Categories: ଜାତୀୟ

ତାମିଲନାଡୁରେ ହାଇଆଲର୍ଟ

ଚେନ୍ନାଇ,୨।୮: ତାମିଲନାଡୁର ସାଲେମରୁ ଆଇଏସ୍‌ ଆତଙ୍କବାଦୀ ସଂଗଠନର ସହଯୋଗୀ ଧରାପଡ଼ିବା ପରେ ରାଜ୍ୟ ଗୋଇନ୍ଦା ବିଭାଗ ଏବଂ ପୋଲିସର ସଜାଗ ହୋଇଉଠିଛି। ଗୋଇନ୍ଦା ଅଧିକାରୀ ଯୁବକଙ୍କୁ ଧରି ଜେରା ପରେ ପୋଲିସକୁ ହସ୍ତାନ୍ତର କରିଥିଲା। ରବିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେ ବର୍ଷେ ହେଲା ଆଇଏସ୍‌ ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ ବୋଲି ପୋଲିସ କହିଛି। ସୂଚନା ଯୋଗ୍ୟ, ଦୁଇ ସପ୍ତାହ ପରେ ୭୫ତମ ସ୍ବାଧୀନତା ଦିବସ ପାଳନ କରାଯିବାକୁ ଥିବାବେଳେ ପୋଲିସ ପକ୍ଷରୁ ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡ ଏବଂ ବିମାନବନ୍ଦରରେ ଯାଞ୍ଚ ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Share