ଟିଏମ୍‌ସି ସହ ହିରୋର ଦ୍ୱିପାକ୍ଷିକ ସହଭାଗିତା

ନୂଆଦିଲ୍ଲୀ,୨୮।୧୦:ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ ଖୁବ୍‌ଶୀଘ୍ର ଫିଲିପାଇନ୍ସ ବଜାରରେ ମଧ୍ୟ ତା’ର ଉପସ୍ଥିତି ଜାହିର କରିବାକୁ ଯାଉଛି। କାରଣ କଲମ୍ବିଆନ ଗ୍ରୁପ୍‌ ଅଫ୍‌ କମ୍ପାନୀଗୁଡ଼ିକର ଏକ ଅଂଶ ଟେରାଫିର୍ମା ମୋଟର୍ସ କର୍ପୋରେଶନ (ଟିଏମ୍‌ସି) ତଥା ଅନ୍ୟତମ ଅଗ୍ରଣୀ ଏବଂ ଅଭିଜ୍ଞ ଅଟୋମୋବାଇଲ ଗୋଷ୍ଠୀ ହିରୋ ମୋଟୋକର୍ପ ସହ ମିଳିତ ହୋଇଛନ୍ତି। ଫଳରେ କମ୍ପାନୀର ବିଭିନ୍ନ ମଡେଲକୁ ଫିଲିପାଇନ୍ସ ବଜାରରେ ଉପଲବ୍ଧ କରାଇବା ନେଇ ଉଭୟଙ୍କ ମଧ୍ୟରେ ସହଯୋଗ ରହିବ ବୋଲି ଜଣାପଡ଼ିଛି। ସେହିଭଳି ଏହି ଦ୍ୱିପାକ୍ଷିକ ସହଭାଗିତାର ଏକ ଅଂଶ ଭାବେ ଟିଏମ୍‌ସି ଫିଲିପାଇନ୍ସରେ ହିରୋ ମୋଟୋକର୍ପ ମୋଟରସାଇକେଲର ସ୍ବତନ୍ତ୍ର ଏକତ୍ରକାରୀ ଏବଂ ବିତରକ ହେବ ବୋଲି କୁହାଯାଇଛି। ଏପରିକି କମ୍ପାନୀ ଲାଗୁନା ସହରରେ ଅବସ୍ଥିତ ଅତ୍ୟାଧୁନିକ ମୁଖ୍ୟ ଉପତ୍ାଦନ ସୁବିଧାରେ ୨୯,୦୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ଏକ ଆସେମ୍ବ୍ଲି ସୁବିଧା ମଧ୍ୟ ଉପଲବ୍ଧ କରାଇବ। ବିଶେଷକରି ୨୦୨୪ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧଠାରୁ ଏହା କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡିଛି। ଏ ସମ୍ପର୍କରେ ହିରୋ ମୋଟୋକର୍ପର ଗ୍ଲୋବାଲ ବିଜ୍‌ନେସର ମୁଖ୍ୟ ସଞ୍ଜୟ ଭାନ୍‌ କହିଛନ୍ତି, ଆମେ ସର୍ବଦା ବିଶ୍ୱ ବଜାରରେ ନୂତନ ସୁଯୋଗ ଅନୁସନ୍ଧାନ କରୁଛୁ। ଏପରିକି ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ପ୍ରବେଶ କରିବା ପାଇଁ ଟିଏମ୍‌ସି ସହ ଆମର ସହଭାଗିତା ଏହି ବିସ୍ତାର ରଣନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଫିଲିପାଇନ୍ସରେ ଟିଏମ୍‌ସି ଅଟୋମୋବାଇଲର ପାରଦର୍ଶିତା ଏବଂ ନେଟ୍‌ୱାର୍କ ସହିତ ହିରୋ ମୋଟୋକର୍ପର ବିଶ୍ୱସନୀୟତା ଏବଂ ଟେକ୍ନୋଲୋଜି ନିଶ୍ଚିତ ଭାବେ ଏକ ପ୍ରଭାବ ସୃଷ୍ଟି କରିବ ଏବଂ ଏହି ପ୍ରମୁଖ ବଜାରରେ ଆମର ପାଦଚିହ୍ନକୁ ସୁଦୃଢ଼ କରାଇବ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri