ଅନୁପ୍ରବେଶ ରୋକିବାକୁ ହାଇଆଲର୍ଟ

କେନ୍ଦ୍ରାପଡ଼ା ଅଫିସ, ୧୪ ।୮: ସୋମବାର ସ୍ବାଧୀନତା ଦିବସ ା ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଇଁ ଦେଶ ଆଜାଦୀ କୀ ଅମୃତ ମହୋତ୍ସବ ପାଳନ କରୁଛି ା ଏହି ସମୟରେ ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ସମ୍ଭାବନା ଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ା ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲା ପୋଲିସ ବି ସଜାଗ ରହିଛି ା ସମୁଦ୍ରପଥ ଦେଇ ଅନୁପ୍ରବେଶ ଭୟ ଥିବାରୁ କେନ୍ଦ୍ରାପଡା ଜିଲାରେ ଗତ ୮ ଦିନ ହେବ ଜିଲା ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ା
ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ଲିଙ୍କ୍‌ ରହିବା ସମୁଦ୍ର ତଟବର୍ତ୍ତୀ ଏହି ଜିଲାରେ ନୂଆ ନୁହେଁ ା ୨୦୧୮ ଅଗଷ୍ଟ ୬ରେ ଏହି ଜିଲାର ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତସ୍ଥିତ ମୀରମହଲା ଗ୍ରାମର ହବିବୁର ରହମନଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଥିଲା ା ସେ ଲସ୍କର- ଇ -ତୋଇବାର ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଥିଲେ ବୋଲି ସେତେବେଳେ ଏନ୍‌ଆଇଏ ପକ୍ଷରୁ କୁହାଯାଇଥିଲା ା ଏହା ପୂର୍ବରୁ ୨୦୦୭ରେ ଆତଙ୍କବାଦୀ ସନ୍ଦେହରେ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ମହମ୍ମଦ ଜାଭେଦଙ୍କୁ ଭାରତ- ପାକିସ୍ତାନ ସୀମାରେଖାରୁ ଗିରଫ କରାଯାଇଥିଲା ା ୨୦୧୦ରେ ସେ ଜେଲରୁ ମୁକୁଳିବା ପରେ ଅଦ୍ୟାବଧି ତାଙ୍କ ପତ୍ତା ମିଳି ପାରିନାହିଁ ା ସେହିପରି ୨୦୧୬ରେ ସନ୍ଦିଗ୍ଧ ଅଲ୍‌କାଏଦା ଆତଙ୍କବାଦୀ ଅବଦୁଲ ରହମନ ଗିରଫ ହେବା ପରେ ଜିଲାର କେତୋଟି ମଦ୍ରାସା ଓ ସ୍ଥାନୀୟ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିବା ନେଇ ଆଲୋଚନା ହୋଇଥିଲା ା ଏହି ସହରର ଗୌଡଗୋପ ଅଞ୍ଚଳର ଏକ ମଦ୍ରାସାରେ ସେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଜଣାପଡିଥିଲା ା ଅପରପକ୍ଷେ ଜିଲାର ରାଜନଗର, ମହାକାଳପଡା ଅଞ୍ଚଳରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ୁଥିବା ନେଇ ଆଲୋଚନା ହେଉଛି ା
ଏ ସମ୍ପର୍କରେ ବୁଦ୍ଧିଜୀବୀ ଇଚ୍ଛାପୁରସ୍ଥ ଚିତ୍ତରଞ୍ଜନ ସାହୁ କହିଛନ୍ତି, ୨୦୦୫ରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ ହୋଇଥିଲା ା ଏହି ସମୟରେ ମହାକାଳପଡ଼ାରେ ୧୫୫୧, ରାଜନଗରରେ ୯୦ ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୩୬ ଜଣ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର ନୋଟିସ ଦିଆଯାଇଥିଲା। ୧୯୬୨ରୁ ଅଦ୍ୟାବଧି ଭିତରକନିକା ସଂରକ୍ଷିତ ଅଞ୍ଚଳରେ ୪୩ ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ହୋଇଛି ା ଏବେ ଜିଲାରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି ା ଏଥିମଧ୍ୟରୁ ପ୍ରାୟ ୧ ଲକ୍ଷ ୬୦ ହଜାର ବଙ୍ଗଭାଷୀ ଅଛନ୍ତି ା ସେମାନଙ୍କ ମଧ୍ୟରେ ପ୍ରାୟ ୩୨ ହଜାର ବାଂଲାଦେଶୀ ବୋଲି ଏକ ବେସରକାରୀ ସଂସ୍ଥାର ଆକଳନରୁ ସୂଚନା ମିଳୁଛି ା ଏହି ଅନୁପ୍ରବେଶକାରୀ ରାଜନଗର ଓ ମହାକାଳପଡ଼ା ସମୁଦ୍ର ତଟ, ସୁନ୍ଦରଗଡ଼ ଜିଲା ଓ କଲିକତା ବାଟ ଦେଇ ଆସୁଛନ୍ତି ା ସାମାଜିକ କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି, ଅନୁପ୍ରବେଶକାରୀ ସ୍ଥାନୀୟ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ିବା ନେଇ ପ୍ରମାଣପତ୍ର ହାସଲ କରୁଛନ୍ତି ା ଏହାକୁ ଦେଖାଇ ରାଜସ୍ବ ନିରୀକ୍ଷକଙ୍କୁ ହାତ କରି ଜଙ୍ଗଲଜମିକୁ ଲିଜ୍‌ରେ ନେଉଛନ୍ତି ା କେନ୍ଦ୍ର ସରକାରଙ୍କ ବିଦେଶୀ ନାଗରିକ ଆଇନ ୧୯୪୭ ଧାରା ୩ ଅନୁସାରେ ଏଠାରେ ଦେଶାନ୍ତର ନୋଟିସ ହେବା କଥା ା ମାତ୍ର ଭୋଟ ବ୍ୟାଙ୍କ ରାଜନୀତି ଏମାନଙ୍କୁ ସୁରକ୍ଷା ଯୋଗାଉଛି ା ମାନବାଧିକାର କର୍ମୀ ପ୍ରତାପ କୁମାର ପାଢ଼ୀ କହିଛନ୍ତି, ଅନୁପ୍ରବେଶକାରୀଙ୍କ ପାଇଁ ଜିଲା ଅଶାନ୍ତ ହେବା ସହ ଦେଶ ସୁରକ୍ଷା ବିପନ୍ନ ହେଉଛି ା ୨୦୧୧ ଜନଗଣନା ସମୟରେ ୭୮ ହଜାରରୁ ଅଧିକ ବଙ୍ଗଭାଷୀଙ୍କ ମଧ୍ୟରୁ ୩୯ ହଜାରଙ୍କ ଭୋଟ ପରିଚୟ ପତ୍ର, ରାଶନ କାର୍ଡଠାରୁ ଆରମ୍ଭ କରି ସରକାରୀ ଯୋଜନାରେ ସାମିଲ ହୋଇଛନ୍ତି ା ଜିଲାରେ ୩ ସାମୁଦ୍ରିକ ଥାନା ସହିତ ୧୫ ଥାନା ଥିଲେ ମଧ୍ୟ ଅନୁପ୍ରବେଶ ରୋକିବାକୁ କୌଣସି ପ୍ରୟାସ ନାହିଁ ା ହାଇଆଲର୍ଟ ସମ୍ପର୍କରେ ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା କହିଛନ୍ତି, ୨୦୧୯ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରେ ସମ୍ବିଧାନର ଧାରା ୩୭୦ ଓ ୩୫ ଏ ହଟିବା ପରେ ଆତଙ୍କବାଦ ଆଶଙ୍କା ବୃଦ୍ଧି ପାଇଛି ା ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri