Posted inଜାତୀୟ

India Pakistan War: ଦେଶରେ ହାଇଆଲର୍ଟ, ବାଜିବ ଦୁଇ ପ୍ରକାର ଏୟାର ରେଡ୍‌ ସାଇରନ, ଶଦ୍ଦ ଶୁଣି ଥରି ଉଠିବେ

ନୂଆଦିଲ୍ଲୀ,୭।୫: ଆଉ ଅଧଘଣ୍ଟାଏ ପରେ ବାଜିବାକୁ ଯାଉଛି ଯୁଦ୍ଧ ସାଇରନ। ସାରା ଦେଶରେ କମ୍ପି ଉଠିବ ଯୁଦ୍ଧ ସାଇରନ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆଜି ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ ହେବାକୁ ଯାଉଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ, ତା’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଯାହାପରେ ଭାରତୀୟ ସେନା ମେ ୭ ମଧ୍ୟ ରାତ୍ରିରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ। ଯେଉଁଥିରେ ୭୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

India Pakistan War ତେବେ ଆଜିର ମକଡ୍ରିଲରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ୨୪୪ଟି ସିଭିଲ ଡିଫେନ୍ସ ଜିଲା ସହ ଓଡ଼ିଶାର ୧୨ଜିଲାରେ ଏହି ବିଶାଳ ସମରାଭ୍ୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୯ରେ କାରିଗଲ ଯୁଦ୍ଧ ସମୟରେ ମଧ୍ୟ ଏପରି କୌଣସି ବି ଅଭ୍ୟାସ ହୋଇ ନଥିଲା। ତେବେ ଏହି ଯୁଦ୍ଧ ସାଇରନ କେବେ ଓ କେମିତି ଆରମ୍ଭ ହୋଇଥିଲା ଜାଣନ୍ତି କି? ଆଉ ଏହା ବାଜିଲେ କେତେ ଭୟଙ୍କର ଲାଗେ?

India Pakistan War ଠିକ ୨୦୬ ବର୍ଷ ପୂର୍ବେ ଫ୍ରାନ୍ସରେ ସାଇରନର ଆବିଷ୍କାର ହୋଇଥିଲା। ଏହାର ତୀବ୍ର ଓ ଭୟଙ୍କର ଶବ୍ଦ ଶୁଣି ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ ଓ ହୃଦୟ ସ୍ପନ୍ଦନ ତୀବ୍ର ହୋଇଥାଏ। ଯୁଦ୍ଧ ସମୟରେ ଦୁଇ ପ୍ରକାରର ସାଇରନ ବାଜେ। ଗୋଟିଏ ଶତ୍ରୁ ଆକ୍ରମଣର ସତର୍କତା ଦେବା ପାଇଁ, ଯାହାର ଶବ୍ଦ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଏ। ଅନ୍ୟଟି ବିପଦ ଟଳିଗଲେ ଏକ ସମାନ ଶବ୍ଦରେ ଏକ ମିନିଟ ପାଇଁ ବାଜେ, ଯାହା ସୂଚାଏ ଯେ ସବୁ ସାଧାରଣ ହୋଇଛି।

India Pakistan War ଏୟାର ରେଡ ସାଇରନରେ ଶବ୍ଦ ଉପର-ତଳେ ହୋଇ ତିନି ମିନିଟ ପର୍ଯ୍ୟନ୍ତ ବଜେ। ଏହାକୁ ‘wailing sound’ କୁହାଯାଏ, ଯାହା ଅତ୍ୟନ୍ତ ଭୟଙ୍କର ଓ ମନରେ ଆତଙ୍କ ସୃଷ୍ଟି କରେ। ଏହାର ଶବ୍ଦ ଶୁଣି ଲୋକଙ୍କ ହୃଦୟ ସ୍ପନ୍ଦନ ବୃଦ୍ଧି ହୁଏ, ଅନେକେ ଆତଙ୍କିତ ହୋଇ ପଡନ୍ତି। ଦୁର୍ବଳ ହୃଦୟ ଥିବା ଲୋକମାନେ ଏହାକୁ ଅଧିକ ଭୟ କରନ୍ତି। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହି ଶବ୍ଦ ଶୁଣିଥିବା ଲୋକେ କହିଛନ୍ତି, ଏହା କେତେ ଭୟଙ୍କର ଥିଲା।

India Pakistan War ସାଇରନ ଶୁଣି ହୃଦଘାତରୁ ମୃତ୍ୟୁ ହୁଏ କି?
ହଁ, କିଛି କ୍ଷେତ୍ରରେ ଭୟ ଓ ଚାପ ଯୋଗୁଁ, ବିଶେଷକରି ବୟସ୍କ ଓ ହୃଦୟ ରୋଗୀଙ୍କ ମଧ୍ୟରେ, ହୃଦୟ ଆଘାତରୁ ମୃତ୍ୟୁ ହୋଇଥିବା ଖବର ମିଳିଛି। ୨୦୨୩ ଇଜ୍ରାଏଲ-ହମାସ ଯୁଦ୍ଧ ସମୟରେ ଅଚାନକ ସାଇରନ ବାଜିବାରୁ କିଛି ବୟସ୍କ ଲୋକଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଏପରି ଘଟଣା ଦେଖାଯାଇଥିଲା।

ସାଧାରଣ ସାଇରନରୁ ଯୁଦ୍ଧ ସାଇରନ କିପରି ଭିନ୍ନ?
ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର ସାଇରନ ସାଧାରଣ ହୋଇଥାଏ, ଯାହାର ଶବ୍ଦ ଏକ ସମାନ ରହିଥାଏ। ଏହା ୫୦୦ ମିଟରରୁ ୧ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ଓ ରାସ୍ତା ଖାଲି କରାଇବା। କାରଖାନାର ସାଇରନ ମଧ୍ୟ ଭିନ୍ନ, ଯାହା କାମ ଆରମ୍ଭ, ମଧ୍ୟାହ୍ନ ଭୋଜନ କିମ୍ବା ଜରୁରୀ ପରିସ୍ଥିତି (ଯେପରି ଅଗ୍ନିକାଣ୍ଡ ବା ଗ୍ୟାସ ଲିକ) ପାଇଁ ବଜେ। ଏହାର ଶବ୍ଦ ସିଧା ଓ ଲଗାତାର ହୋଇଥାଏ, ଉପରେ-ତଳେ ହୁଏ ନାହିଁ।

୧୮୧୯ରେ ଫ୍ରାନ୍ସର ଚାଲର୍‌ସ କାଗ୍ନାର୍ଡ ଡି ଲା ଟୁର ପ୍ରଥମେ ମେକାନିକାଲ ସାଇରନର ଆବିଷ୍କାର କରିଥିଲେ। ଏହା ବାୟୁ ଚାପରେ ତୀବ୍ର ଶବ୍ଦ ସୃଷ୍ଟି କରୁଥିଲା। ପ୍ରଥମେ ଏହା ପରୀକ୍ଷାଗାର ଓ କାରଖାନାରେ ବ୍ୟବହୃତ ହୋଇଥିଲା। ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୯୧୮) ସମୟରେ ଏହାର ଯୁଦ୍ଧ ସାଇରନ ରୂପେ ବ୍ୟବହାର ଆରମ୍ଭ ହୋଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ (୧୯୪୨-୪୩) ବ୍ରିଟିଶ ସରକାର କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପ୍ରଥମେ ଏୟାର ରେଡ ସାଇରନ ସ୍ଥାପନ କରିଥିଲେ, କାରଣ ଜାପାନ କୋଲକାତା ଓ ଆଣ୍ଡାମାନ ଉପରେ ଆକ୍ରମଣ କରିଥିଲା। ପରେ ୧୯୬୫ ଓ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସାରା ଦେଶରେ ଏହାର ବ୍ୟବହାର ହୋଇଥିଲା।

ଏୟାର ରେଡ ସାଇରନ ଏକ ବଡ଼ ଓ ଶକ୍ତିଶାଳୀ ବିଦ୍ୟୁତ-ଚାଳିତ ମେସିନ ଦ୍ୱାରା ବଜେ। ଏହା ଲୁହାରେ ର୍ନିମିତ ଓ ହର୍ନ ଆକାରର ହୋଇଥାଏ। ଏହା ସାଧାରଣତଃ ରେଲୱେ ଷ୍ଟେସନ, ପୋଲିସ ଷ୍ଟେସନ, ସୈନ୍ୟ ଶିବିର ଓ ସରକାରୀ ଅଟ୍ଟାଳିକାର ଛାତ ଉପରେ ସ୍ଥାପନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri