ଟ୍ରକକୁ ଧକ୍କା ଦେଲା ହାଇଓ୍ବା

ବାହାନଗା, ୬ା୧୧(ଅରୂପ କୁମାର  ଦାସ): ୧୬ନଂ. ଜାତୀୟ ରାଜପଥ ଶେରଗଡ ନିକଟସ୍ଥ ଟୋଲଗେଟ୍‌ଠାରେ ଶନିବାର ରାତିରେ  ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇ ହାଇଓ୍ବା ଡ୍ରାଇଭର ଗୁରୁତର ହୋଇଛନ୍ତି। ଦମକଳବାହିନୀ ତାଙ୍କୁ ଉଦ୍ଧାର  କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରିଛି।
ଟୋଲଗେଟ ନିକଟରେ ମାଲ ବୋଝେଇ ଟ୍ରକ୍‌ (ନଂ. ଓଡି ୦୫-କେ-୩୯୭୪) ଛିଡା ହୋଇଥିବା ବେଳେ ହାଇଓ୍ବା (ନଂ.ଓଡି-୨୨ଏକ୍ସ-୨୮୨୦) ପଛପଟୁ ଧକ୍କା ଦେଇଥିଲା।  ହାଇଓ୍ବା ଡ୍ରାଇଭର ଜଳେଶ୍ୱର ଶିଖରପୁର  ଗ୍ରାମର ଅଶୋକ କୁମାର ଗିରି ଚାପିହୋଇ ଗୁରୁତର ହୋଇଥିଲେ। ଖନ୍ତାପଡା ଥାନା ପୋଲିସ ପହଞ୍ଚି ନୀଳଗିରି ଦମକଳବାହିନୀକୁ ଖବର ଦେଇଥିଲେ। ସେମାନେ ପହଞ୍ଚି  ଡ୍ରାଇଭରଙ୍କୁ  ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ବାହାନଗା ଦମକଳ ବିଭାଗ  ଅଧିକାରୀ ନୀଳକଣ୍ଠ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଇ ଉଦ୍ଧାର କରିବାରେ ସଫଳ ହୋଇଥିଲେ।