Categories: ଖେଳ

କେବଳ ସଚିନ ନୁହନ୍ତି, ଏମାନେ ମଧ୍ୟ…

ନୂଆଦିଲ୍ଲୀ, ୨୨।୧୨: ପ୍ରେମ ନା ମାନେ ବୟସ ନା ଆଉକିଛି। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ସହ ଟିମ୍‌ ଇଣ୍ଡିଆର ଅନ୍ୟ କେତେକ କ୍ରିକେଟରଙ୍କ ନାମ ଏଥିରେ ସାମିଲ ଅଛି। ବିରାଟ କୋହଲି, ସୁରେଶ ରାଇନା, ଜସପ୍ରିତ ବୁମ୍‌ରା, ନୀତିଶ ରାଣା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି କ୍ରିକେଟ ତାରକା ନିଜଠାରୁ ସାନ ଯୁବତୀଙ୍କୁ ବିବାହ କରିଛନ୍ତି।

ସଚିନ ସ୍ତ୍ରୀ ଅଞ୍ଜଳିଙ୍କଠାରୁ ୬ ବର୍ଷ ସାନ। ସେହିଭଳି ଭାରତୀୟ ଟେଷ୍ଟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ମଧ୍ୟ ସ୍ତ୍ରୀ ଅନୁଷ୍କାଙ୍କଠାରୁ ସାନ। ରାଇନା ସ୍ତ୍ରୀ ପ୍ରିୟଙ୍କାଙ୍କଠାରୁ ୫ ମାସ ସାନ। ଆଇପିଏଲ୍‌ରେ କେକେଆର୍‌ ପକ୍ଷରୁ ଖେଳୁଥିବା ନୀତିଶ ରାଣାଙ୍କ ସ୍ତ୍ରୀ ସାଞ୍ଚି ମାରବାହ ମଧ୍ୟ ତାଙ୍କଠାରୁ ବଡ଼। ଉଭୟଙ୍କ ମଧ୍ୟରେ ପାଖାପାଖି ୨ ବର୍ଷର ଅନ୍ତର ରହିଛି। ହାଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ତ୍ରୀ ନତାଶାଙ୍କ ଠାରୁ ପ୍ରାୟ ୧ ବର୍ଷ ସାନ। ଚଳିତ ବର୍ଷ ବିବାହ କରିଥିବା ବୁମ୍‌ରା ସ୍ତ୍ରୀ ସଞ୍ଜନାଙ୍କଠାରୁ ପ୍ରାୟ ୨ ବର୍ଷ ଏବଂ ୭ ମାସ ବଡ଼।

Share