Posted inରାଜ୍ୟ

ଏକାଧିକ ପ୍ଲଟ୍‌ ଆବଣ୍ଟନ ଉପରେ ହାଇକୋର୍ଟଙ୍କ ରୋକ

କଟକ ଅଫିସ,୩।୫: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ୍‌ ନେବା ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କଠାରୁ ଏକାଧିକ ପ୍ଲଟ୍‌ ନେବା ନିମନ୍ତେ ଦାଏର ମାମଲାର ବିଚାର କରି ବିଚାରପତି ବିଶ୍ୱନାଥ ରଥ ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଗୋଟିଏରୁ ଅଧିକ ପ୍ଲଟ୍‌ ନେଇପାରିବେ ନାହିଁ ବୋଲି ରାୟ ପ୍ରଦାନ କରିଛନ୍ତି। ଏହି ରାୟକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଡ୍‌ଭୋକେଟ୍‌ ଜେନେରାଲ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କ ଜରିଆରେ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିୟମାବଳୀ ପ୍ରବର୍ତ୍ତନ କରିବାକୁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ବିଡିଏର ଜଣେ ଅବସରପ୍ରାପ୍ତ କର୍ମଚାରୀ ସରୋଜକାନ୍ତ ମଲ୍ଲିକ ବିଡିଏରୁ କର୍ମଚାରୀ ଇଚ୍ଛାଧୀନ କୋଟା ସହିତ ଭିନ୍ନ ତରିକାରେ ୩ଟି ପ୍ଲଟ୍‌ ହାତେଇଥିଲେ। ସେ ବିଡିଏର ଜୁନିୟର ଆସିଷ୍ଟାଣ୍ଟ ଥିବାବେଳେ କଳିଙ୍ଗନଗର ପ୍ଲଟେଡ୍‌ ଡେଭଲପମେଣ୍ଟ ଯୋଜନାରେ କର୍ମଚାରୀ ଇଚ୍ଛାଧୀନ କୋଟାରେ ୧୯୯୧ରେ ଏକ ପ୍ଲଟ୍‌ ନେଇଥିଲେ। ୧୯୯୯ରେ ସେ ଏହି ପ୍ଲଟ୍‌କୁ ବିଡିଏ କର୍ତ୍ତୃପକ୍ଷଙ୍କ ଅନୁମୋଦନରେ ଫରହଟ ନିଜାମି ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ତାଙ୍କ ନାମରେ ବିଡିଏ ଅଞ୍ଚଳରେ କୌଣସି ଆବାସିକ ବା ବ୍ୟବସାୟିକ ପ୍ଲଟ୍‌ ନ ଥିବାରୁ ୨୦୦୦ରେ ସେ ଏକ ବ୍ୟବସାୟିକ ପ୍ଲଟ୍‌ ଡିଷ୍ଟ୍ରିକ୍ଟ ସେଣ୍ଟର ପ୍ଲଟେଡ୍‌ ଡେଭେଲପମେଣ୍ଟ ଯୋଜନାରେ ଚନ୍ଦ୍ରଶେଖରପୁରଠାରେ ବିଡିଏଠାରୁ ନେଇଥିଲେ। ତାଙ୍କର ରହିବା ପାଇଁ କୌଣସି ଆବାସିକ ପ୍ଲଟ୍‌ ନ ଥିବାରୁ ସେ କର୍ମଚାରୀ କୋଟାରେ ଚନ୍ଦ୍ରଶେଖରପୁର ପ୍ରାଚୀ ଏନ୍‌କ୍ଲେଭରେ ଆବାସିକ ପ୍ଲଟ୍‌ ପାଇବା ନିମନ୍ତେ ଆଉ ଏକ ଆବେଦନ କରିଥିଲେ। ହେଲେ ବିଡିଏ ପକ୍ଷରୁ ତୃତୀୟ ପ୍ଲଟ୍‌ ଆବେଦନକୁ ବାତିଲ କରିଦିଆଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସରୋଜକାନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରିବା ଅବସରରେ କୋର୍ଟ ଉଭୟ ପକ୍ଷରୁ ଜବାବକୁ ପରଖିବା ପରେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଜଣେ ବ୍ୟକ୍ତି ଏକାଧିକ ପ୍ଲଟ୍‌ ନେଇ ବ୍ୟବସାୟୀକରଣ କରୁଛନ୍ତି। ଫଳରେ ପ୍ରକୃତ ହିତାଧିକାରୀ ଭାବେ ସାଧାରଣ ଲୋକ ଭୁବନେଶ୍ୱରରେ ଘରଟିଏ ତିଆରି କରିବାକୁ ପ୍ଲଟ୍‌ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ବିଡିଏ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ସରୋଜକାନ୍ତଙ୍କ ଆବେଦନ ଖାରଜ କରିବା ସହିତ ଓଡ଼ିଶାର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଏନେଇ ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ପକ୍ଷରୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?