Posted inଜାତୀୟ

ବିବାହ ଆଶା ନ ଥିଲେ ସାଥୀ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି ମହିଳା, ବଳାତ୍କାର ମାମଲାକୁ ଖାରଜ କଲେ ହାଇକୋର୍ଟ…

ହାଇଦ୍ରାବାବ,୧।୧୧ : ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି କୌଣସି ମହିଳା ବିବାହ ଆଶା ନ ଥିଲେ ସାଥି ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି। ତାଙ୍କୁ ବିବାହ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି ଆଧାରରେ ସେ ଜଣେ ପୁରୁଷଙ୍କୁ ଡେଟ କରିଥାନ୍ତି। ବିବାହର କମ ସମ୍ଭାବନା ଥିଲେ ମହିଳା ଶାରୀରିକ ସମ୍ପର୍କ ରଖିବାକୁ ଆଗଭର ହୁଅନ୍ତି ନାହିଁ। ଏହି ରାୟ ଦେବା ସହିତ କୋର୍ଟ ଏହି ବଳାତ୍କାର ମାମଲାକୁ ଖାରଜ କରିଦେଇଛନ୍ତି।

ଅଭିଯୁକ୍ତ ବିବାହରୁ ଦୂରେଇ ରହିଥିବା ସମ୍ପୃକ୍ତ ମହିଳା ଆବେଦପନ କରିଥିଲେ। ଜଷ୍ଟିସ କେ ଶ୍ରୀନିବାସ ରେଡ୍ଡୀଙ୍କ ଏକ ବେଞ୍ଚ କହିଛନ୍ତି ବିବାହର କୌଣସି ସମ୍ଭାବନା ନ ଥିବା କ୍ଷେତ୍ରରେ କୌଣସି ବୁଦ୍ଧିମାନ ମହିଳା କେବେ ମଧ୍ୟ ଶାରୀରିକ ସମ୍ପର୍କ ପାଇଁ ସମ୍ମତି ଦେବେ ନାହିଁ। ଯଦି ଅଭିଯୁକ୍ତ ବିବାହକୁ ଏଡ଼ାଇ ଆସୁଥିଲେ, ତେବେ ମହିଳା ଜଣକ କାହିଁକି ୨ ବର୍ଷ ପର୍ଯ୍ୟନ୍ତ ତାଙ୍କ ସହିତ ଏଭଳି ସମ୍ପର୍କ ରଖିଥିଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

କୋର୍ଟ କହିଛନ୍ତି ଅଭିଯୋଗକାରୀ ଜଣେ ଉଚ୍ଚଶିକ୍ଷିତ ମହିଳା ଯିଏ ଭୁଲ ବୁଝାମଣା ଏବଂ ଏହାର ପରିଣାମ ବିଷୟରେ ଅବଗତ ଅଛନ୍ତି। କୋର୍ଟ ଏଫଆଇଆର ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଅଭିଯୋଗକାରୀ ଜାଣିଛନ୍ତି ଉଭୟ ଭିନ୍ନ ସମ୍ପ୍ରଦାୟର ଅଟନ୍ତି ଏବଂ ତେଣୁ ସେମାନେ ବିବାହ କରିପାରିବେ ନାହିଁ। ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଅଭିଯୋଗକାରୀ ଅଭିଯୁକ୍ତଙ୍କ ସହ ଅନେକ ସ୍ଥାନକୁ ବୁଲିବାକୁ ଯାଇଛନ୍ତି। ଏହା ଉପରେ ଅଦାଲତ କହିଛନ୍ତି ସାଧାରଣତଃ ଏହା ଘଟେ ଯେତେବେଳେ ଦମ୍ପତି ପରସ୍ପରକୁ ପ୍ରେମ କରନ୍ତି ଏବଂ ପରବର୍ତ୍ତୀ ସମୟରେ କ’ଣ ହେବ ସେ ବିଷୟରେ ଚିନ୍ତିତ ନ ଥାନ୍ତି? ଏହି ରାୟ ସହିତ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ବଳାତ୍କାର ଅଭିଯୋଗକୁ ଖାରଜ କରି ତାଙ୍କ ବିରୋଧରେ ଥିବା ଅନ୍ୟ ଅଭିଯୋଗର ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri