ଢେଙ୍କାନାଳ ସହରରେ ହେଟା ଆତଙ୍କ

ଢେଙ୍କାନାଳ,୨୯ା୯ (ରତନ ନାୟାର):ଢେଙ୍କାନାଳ ସହର ଜଗନ୍ନାଥ ରୋଡ୍‌ରେ ଗୁରୁବାର ହେଟାବାଘ ଆତଙ୍କ ଦେଖାଦେଇଛି। ବାଘଟି ଜଣଙ୍କ ଘରକୁ ପଶୁଥିବାବେଳେ ଅଞ୍ଚଳବାସୀ ପାଟି କରିବାରୁ ଦୌଡି ପଳାଇଥିଲା। ଅନୁରୂପ ଭାବେ ୨ ସପ୍ତାହ ତଳେ ବିଳମ୍ବିତ ରାତିରେ ଲକ୍ଷ୍ମୀ ବଜାର ଅଞ୍ଚଳରେ ହେଟାବାଘଟି ୨ ଜଣଙ୍କୁ କାମୁଡି ଦେଇଥିଲା। ତେବେ ବନବିଭାଗ ବାଘର ଟେର ପାଉ ନ ଥିବା ଜଣାପଡିଛି। ଲଗାତର ୨ଟି ଘଟଣାରେ ସହର ମଧ୍ୟରେ ହେଟାବାଘ ପଶୁଥିବା ସାଧାରଣରେ ଆଲୋଚନାର ବିଷୟ ବସ୍ତୁ ହୋଇଛି।