ରାଷ୍ଟ୍ରପତିଙ୍କୁ ୧୦ ଦିନ ଧରି ହାକୁଟି, ହସ୍ପିଟାଲରେ ଭର୍ତ୍ତି…

ରିଓ ଡି ଜେନେରିଓ,୧୫।୭: ବ୍ରାଜିଲ୍‌ର ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଗତ ୧୦ ଦିନ ଧରି ହାକୁଟି ଆସୁଛି। ହାକୁଟି ବନ୍ଦ ନ ହେବାରୁ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ଅନ୍ତନାଳୀରେ କିଛି ସମସ୍ୟା ଥିବା ଡାକ୍ତର କହିଛନ୍ତି। ବୋଲସୋନାରୋଙ୍କୁ ବ୍ରାସିଲିଆ ସ୍ଥିତ ସୈନ୍ୟ ବାହିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ସୁସ୍ଥ ଅନୁଭବ କରୁଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନ ପ୍ରଦାନ କରାଯାଇଛି। ୨୦୧୮ରେ ନିର୍ବାଚନ ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ଅନ୍ତନାଳୀରେ ଆଘାତ ଲାଗିଥିଲା। ଏହା ଯୋଗୁ କେତେକ ସମୟରେ ତାଙ୍କୁ କଥା ହେବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବାର କେତେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

Share