Categories: ଗଞ୍ଜାମ

ପୋଲିସକୁ ଡରି ଲୁଚିଥିଲେ,ବାର୍‌ହା ଫାଶରେ ଜୀବନ ଗଲା: ସାନ ମୃତ, ବଡଭାଇ ଗୁରୁତର

ଗଞ୍ଜାମ,୩୦ା୮(ଡି.ଏନ୍‌.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ ଗଡ଼ହୁମ୍ମାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ପାଇଁ ବସା ଯାଇଥିବା ଫାଶରେ ଲାଗି ସାନର ମୃତ୍ୟୁ ହୋଇଥିବାବେଳେ ବଡ ଗୁରୁତର ହୋଇଛି। ମୃତକ ହେଲେ ଲକ୍ଷ୍ମଣ ଜେନା(୨୮)। ବଡ଼ ପୁଅ ରାଜୁ (୩୦) ଆହତ ହୋଇଛନ୍ତି। ଏକ ଆକ୍ରମଣ ମାମଲାକୁ ନେଇ ଲକ୍ଷ୍ମଣ ଓ ରାଜୁଙ୍କ ନାମରେ ହୁମ୍ମା ଫାଣ୍ଡିରେ ଏତଲା ହୋଇଥିଲା। ଶନିବାର ଅପରାହ୍ନରେ ପୋଲିସ ଭୟରେ ୨ ଭାଇ ନିକଟସ୍ଥ ପାହାଡ଼ରେ ଲୁଚିବାକୁ ଯାଇଥିବାବେଳେ ବାର୍‌ହା ଶୀକାର ପାଇଁ ବସାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିବାବେଳେ ରାଜୁଙ୍କୁ ଉଦ୍ଧାର କରି ଛତ୍ରପୁର ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।