Categories: ଜାତୀୟ

ଭିଡ଼ିଓ କନଫରେନ୍ସିଂରେ ବିବାହ ଅନୁମତି ଦେଲେ ହାଇକୋର୍ଟ…

ଚେନ୍ନାଇ, ୩୧।୭ : ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ତାମିଲନାଡୁର ଜଣେ ଯୁବତୀଙ୍କୁ ଭର୍ଚୁଆଲ ମୋଡରେ ବିବାହ କରିବାକୁ ଅନୁମତି ଦେଇଛନ୍ତି। ଯୁବତୀ ଜଣକ ଜଣେ ଆମେରିକୀୟ ନାଗରିକଙ୍କ ସହ ସାତ ଫେରା ନେବାକୁ ଚାହୁଁଛନ୍ତି।

ମଦୁରାଇ ବେଞ୍ଚରେ କନ୍ୟାକୁମାରୀ ଜିଲାର ଭାସାମି ସୁଦର୍ଶନୀଙ୍କ ପକ୍ଷୀଚ ଏନେଇ ନିକଟରେ ଏହି ଆବେଦନ କରାଯାଇଥିଲା। ଏଥିରେ ସେ ରାହୁଲ ଏଲ ମଧୁ ନାମକ ଜଣେ ଏନଆରଆଇଙ୍କୁ ବିବାହ କରିବାକୁ ଉଲ୍ଲେଖ କରିଥିଲେ। ସେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି ଏବଂ ତାଙ୍କୁ ଆମେରିକାର ନାଗରିକତ୍ୱ ମିଳିଛିି।
ସୁଦର୍ଶନ ତାଙ୍କ ଆବେଦନରେ କହିଛନ୍ତି, ଆମ ମାତାପିତା ଏଥିପାଇଁ ଅନୁମତି ଦେଇଛନ୍ତି।

ଆମେ ଦୁହେଁ ହିନ୍ଦୁ ଧର୍ମ ଅନୁସରଣ କରୁ। ଆମେ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ବିବାହ କରିବାକୁ ଯୋଗ୍ୟ ଅଟୁ। ଏହି କାର୍ଯ୍ୟ ଅଧୀନରେ, ଆମେ ଭର୍ଚୁଆଲ ମୋଡ ରେ ବିବାହ କରିବାକୁ ଆବେଦନ କରିଛୁ ।

ଆବେଦନରେ ଦର୍ଶାଯାଇଛି ଯେ ’ଆମେ ଦୁହେଁ ବ୍ୟକ୍ତିଗତ ଭାବେ ବିବାହ ରେଜିଷ୍ଟ୍ରାରଙ୍କ ନିକଟରେ ହାଜର ହୋଇଥିଲୁ। କିନ୍ତୁ ଆମ ବିବାହ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଆମକୁ ୩୦ ଦିନ ଅପେକ୍ଷା କରିବାର ସର୍ତ୍ତ ଦିଆଯାଇଥିଲା। ୩୦ ଦିନ ପରେ ମଧ୍ୟ ରେଜିଷ୍ଟ୍ରାର ଆମର ବିବାହ ଆବେଦନ ଉପରେ କୌଣସି ପଦକ୍ଷେପ ନେଇ ନଥିଲେ।

ଆବେଦନରେ କୁହାଯାଇଥିଲା ରାହୁଲଙ୍କୁ ପାଖରେ ଭାରତରେ ରହିବାକୁ ଆଉ ସମୟ ବାକି ନଥିଲା। ଏଥିସହ ତାଙ୍କ ଛୁଟି ବଢ଼ାଇବା ପାଇଁ କୌଣସି ଉପାୟ ନଥିଲା। ଏଭଳି ପରିସ୍ଥିତିରେ ସେ ଆମେରିକା ଯାଇଥିଲେ ମଧ୍ୟ ତାଙ୍କ ନାମରେ ବିବାହ ପଞ୍ଜିକରଣ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରିଛନ୍ତି ବୋଲି ଏକ ଆଫିଡେଭିଟ ଦେଇଛନ୍ତି। ଏହି ପରିସ୍ଥିତିରେ ସୁଦର୍ଶନ ତାଙ୍କ ପିଟିଶନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିବାହ ପାଇଁ ଅନୁମତି ମାଗିଥିଲେ। ଏହା ସହିତ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ଏହାକୁ ମାନ୍ୟତା ଦେବାକୁ ଦାବି କରିଥିଲେ।

ଏହି ମାମଲାର ଶୁଣାଣି କରି ଜଷ୍ଟିସ ଜି.ଆର ସ୍ବାମୀନାଥନ ସବ-ରେଜିଷ୍ଟ୍ରାରଙ୍କୁ ତିନିଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାହୁଲଙ୍କ ତରଫରୁ ଆବେଦନକାରୀଙ୍କ ପାଖରେ ଏକ ପାୱାର୍‌ ଅଫ ଆଟର୍ଣ୍ଣି ଅଛି, ତେଣୁ ବିବାହ ପରେ ସେ ଏବଂ ରାହୁଲଙ୍କ ନାମରେ ବିବାହ ପ୍ରମାଣପତ୍ରରେ ଦସ୍ତଖତ କରିପାରିବେ ବୋଲି କୋର୍ଟ କହିଛନ୍ତି।

Share