ଅନୁପ୍ରବେଶ ରୋକିବାକୁ ହାଇଆଲର୍ଟ

କେନ୍ଦ୍ରାପଡ଼ା ଅଫିସ, ୧୪ ।୮: ସୋମବାର ସ୍ବାଧୀନତା ଦିବସ ା ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଇଁ ଦେଶ ଆଜାଦୀ କୀ ଅମୃତ ମହୋତ୍ସବ ପାଳନ କରୁଛି ା ଏହି ସମୟରେ ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ସମ୍ଭାବନା ଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ା ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲା ପୋଲିସ ବି ସଜାଗ ରହିଛି ା ସମୁଦ୍ରପଥ ଦେଇ ଅନୁପ୍ରବେଶ ଭୟ ଥିବାରୁ କେନ୍ଦ୍ରାପଡା ଜିଲାରେ ଗତ ୮ ଦିନ ହେବ ଜିଲା ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ା
ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ଲିଙ୍କ୍‌ ରହିବା ସମୁଦ୍ର ତଟବର୍ତ୍ତୀ ଏହି ଜିଲାରେ ନୂଆ ନୁହେଁ ା ୨୦୧୮ ଅଗଷ୍ଟ ୬ରେ ଏହି ଜିଲାର ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତସ୍ଥିତ ମୀରମହଲା ଗ୍ରାମର ହବିବୁର ରହମନଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଥିଲା ା ସେ ଲସ୍କର- ଇ -ତୋଇବାର ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଥିଲେ ବୋଲି ସେତେବେଳେ ଏନ୍‌ଆଇଏ ପକ୍ଷରୁ କୁହାଯାଇଥିଲା ା ଏହା ପୂର୍ବରୁ ୨୦୦୭ରେ ଆତଙ୍କବାଦୀ ସନ୍ଦେହରେ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ମହମ୍ମଦ ଜାଭେଦଙ୍କୁ ଭାରତ- ପାକିସ୍ତାନ ସୀମାରେଖାରୁ ଗିରଫ କରାଯାଇଥିଲା ା ୨୦୧୦ରେ ସେ ଜେଲରୁ ମୁକୁଳିବା ପରେ ଅଦ୍ୟାବଧି ତାଙ୍କ ପତ୍ତା ମିଳି ପାରିନାହିଁ ା ସେହିପରି ୨୦୧୬ରେ ସନ୍ଦିଗ୍ଧ ଅଲ୍‌କାଏଦା ଆତଙ୍କବାଦୀ ଅବଦୁଲ ରହମନ ଗିରଫ ହେବା ପରେ ଜିଲାର କେତୋଟି ମଦ୍ରାସା ଓ ସ୍ଥାନୀୟ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିବା ନେଇ ଆଲୋଚନା ହୋଇଥିଲା ା ଏହି ସହରର ଗୌଡଗୋପ ଅଞ୍ଚଳର ଏକ ମଦ୍ରାସାରେ ସେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଜଣାପଡିଥିଲା ା ଅପରପକ୍ଷେ ଜିଲାର ରାଜନଗର, ମହାକାଳପଡା ଅଞ୍ଚଳରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ୁଥିବା ନେଇ ଆଲୋଚନା ହେଉଛି ା
ଏ ସମ୍ପର୍କରେ ବୁଦ୍ଧିଜୀବୀ ଇଚ୍ଛାପୁରସ୍ଥ ଚିତ୍ତରଞ୍ଜନ ସାହୁ କହିଛନ୍ତି, ୨୦୦୫ରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ ହୋଇଥିଲା ା ଏହି ସମୟରେ ମହାକାଳପଡ଼ାରେ ୧୫୫୧, ରାଜନଗରରେ ୯୦ ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୩୬ ଜଣ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର ନୋଟିସ ଦିଆଯାଇଥିଲା। ୧୯୬୨ରୁ ଅଦ୍ୟାବଧି ଭିତରକନିକା ସଂରକ୍ଷିତ ଅଞ୍ଚଳରେ ୪୩ ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ହୋଇଛି ା ଏବେ ଜିଲାରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି ା ଏଥିମଧ୍ୟରୁ ପ୍ରାୟ ୧ ଲକ୍ଷ ୬୦ ହଜାର ବଙ୍ଗଭାଷୀ ଅଛନ୍ତି ା ସେମାନଙ୍କ ମଧ୍ୟରେ ପ୍ରାୟ ୩୨ ହଜାର ବାଂଲାଦେଶୀ ବୋଲି ଏକ ବେସରକାରୀ ସଂସ୍ଥାର ଆକଳନରୁ ସୂଚନା ମିଳୁଛି ା ଏହି ଅନୁପ୍ରବେଶକାରୀ ରାଜନଗର ଓ ମହାକାଳପଡ଼ା ସମୁଦ୍ର ତଟ, ସୁନ୍ଦରଗଡ଼ ଜିଲା ଓ କଲିକତା ବାଟ ଦେଇ ଆସୁଛନ୍ତି ା ସାମାଜିକ କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି, ଅନୁପ୍ରବେଶକାରୀ ସ୍ଥାନୀୟ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ିବା ନେଇ ପ୍ରମାଣପତ୍ର ହାସଲ କରୁଛନ୍ତି ା ଏହାକୁ ଦେଖାଇ ରାଜସ୍ବ ନିରୀକ୍ଷକଙ୍କୁ ହାତ କରି ଜଙ୍ଗଲଜମିକୁ ଲିଜ୍‌ରେ ନେଉଛନ୍ତି ା କେନ୍ଦ୍ର ସରକାରଙ୍କ ବିଦେଶୀ ନାଗରିକ ଆଇନ ୧୯୪୭ ଧାରା ୩ ଅନୁସାରେ ଏଠାରେ ଦେଶାନ୍ତର ନୋଟିସ ହେବା କଥା ା ମାତ୍ର ଭୋଟ ବ୍ୟାଙ୍କ ରାଜନୀତି ଏମାନଙ୍କୁ ସୁରକ୍ଷା ଯୋଗାଉଛି ା ମାନବାଧିକାର କର୍ମୀ ପ୍ରତାପ କୁମାର ପାଢ଼ୀ କହିଛନ୍ତି, ଅନୁପ୍ରବେଶକାରୀଙ୍କ ପାଇଁ ଜିଲା ଅଶାନ୍ତ ହେବା ସହ ଦେଶ ସୁରକ୍ଷା ବିପନ୍ନ ହେଉଛି ା ୨୦୧୧ ଜନଗଣନା ସମୟରେ ୭୮ ହଜାରରୁ ଅଧିକ ବଙ୍ଗଭାଷୀଙ୍କ ମଧ୍ୟରୁ ୩୯ ହଜାରଙ୍କ ଭୋଟ ପରିଚୟ ପତ୍ର, ରାଶନ କାର୍ଡଠାରୁ ଆରମ୍ଭ କରି ସରକାରୀ ଯୋଜନାରେ ସାମିଲ ହୋଇଛନ୍ତି ା ଜିଲାରେ ୩ ସାମୁଦ୍ରିକ ଥାନା ସହିତ ୧୫ ଥାନା ଥିଲେ ମଧ୍ୟ ଅନୁପ୍ରବେଶ ରୋକିବାକୁ କୌଣସି ପ୍ରୟାସ ନାହିଁ ା ହାଇଆଲର୍ଟ ସମ୍ପର୍କରେ ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା କହିଛନ୍ତି, ୨୦୧୯ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରେ ସମ୍ବିଧାନର ଧାରା ୩୭୦ ଓ ୩୫ ଏ ହଟିବା ପରେ ଆତଙ୍କବାଦ ଆଶଙ୍କା ବୃଦ୍ଧି ପାଇଛି ା ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri