Posted inଜାତୀୟ

ହାଇକୋର୍ଟ ବେଞ୍ଚ ହେବ ନାହିଁ

ନୂଆଦିଲ୍ଲୀ,୧୫।୧୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଚାଲିଥିବା ଆନ୍ଦୋଳନ ଏବଂ ବିକ୍ଷୋଭରେ ଯବନିକା ପଡ଼ିଛି। ଆଇନଜୀବୀଙ୍କ ଏହି ଦାବି ପ୍ରତି ସର୍ବୋଚ୍ଚ ଅଦାଲତ ବୁଧବାର କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଟେକ୍ନୋଲୋଜିର ବହୁଳ ବ୍ୟବହାର ଆଇନଜୀବୀଙ୍କ ବେଞ୍ଚ ପ୍ରତିଷ୍ଠା ଦାବିକୁ ପୁରୁଣାକାଳିଆ କରିପକାଇଛି। ଟେକ୍ନୋଲୋଜିର ବ୍ୟବହାର ଦିନକୁ ଦିନ ବିସ୍ତାର ହେବାରେ ଲାଗିଛି। ଏହାକୁ ହାଇକୋର୍ଟ ମଧ୍ୟ ଠିକ୍‌ ଭାବେ ନିରୀକ୍ଷଣ କରୁଛନ୍ତି। ଓଡ଼ିଶାର ପ୍ରତି ଜିଲାରେ ଇ-କୋର୍ଟ ବ୍ୟବସ୍ଥା ଉପଲବ୍ଧ ରହିଛି।

ଆବେଦନକାରୀମାନେ ନିଜ ଅଞ୍ଚଳରେ ଥାଇ ମଧ୍ୟ ହାଇକୋର୍ଟରେ ଆବେଦନ କରିପାରିବେ। ଆସନ୍ତା ୩ମାସ ମଧ୍ୟରେ ହାଇକୋଟର୍ର୍ ଶୁଣାଣି ଭର୍ଚୁଆଲ୍‌ରେ ଉପଲବ୍ଧ ହୋଇପାରିବ, ଫଳରେ ମାମଲାରେ ସମ୍ପୃକ୍ତ ବ୍ୟକ୍ତି ଏବଂ ଆଇନଜୀବୀ ଭର୍ଚୁଆଲ୍‌ରେ ଶୁଣାଣିରେ ଭାଗ ନେଇପାରିବେ। ତେଣୁ ପଶ୍ଚିମ ଓଡ଼ିଶାରେ କୌଣସି ପ୍ରକାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଇପାରିବ ନାହିଁ ବୋଲି ବିଚାରପତି ଏସ୍‌.କେ. କଲ୍‌ ଏବଂ ବିଚାରପତି ଅଭୟ ଏସ୍‌. ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ବଲାଙ୍ଗୀର, କୋରାପୁଟ, ବ୍ରହ୍ମପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ରାଉରକେଲା ଏବଂ ସମ୍ବଲପୁରଠାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ହୋଇଆସୁଛି। ହେଲେ ୧୯୮୫ ଯଶଓ୍ବନ୍ତ ସିଂ କମିଟି ରିପୋର୍ଟ ଅନୁସାରେ ଉକ୍ତ ସ୍ଥାନଗୁଡ଼ିକ ମଧ୍ୟରୁ ମାତ୍ର ୨ଟି ଜିଲା ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବିଦାର ହୋଇପାରୁଛନ୍ତି। କାରଣ କମିଟିର ସୁପାରିସ ଅନୁସାରେ ହାଇକୋର୍ଟଠାରୁ ୩୦୦କିମି. ଦୂରରେ ଥିବା ସ୍ଥାନରେ ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା କରାଯାଇପାରିବ। କମିଟି ରିପୋର୍ଟକୁ ଗ୍ରହଣ କରାଯାଇ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିିଷ୍ଠା ନେଇ କିଛି ବିଚାର କରାଯାଇ ପାରିଥାନ୍ତା, ହେଲେ ଆଇନଜୀବୀମାନଙ୍କ ଏଭଳି ଅଶୋଭନୀୟ ଆଚରଣ ଏବଂ ବିକ୍ଷୋଭ ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା ଦ୍ୱାରକୁ ବନ୍ଦ କରିଦେଇଛି ବୋଲି ଖଣ୍ଡପୀଠ କହିଛନ୍ତି। ଏଭଳି ଉପରଠାଉରିଆ ଦାବିକୁ ନେଇ ସ୍ଥାୟୀ ବେଞ୍ଚ ସ୍ଥାନାନ୍ତର କିମ୍ବା ପ୍ରତିଷ୍ଠା କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଏହି ପ୍ରସଙ୍ଗ ଉପରେ ଆଲୋଚନାକୁ ବନ୍ଦ କରିଛନ୍ତି।

ଆଇନଜୀବୀଙ୍କ ବିକ୍ଷୋଭ ଏବଂ ଆନ୍ଦୋଳନ ରୋକିବାରେ ରାଜ୍ୟ ପୋଲିସ ବିଫଳ ହୋଇଥିବାରୁ ଓଡ଼ିଶା ଡିଜିପି ଏବଂ ସମ୍ବଲପୁର ଆଇଜିଙ୍କୁ ଭିଡିଓ କନ୍‌ଫରେନ୍ସ ଜରିଆରେ ବୁଧବାର ଉପସ୍ଥିତ ରହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇବାକୁ ସୋମବାର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବୁଧବାର ପୋଲିସ ଡିଜି ସୁନୀଲ ବଂଶଲ ଏବଂ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଶୁଣାଣିରେ ଉପସ୍ଥିତ ଥିଲେ। ଗତ ୧୨ ତାରିଖରେ ଜିଲା ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଥିଲା। ଏପରି କି ୧୫ପ୍ଲାଟୁନ୍‌ ପୋଲିସ ମୁତୟନ ସହ କୋର୍ଟ ବାହାରେ ୧୪୪ଧାରା ଜାରି କରାଯାଇଥିଲା।

ହେଲେ ଆଇନଜୀବୀଙ୍କ ଆନ୍ଦୋଳନରେ ବିଭିନ୍ନ ସଂଗଠନ ସାମିଲ ହେବା ଏବଂ ସେମାନଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ ରୋକିବାରେ ପୋଲିସ ସଫଳ ହୋଇ ନ ଥିଲା। ତେବେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ଏବଂ ଶାନ୍ତି ବଜାୟ ରଖିବା ସହ ଅଦାଲତର କାର୍ଯ୍ୟ କିପରି ସୁଚାରୁରୂପେ ଚାଲିବ, ତାକୁ ନିଶ୍ଚିତ କରିବାର ଦାୟିତ୍ୱ ନିଜେ ନେବେ ବୋଲି ଡିଜିପି ବଂଶଲ ଏବଂ ଆଇଜି ଦୀପକ କୁମାର ଖଣ୍ଡପୀଠଙ୍କ ନିକଟରେ କହିଥିଲେ। ଅପରପକ୍ଷରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ପୋଲିସର କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ନଜରରେ ରଖାଯିବ ବୋଲି ଖଣ୍ଡପୀଠ କହିଥିଲେ। ଏଥିସହିତ ଡିସେମ୍ବର ୧୨ରେ ସତ୍ୟାଗ୍ରହରେ ସାମିଲ ହୋଇଥିବା ଆଇନଜୀବୀଙ୍କ ବିରୋଧରେ ଅବମାନନା(କଣ୍ଟେମ୍ପ୍ଟ) ନୋଟିସ୍‌ ସର୍ବୋଚ୍ଚ ଅଦାଲତ ଜାରି କରିଛନ୍ତି। ଡିସେମ୍ବର ୧୨ରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ ଡାକରା ଦିଆଯାଇଥିଲା, ଯେଉଁଥିରେ ୨୬ଟି ଜିଲାର ଓକିଲମାନେ ସାମିଲ ହୋଇଥିଲେ ବୋଲି ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ସୂଚନା ଦିଆଯାଇଥିଲା। ଏହା ପରେ ଖଣ୍ଡପୀଠ ଆଇନଜୀବୀ ଶିବ ଶଙ୍କର ମିଶ୍ରଙ୍କୁ ଡିସେମ୍ବର ୧୨ ସତ୍ୟାଗ୍ରହରେ ସାମିଲ ହୋଇଥିବା ସମସ୍ତ ଆଇନଜୀବୀଙ୍କ ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୬କୁ ଧାର୍ଯ୍ୟ କରିଛନ୍ତି।

ଏଥିସହିତ ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ପାରିତ ହୋଇଥିବା ରିଜୋଲ୍ୟୁଶନକୁ ଖଣ୍ଡପୀଠ ଖାରଜ କରିବା ସହିତ ସେମାନଙ୍କ ଆନ୍ଦୋଳନକୁ ନିଃସର୍ତ୍ତ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ବାର କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ବିସିଆଇ) କୋର୍ଟ ରୁମ୍‌ ଭଙ୍ଗାରୁଜା, ବିଚାରପତିଙ୍କ କାର୍ଯ୍ୟରେ ବାଧା ଏବଂ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ସମ୍ବଲପୁର ଜିଲା ବାର୍‌ ଆସୋସିଏଶନର ୪୩ଜଣ ଆଇନଜୀବୀଙ୍କ ଲାଇସେନ୍ସକୁ ୧୮ମାସ ପାଇଁ ରଦ୍ଦ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri