Categories: ଫୁରସତ

ହାତରେ ଲୁଚି ରହିଛି ପ୍ରେମ ସଫଳତା ସୂଚନା…

ହାତରେ ବିଭିନ୍ନ ପର୍ବତ ରହିଛି। ଏସବୁ ଭିନ୍ନ ଭିନ୍ନ ଗ୍ରହକୁ ପ୍ରତିନିଧିତ୍ୱ କରିଥାନ୍ତି। ବୁଢ଼ା ଆଙ୍ଗୁଠି ତଳେ ଥିବା କ୍ଷେତ୍ର ଶୁକ୍ର ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରିଥାଏ। ଏଠାରେ ତ୍ରିଶୂଳ ଆକୃତିର ଚିହ୍ନ ବ୍ୟକ୍ତିକୁ ରୋମାଣ୍ଟିକ୍‌ କରିବା ସହିତ ପ୍ରେମରେ ସଫଳତା ପ୍ରଦାନ କରିଥାଏ। ଯଦି ଏଠାରେ କ୍ରସ୍‌ ଚିହ୍ନ ଥାଏ ତେବେ ବ୍ୟକ୍ତି ଇଣ୍ଟରକାଷ୍ଟ ବିବାହ କିମ୍ବା ମନପସନ୍ଦର ସ୍ଥାନରେ ବିବାହ କରିଥାନ୍ତି ବୋଲି ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ସେହିପରି ମଙ୍ଗଳ ପର୍ବତରେ ତ୍ରିଶୂଳ ଚିହ୍ନ ଥିଲେ ବ୍ୟକ୍ତି କଠିନ ପରିଶ୍ରମ କରି ଧନବାନ ହୋଇଥାନ୍ତି ତଥା ଜମି କିଣିଥାନ୍ତି। ଚନ୍ଦ୍ର ପର୍ବତରେ ତ୍ରିଶୂଳ ଚିହ୍ନ ବ୍ୟକ୍ତିଙ୍କୁ କଳ୍ପନାବିଳାସୀ କରିଥାଏ। କନିଷ୍ଠା ଆଙ୍ଗୁଠି ତଳେ ଥିବା ବୁଧ ପର୍ବତରେ ତ୍ରିଶୂଳ ଚିହ୍ନ ବ୍ୟକ୍ତିଙ୍କୁ ବୁଦ୍ଧିମାନ କରିବା ସହିତ ପ୍ରତିଟି କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ। ବିଶି ଆଙ୍ଗୁଠି ତଳେ ଥିବା ଗୁରୁ ପର୍ବତରେ ତ୍ରିଶୂଳ ଚିହ୍ନ ବ୍ୟକ୍ତିଙ୍କୁ ଧର୍ମ ବିଶ୍ୱାସୀ କରାଇବା ସହିତ ଜୀବନରେ ସଫଳତା ପ୍ରଦାନ ଓ ପ୍ରସିଦ୍ଧି ପ୍ରାପ୍ତିର ପଥ ସୁଗମ କରିଥାଏ। ସେହିପରି ମଧ୍ୟମା ଆଙ୍ଗୁଠି ତଳେ ଥିବା ଶନି ପର୍ବତରେ ତ୍ରିଶୂଳ ଚିହ୍ନ ବ୍ୟକ୍ତିଙ୍କୁ ବିପୁଳ ଧନ ସମ୍ପତ୍ତିର ମାଲିକ କରିଥାଏ ବୋଲି ସାମୁଦ୍ରିକ ଶାସ୍ତ୍ରରେ ସୂଚିତ କରାଯାଇଛି।

Share