କେସ୍‌ ଡାଏରୀ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର,୬।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ପ୍ରସଙ୍ଗରେ କେସ୍‌ ଡାଏରୀ ଦାଖଲ ପାଇଁ କମିଶନରେଟ୍‌ ପୋଲିସ ଶୁକ୍ରବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କେସ ଡାଏରୀ ଅନୁଧ୍ୟାପରେ ହାଇକୋର୍ଟ ଯାହା କିଛି ନିଷ୍ପତ୍ତି ନେଇପାରନ୍ତି। ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ମାମଲାରେ ଜାମିନ ପାଇଁ ଅର୍ଚ୍ଚନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ କେସ ଡାଏରୀ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି।
ଅନ୍ୟପକ୍ଷେ, ବ୍ଲାକମେଲିଂ ଓ ସମ୍ପତ୍ତି ଠୁଳ ମାମଲାରେ ଅର୍ଚ୍ଚନାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶୁକ୍ରବାର (ଇଡି)ରେ ହାଜର ହୋଇଥିଲେ। ଇଡି ତାଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ।