ଟିଏମ୍‌ସି ସହ ହିରୋର ଦ୍ୱିପାକ୍ଷିକ ସହଭାଗିତା

ନୂଆଦିଲ୍ଲୀ,୨୮।୧୦:ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ ଖୁବ୍‌ଶୀଘ୍ର ଫିଲିପାଇନ୍ସ ବଜାରରେ ମଧ୍ୟ ତା’ର ଉପସ୍ଥିତି ଜାହିର କରିବାକୁ ଯାଉଛି। କାରଣ କଲମ୍ବିଆନ ଗ୍ରୁପ୍‌ ଅଫ୍‌ କମ୍ପାନୀଗୁଡ଼ିକର ଏକ ଅଂଶ ଟେରାଫିର୍ମା ମୋଟର୍ସ କର୍ପୋରେଶନ (ଟିଏମ୍‌ସି) ତଥା ଅନ୍ୟତମ ଅଗ୍ରଣୀ ଏବଂ ଅଭିଜ୍ଞ ଅଟୋମୋବାଇଲ ଗୋଷ୍ଠୀ ହିରୋ ମୋଟୋକର୍ପ ସହ ମିଳିତ ହୋଇଛନ୍ତି। ଫଳରେ କମ୍ପାନୀର ବିଭିନ୍ନ ମଡେଲକୁ ଫିଲିପାଇନ୍ସ ବଜାରରେ ଉପଲବ୍ଧ କରାଇବା ନେଇ ଉଭୟଙ୍କ ମଧ୍ୟରେ ସହଯୋଗ ରହିବ ବୋଲି ଜଣାପଡ଼ିଛି। ସେହିଭଳି ଏହି ଦ୍ୱିପାକ୍ଷିକ ସହଭାଗିତାର ଏକ ଅଂଶ ଭାବେ ଟିଏମ୍‌ସି ଫିଲିପାଇନ୍ସରେ ହିରୋ ମୋଟୋକର୍ପ ମୋଟରସାଇକେଲର ସ୍ବତନ୍ତ୍ର ଏକତ୍ରକାରୀ ଏବଂ ବିତରକ ହେବ ବୋଲି କୁହାଯାଇଛି। ଏପରିକି କମ୍ପାନୀ ଲାଗୁନା ସହରରେ ଅବସ୍ଥିତ ଅତ୍ୟାଧୁନିକ ମୁଖ୍ୟ ଉପତ୍ାଦନ ସୁବିଧାରେ ୨୯,୦୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ଏକ ଆସେମ୍ବ୍ଲି ସୁବିଧା ମଧ୍ୟ ଉପଲବ୍ଧ କରାଇବ। ବିଶେଷକରି ୨୦୨୪ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧଠାରୁ ଏହା କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡିଛି। ଏ ସମ୍ପର୍କରେ ହିରୋ ମୋଟୋକର୍ପର ଗ୍ଲୋବାଲ ବିଜ୍‌ନେସର ମୁଖ୍ୟ ସଞ୍ଜୟ ଭାନ୍‌ କହିଛନ୍ତି, ଆମେ ସର୍ବଦା ବିଶ୍ୱ ବଜାରରେ ନୂତନ ସୁଯୋଗ ଅନୁସନ୍ଧାନ କରୁଛୁ। ଏପରିକି ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ପ୍ରବେଶ କରିବା ପାଇଁ ଟିଏମ୍‌ସି ସହ ଆମର ସହଭାଗିତା ଏହି ବିସ୍ତାର ରଣନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଫିଲିପାଇନ୍ସରେ ଟିଏମ୍‌ସି ଅଟୋମୋବାଇଲର ପାରଦର୍ଶିତା ଏବଂ ନେଟ୍‌ୱାର୍କ ସହିତ ହିରୋ ମୋଟୋକର୍ପର ବିଶ୍ୱସନୀୟତା ଏବଂ ଟେକ୍ନୋଲୋଜି ନିଶ୍ଚିତ ଭାବେ ଏକ ପ୍ରଭାବ ସୃଷ୍ଟି କରିବ ଏବଂ ଏହି ପ୍ରମୁଖ ବଜାରରେ ଆମର ପାଦଚିହ୍ନକୁ ସୁଦୃଢ଼ କରାଇବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ମିନିଟ୍‌ରେ ଡେଲିଭରି କରିବ ଫ୍ଲିପ୍‌କାର୍ଟ, ଲଞ୍ଚ କରିବ ନୂଆ ଆପ୍‌

ମୁମ୍ବାଇ,୨୧।୬: ଇକମର୍ସ ସଂସ୍ଥା ଫ୍ଲିପକାର୍ଟ ଏହାର ତ୍ୱରିତ ଡେଲିଭରି ଆପ୍ ‘ଫ୍ଲିପକାର୍ଟ ମିନିଟ୍ସ’ ଜୁଲାଇରେ ଆରମ୍ଭ କରିବାକୁ ଯାଉଛି। ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ...

କେଏଫ୍‌ସିର କ୍ରିସ୍ପି ଡେଜ୍‌

ଭୁବନେଶ୍ୱର,,୨୧।୬: ଦେଶର ଅଗ୍ରଣୀ ଫୁଡ ପ୍ଲାଟଫର୍ମ ‘କେଏଫ୍‌ସି’ର ବହୁ ପ୍ରତୀକ୍ଷିତ ତଥା ସୀମିତ ଅବଧିର ଅଫର ‘କ୍ରିସ୍ପି ଡେଜ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର୍‌...

ରିଲାଏନ୍ସ ଜିଓର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,,୨୧।୬: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ‘ରିଲାଏନ୍ସ ଜିଓ’ ୨୦୨୪ ଏପ୍ରିଲ ମାସରେ ମଧ୍ୟ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି।...

ଅଙ୍କୁରା ହସ୍ପିଟାଲର ଅତ୍ୟାଧୁନିକ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଉଦ୍‌ଘାଟିତ

ଭୁବନେଶ୍ୱର,,୨୧।୬ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅଙ୍କୁରା ହସ୍ପିଟାଲ (ଓ୍ବମେନ ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲ ଚେନ୍‌)ର ଭୁବନେଶ୍ୱର ଶାଖା ପରିସରରେ...

ଆଇପିଓ ଲଞ୍ଚ୍‌ କରିବ ଓଲା; ସେବିର ଅନୁମୋଦନ

ଭୁବନେଶ୍ୱର,,୨୧।୬(ଅନୁରାଧା ମହାରଣା): ଇନିସିଆଲ ପବ୍ଲିକ ଅଫର (ଆଇପିଓ) ଆରମ୍ଭ କରିବା ପାଇଁ ଓଲା ଇଲେକ୍ଟ୍ରିକ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)ରୁ ଅନୁମୋଦନ ଲାଭ...

ଇଏସ୍‌ଆଇସିରେ ୧୬.୪୭ଲକ୍ଷ ନୂଆ ସଦସ୍ୟ

ଭୁବନେଶ୍ୱର,୨୦।୬ (ଅନୁରାଧା ମହାରଣା): ଚଳିତବର୍ଷ ଏପ୍ରିଲରେ ୧୬.୪୭ ଲକ୍ଷ ନୂତନ ସଦସ୍ୟ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି)ରେ ଯୋଡ଼ିହୋଇଛନ୍ତି। ବୁଧବାର ପ୍ରକାଶିତ ନିୟମିତ ବେତନ...

୨୧ରେ ୯ମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ଭୁବନେଶ୍ୱର,୨୦।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ୧୧ଦିନିଆ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର...

ଚନ୍ଦୁ ଚାମ୍ପିୟନ ସହ ଡା. ଅର୍ଥୋର ସହଭାଗିତା

ଭୁବନେଶ୍ୱର,୨୦।୬ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ ଡା. ଅର୍ଥୋ ନିକଟରେ ବଲିଉଡ୍‌ ଚଳଚ୍ଚିତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri