Advertisement

ଟାଟା-ଏୟାରବସ୍‌ ମଧ୍ୟରେ ରାଜିନାମା

ଭୁବନେଶ୍ୱର,୨୮।୧୦:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପର ସହଯୋଗୀ ସଂସ୍ଥା ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ (ଟିଏଏସଏଲ) ୟୁରୋପିୟାନ ଆଭିଏସନ ସଂସ୍ଥା ଏୟାର ବସ ସହ ଏକ ରାଜିନାମା ସ୍ବାକ୍ଷର ହୋଇଯାଇଛି। ଉକ୍ତ ରାଜିନାମା ଅନୁଯାୟୀ ଉଭୟ ସଂସ୍ଥାର ଗୁଜରାଟର ଭଦୋଦରା ଠାରେ ଭାରତୀୟ ବାୟୁସେନ ପାଇଁ ସି-୨୯୫ ଏୟାରକ୍ରାଫ୍ଟ ର୍ନିମାଣ କରିବେ ବୋଲି କୁହାଯାଇଛି। ଏପରିକି ଏ ନେଇ ଟାଟା ଏବଂ ଏୟାରବସ ସହ ଏକ ଡିଲ୍‌ ମଧ୍ୟ ହୋଇଛି। ଏହା ଜରିଆରେ ବାୟୁସେନା ପାଇଁ ଅତ୍ୟାଧୁନିକ ଏୟାରକ୍ରାଫ୍ଟ ର୍ନିମାଣ କରାଯିବ। ପ୍ରଥମଥର ପାଇଁ ଏୟାରବସ ସହ ଚୁକ୍ତି କରି ଟାଟା ଗୁଜରାଟରେ ସି-୨୯୫ ଏୟାରକ୍ରାଫ୍ଟ ଭାରତରେ ର୍ନିମାଣ କରିବ ବୋଲି ଜଣାପଡିଛି। ସେହିପରି ଗୁଜରାଟର ଭଦୋଦରାରେ ଗୋଟିଏ ପ୍ଲାଣ୍ଟରେ ଏହି ସି-୨୯୫ ଏୟାରକ୍ରାଫ୍ଟ ର୍ନିମାଣ କରାଯିବ ବୋଲି ଟାଟା ପକ୍ଷରୁ କୁହାଯାଉଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦ରେ ଏହି ପ୍ଲାଣ୍ଟର ଶିଳାନ୍ୟାସ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଉକ୍ତ ସୂଚନା ଅନୁସାରେ ଟାଟା ଏବଂ ଏୟାରବେସ ମିଳିତ ଭାବେ ବାୟୁସେନା ପାଇଁ ମୋଟ ୪୦ଟି ଏୟାରକ୍ରାଫ୍ଟ ର୍ନିମାଣ କରିବେ ବୋଲି ରାଜିନାମା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ହ୍ରାସ ନେଇ ହେବ ମାନସ ମନ୍ଥନ

ନୂଆଦିଲ୍ଲୀ,୧୮|୧୨ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଠାରେ କେନ୍ଦ୍ର ସରକାରଙ୍କ ରାଜସ୍ବ ହ୍ରାସ, ଟିକସ ଢାଞ୍ଚା...

୧୧,୫୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହଟହଟା…

ନ୍ୟୁୟର୍କ, ୨୮।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଦ୍ରୁତବେଗରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ପୁଣି ଆଣାୟତ୍ତ...

ଆଦାନୀର ଓପିଜିସି ଅଂଶଧନ ଅଧିଗ୍ରହଣକୁ ମଞ୍ଜୁରୀ

ଭୁବନେଶ୍ୱର,୩୧।୭-ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ ଲିମିଟେଡ୍‌ (ଓପିଜିସି)ର ୪୯% ଇକ୍ୱିଟି ଶେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ)ଗୁରୁବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦାନୀ ପାଓ୍ବାର...

ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ବଢୁଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଧ୍ୟାନ ଦେଉଥିବା କହୁଛନ୍ତି। ପୂର୍ବରୁ ଗ୍ରହଣ କରାଯାଇଥିବା ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ସଫଳ...

୧.୭୫ ଲକ୍ଷ କମ୍ପାନୀ,ବ୍ୟକ୍ତି କାଢ଼ିଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ,୯-୭: ବ୍ୟାଙ୍କରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଟିଡିଏସ୍‌( ସ୍ରୋତ ଉପରେ କଟାଯାଇଥିବା ଟିକସ) ଦେବାକୁ ହେବ।...

ଜିଏସ୍‌ଟି ପୈଠ ନ କଲେ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭-୧୨: ଧାର୍ଯ୍ୟ ସମୟରେ ଜିଏସ୍‌ଟି ପୈଠ କରୁ ନ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସରକାର ଏବେ ଆଭିମୁଖ୍ୟ ବଦଳାଇଛନ୍ତି। ଏହି ଲୋକମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ...

ବିଟ୍‌କଏନ୍‌କୁ ଅଫିସିଆଲ କରେନ୍ସି ମାନ୍ୟତା

ସାନ୍‌ ସାଲ୍‌ଭେଡର ୮ା୯: କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌କୁ ଲିଗାଲ ଟେଣ୍ଡର ବା ଅଫିସିଆଲ କରେନ୍ସି ମାନ୍ୟତା ଦେବାରେ ଏଲ୍‌ ସାଲଭେଡର ମଙ୍ଗଳବାର ବିଶ୍ୱର ପ୍ରଥମ ଦେଶ ହୋଇଛି।...

ନିଯୁକ୍ତି କ୍ଷେତ୍ର ଚଳଚଞ୍ଚଳ, ମାର୍ଚ୍ଚରେ ୬ ପ୍ରତିଶତ ବୃଦ୍ଧି, ମୁମ୍ବାଇ-କୋଏମ୍ବାଟୁରରେ ଅଧିକ…

ନୂଆଦିଲ୍ଲୀ, ୧୯।୪ : ଏକ ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଘଟିଛି। ଏହା ସହିତ,...

Advertisement
Archives

Model This Week