ ହୋଇଛି। ତେବେ ଦେଶର ପରବର୍ତ୍ତୀ ପାଞ୍ଚଟି ପୁରାତନ ବିଚାରାଧୀନ ମାମଲା ମଧ୍ୟରୁ ଦୁଇଟି ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ୧୯୫୨ ରେ ଏସବୁ ଦାଖଲ କରାଯାଇଥିଲା ।

 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦେଶର ଅବଶିଷ୍ଟ ତିନୋଟି ପୁରାତନ ମାମଲା ମଧ୍ୟରୁ ପଶ୍ଚିମବଙ୍ଗର ମାଲଦାର ସିଭିଲ କୋର୍ଟରେ ଦୁଇଟି ସିଭିଲ ମାମଲା ଚାଲିଛି ଏବଂ ଗୋଟିଏ ମାଡ୍ରାସ ହାଇକୋର୍ଟରେ ବିଚାରାଧୀନ ଅଛି। ଦୀର୍ଘ ଦିନ ଧରି ଚାଲିଆସୁଥିବା ମାମଲାଗୁଡ଼ିକର ସମାଧାନ ପାଇଁ ଚଳିତ ବର୍ଷ ମାର୍ଚ୍ଚ ଏବଂ ନଭେମ୍ବରରେ ମାଲଦା କୋର୍ଟର ଶୁଣାଣି ତାରିଖ ସ୍ଥିର କରାଯାଇଛି। ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡରେ ବରହମପୁର ମାମଲା ୯ ଜାନୁଆରୀ ସୁଦ୍ଧା କୌଣସି ଭାରତୀୟ କୋର୍ଟରେ ଶୁଣାଣି ହୋଇଥିବା ସର୍ବ ପୁରାତନ ମାମଲା ଭାବରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri