ମଙ୍ଗଳା କୋଠି ଭାଙ୍ଗିବା ଦାବିରେ ରାସ୍ତାରୋକୋ

ମାଧପୁର, (ମନୋଜ ପ୍ରଧାନ)/ ବଇଣ୍ଡା, ୯।୮ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ନାବାଳକ ସଞ୍ଜୀବ ବିଶ୍ୱାଳଙ୍କୁ ବଳି ଦିଆଯାଇଥିବା ଅଭିଯୋଗର ତଦନ୍ତରେ ପୋଲିସ ଅବହେଳା କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏପରି କି ଟୁସର ଗ୍ରାମରେ ଥିବା ବିବାଦୀୟ ମଙ୍ଗଳା କୋଠିକୁ ଏଯାଏ ପ୍ରଶାସନ ଭାଙ୍ଗି ନ ଥିବାରୁ ଏହାର ପ୍ରତିବାଦ କରି ମଙ୍ଗଳବାର ଅଞ୍ଚଳବାସୀ ମଙ୍ଗଳା କୋଠି ନିକଟରେ ଅପରାହ୍ନ ୩ଟା ୩୦ରେ ରାସ୍ତାରୋକୋ କରିଥିଲେ। ଏହି ସମୟରେ କେତେଜଣ ମହିଳା ମଙ୍ଗଳା କୋଠିକୁ ଭାଙ୍ଗିବାକୁ ଉଦ୍ୟମ କରିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ତେବେ ପ୍ରଶାସନିକ ଅଧିକାରୀ ଓ ପୋଲିସ ସେମାନଙ୍କୁ ବୁଝାଶୁଝା କରିବା ସହ ବୁଧବାର ଏ ନେଇ ଗ୍ରାମରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ନାବାଳକ ସଞ୍ଜୀବଙ୍କୁ ବଳି ଦିଆଯାଇଥିବା ସନ୍ଦେହ ବଢ଼ୁଥିବା ବେଳେ ପୋଲିସ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛି। କେବଳ ମଙ୍ଗଳା କୋଠିର ମହିଳା ପୂଜକ ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅଙ୍କୁ ଗିରଫ କରିବା ବ୍ୟତୀତ ପୋଲିସ ଅଧିକ କିଛି ସଫଳତା ପାଇନାହିଁ। ମୃତଦେହ ମିଳିବାର ୧୧ ଦିନ ପରେ ମଧ୍ୟ ପୋଲିସ ଘଟଣାର ରହସ୍ୟ ଉପରୁ ପରଦା ଉଠାଇପାରି ନାହିଁ। ବରଂ ପୋଲିସ ଗାଡ଼ି ପୋଡ଼ି ଘଟଣାରେ ୩୬୬ ଜଣଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିବା ଭୟ ଦେଖାଉଛି। ଏହି ଘଟଣାରେ ଅନ୍ୟ କେତେଜଣଙ୍କ ସମ୍ପୃକ୍ତି ଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରୁନାହିଁ। ସେମାନେ ଖୋଲାଖୋଲି ଭାବେ ବାହାରେ ବୁଲିବା ସହ ମୃତ ସଞ୍ଜୀବଙ୍କ ପରିବାରକୁ ଧମକ ଦେଉଛନ୍ତି। ବିବାଦୀୟ ମଙ୍ଗଳା କୋଠିକୁ ଉଚ୍ଛେଦ କରିବାକୁ ଅଞ୍ଚଳବାସୀ ଗତ ୩୦ ତାରିଖରେ ଉପଖଣ୍ଡ ପ୍ରଶାସନକୁ ଦାବିପତ୍ର ଦେଇଥିଲେ। ପ୍ରଶାସନ ଖୁବ୍‌ଶୀଘ୍ର ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ଏଯାଏ କୋଠିକୁ ଭଙ୍ଗାଯାଉ ନାହିଁ। ବେସରକାରୀ ଜମିରେ ଉକ୍ତ କୋଠି ନିର୍ମାଣ ହୋଇଥିବା ଆଠମଲ୍ଲିକ ତହସିଲ ପ୍ରଶାସନ ଦର୍ଶାଇଥିଲେ ବି କୋଠି ଭାଙ୍ଗିବା ପାଇଁ ପ୍ରଶାସନ ମନ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ମଙ୍ଗଳା କୋଠିକୁ ଭାଙ୍ଗିବାକୁ ଦାବି କରି ସ୍ଥାନୀୟ ଅଞ୍ଚଳବାସୀ ଓ ମହିଳା ଗୋଷ୍ଠୀ ରାସ୍ତା ଅବରୋଧ କରିଥିଲେ। ଖବରପାଇ ଆଠମଲ୍ଲିକ ଉପ ଜିଲାପାଳ ଜିତେନ୍ଦ୍ର ପାତ୍ର, ଆଠମଲ୍ଲିକ ତହସିଲଦାର ଯଶୋବନ୍ତ ଦେହୁରୀ, ଅତିରିକ୍ତ ତହସିଲଦାର ପ୍ରଭାତ ବିଶାଳ, ଅତିରିକ୍ତ ଏସ୍‌ପି ଏସ୍‌.ଏନ୍‌. ରାୟଗୁରୁ, ଆଠମଲ୍ଲିକ ଏସ୍‌ଡିପିଓ ବାଳକୃଷ୍ଣ କଅଁର ଓ କିଆକଟା ପୋଲିସ ପହଞ୍ଚି ବୁଝାଶୁଝା କରିଥିଲେ। ବୁଧବାର ଗ୍ରାମରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯିବା ପରେ ସନ୍ଧ୍ୟା ୭ଟା ୩୦ରେ ରାସ୍ତାରୋକୋ ହଟିଥିଲା। ଏ ସମ୍ପର୍କରେ ଆଠମଲ୍ଲିକ ଏସ୍‌ଡିପିଓ କଅଁର କହିିଛନ୍ତି, ପୋଲିସ ଠିକ୍‌ ଭାବେ ମାମଲାର ତଦନ୍ତ କରୁଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଖୋଜି ବାହାର କରାଯିବ। ଗାଡ଼ି ପୋଡ଼ି ମାମଲାରେ ଅଞ୍ଚଳବାସୀଙ୍କ ନାମରେ ମାମଲା ରୁଜୁ କରାଯାଇଥିବାରୁ ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ମଙ୍ଗଳା କୋଠିକୁ ନେଇ ପ୍ରଶାସନ ତଦନ୍ତ କରୁଛି। ଆଠମଳ୍ଲିକ ତହସିଲଦାର ଦେହୁରୀ କହିଛନ୍ତି, ମଙ୍ଗଳା କୋଠି ବର୍ତ୍ତମାନ ଭାଙ୍ଗିଦେଲେ ତଦନ୍ତ ବାଧାପ୍ରାପ୍ତ ହେବ। ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୁଧବାର ଗ୍ରାମବାସୀଙ୍କ ସହ ବୈଠକ ପରେ ପଦକ୍ଷେପ ନିଆଯିବ। ଅତରିକ୍ତ ତହସିଲଦାର ବିଶ୍ୱାଳ କହିଛନ୍ତି, ସାଧାରଣ ଲୋକଙ୍କ ସହ ବୈଠକ କରାଯାଇ ନିର୍ଯାସ ବାହାର କରାଯିବ। ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ମଙ୍ଗଳା କୋଠି ଭାଙ୍ଗିବା ଦାୟିତ୍ୱ ରାଜସ୍ବ ବିଭାଗର। ତେଣୁ ତଦନ୍ତ ଅନୁଯାୟୀ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri