Posted inରାଜ୍ୟ

ଏକାଧିକ ପ୍ଲଟ୍‌ ଆବଣ୍ଟନ ଉପରେ ହାଇକୋର୍ଟଙ୍କ ରୋକ

କଟକ ଅଫିସ,୩।୫: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ୍‌ ନେବା ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କଠାରୁ ଏକାଧିକ ପ୍ଲଟ୍‌ ନେବା ନିମନ୍ତେ ଦାଏର ମାମଲାର ବିଚାର କରି ବିଚାରପତି ବିଶ୍ୱନାଥ ରଥ ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଗୋଟିଏରୁ ଅଧିକ ପ୍ଲଟ୍‌ ନେଇପାରିବେ ନାହିଁ ବୋଲି ରାୟ ପ୍ରଦାନ କରିଛନ୍ତି। ଏହି ରାୟକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଡ୍‌ଭୋକେଟ୍‌ ଜେନେରାଲ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କ ଜରିଆରେ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିୟମାବଳୀ ପ୍ରବର୍ତ୍ତନ କରିବାକୁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ବିଡିଏର ଜଣେ ଅବସରପ୍ରାପ୍ତ କର୍ମଚାରୀ ସରୋଜକାନ୍ତ ମଲ୍ଲିକ ବିଡିଏରୁ କର୍ମଚାରୀ ଇଚ୍ଛାଧୀନ କୋଟା ସହିତ ଭିନ୍ନ ତରିକାରେ ୩ଟି ପ୍ଲଟ୍‌ ହାତେଇଥିଲେ। ସେ ବିଡିଏର ଜୁନିୟର ଆସିଷ୍ଟାଣ୍ଟ ଥିବାବେଳେ କଳିଙ୍ଗନଗର ପ୍ଲଟେଡ୍‌ ଡେଭଲପମେଣ୍ଟ ଯୋଜନାରେ କର୍ମଚାରୀ ଇଚ୍ଛାଧୀନ କୋଟାରେ ୧୯୯୧ରେ ଏକ ପ୍ଲଟ୍‌ ନେଇଥିଲେ। ୧୯୯୯ରେ ସେ ଏହି ପ୍ଲଟ୍‌କୁ ବିଡିଏ କର୍ତ୍ତୃପକ୍ଷଙ୍କ ଅନୁମୋଦନରେ ଫରହଟ ନିଜାମି ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ତାଙ୍କ ନାମରେ ବିଡିଏ ଅଞ୍ଚଳରେ କୌଣସି ଆବାସିକ ବା ବ୍ୟବସାୟିକ ପ୍ଲଟ୍‌ ନ ଥିବାରୁ ୨୦୦୦ରେ ସେ ଏକ ବ୍ୟବସାୟିକ ପ୍ଲଟ୍‌ ଡିଷ୍ଟ୍ରିକ୍ଟ ସେଣ୍ଟର ପ୍ଲଟେଡ୍‌ ଡେଭେଲପମେଣ୍ଟ ଯୋଜନାରେ ଚନ୍ଦ୍ରଶେଖରପୁରଠାରେ ବିଡିଏଠାରୁ ନେଇଥିଲେ। ତାଙ୍କର ରହିବା ପାଇଁ କୌଣସି ଆବାସିକ ପ୍ଲଟ୍‌ ନ ଥିବାରୁ ସେ କର୍ମଚାରୀ କୋଟାରେ ଚନ୍ଦ୍ରଶେଖରପୁର ପ୍ରାଚୀ ଏନ୍‌କ୍ଲେଭରେ ଆବାସିକ ପ୍ଲଟ୍‌ ପାଇବା ନିମନ୍ତେ ଆଉ ଏକ ଆବେଦନ କରିଥିଲେ। ହେଲେ ବିଡିଏ ପକ୍ଷରୁ ତୃତୀୟ ପ୍ଲଟ୍‌ ଆବେଦନକୁ ବାତିଲ କରିଦିଆଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସରୋଜକାନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରିବା ଅବସରରେ କୋର୍ଟ ଉଭୟ ପକ୍ଷରୁ ଜବାବକୁ ପରଖିବା ପରେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଜଣେ ବ୍ୟକ୍ତି ଏକାଧିକ ପ୍ଲଟ୍‌ ନେଇ ବ୍ୟବସାୟୀକରଣ କରୁଛନ୍ତି। ଫଳରେ ପ୍ରକୃତ ହିତାଧିକାରୀ ଭାବେ ସାଧାରଣ ଲୋକ ଭୁବନେଶ୍ୱରରେ ଘରଟିଏ ତିଆରି କରିବାକୁ ପ୍ଲଟ୍‌ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ବିଡିଏ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ସରୋଜକାନ୍ତଙ୍କ ଆବେଦନ ଖାରଜ କରିବା ସହିତ ଓଡ଼ିଶାର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଏନେଇ ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ପକ୍ଷରୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri