ମହିଳାଙ୍କୁ ଘୋଷାଡ଼ି ନେଇ ଚାପିଦେଲା ହାଇଓ୍ବା, ଜଣେ ଗୁରୁତର

ଖୋର୍ଦ୍ଧା,୩ା୨(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ-ବାଘମାରୀ ଧଳାପଥର ରାସ୍ତାର ବଡ଼ବେରେଣା ଡୁମୁଣି ମନ୍ଦିର ନିକଟରେ ହାଇଓ୍ବା ଧକ୍କାରେ ଜଣେ ମହିଳା ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସ୍କୁଟିରେ ଭୁବନେଶ୍ୱର ଅଭିମୁଖେ ଦମ୍ପତି ଯାଉଥିଲେ। ଏହି ସମୟରେ ସ୍ତ୍ରୀଙ୍କୁ ୫୦ ମିଟର ଘୋଷାଡ଼ି ନେଇ ହାଇଓ୍ବା ଚାପିଦେଇଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ପଥର ପକାଇ ରାସ୍ତାରୋକୋ କରିଥିଲେ। ଫଳରେ କିଛି ସମୟ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।