Categories: ବାଣିଜ୍ୟ

ହିରୋର ପ୍ରିମିୟମ ମଡେଲ ‘ଜୁମ୍‌’ର ଅନାବରଣ

କଟକ,୧୬।୨:ଦେଶର ପ୍ରମୁଖ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପର ପ୍ରିମିୟମ ମଡେଲ ‘ଜୁମ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସ୍କୁଟର ବର୍ଗରେ ପରବର୍ତ୍ତୀ ଜ୍ଞାନକୌଶଳକୁ ପରିବର୍ଦ୍ଧିତ କରିବା ଲାଗି କମ୍ପାନୀ ତା’ର ନୂଆ ୧୧୦ ସିସି ଜୁମ୍‌ ସ୍କୁଟରର ବଜାର ପ୍ରବେଶ କରାଇଛି। ଏହି ପରିପ୍ରେକ୍ଷୀରେ ଜେଏମ୍‌ଜି ଅଟୋମୋବାଇଲ୍ସ ପକ୍ଷରୁ ଏହାର ଅନାବରଣ କରାଯାଇଛି। ଏହି ଅବସରରେ ଜେଏମ୍‌ଜି ଅଟୋମୋବାଇଲ୍ସର ଏମ୍‌ଡି ପ୍ରଦୀପ ଅଗ୍ରଓ୍ବାଲଙ୍କ ସମେତ ଉଭୟ ହିରୋ ମୋଟୋକର୍ପ ଓ ଜେଏମ୍‌ଜି ଅଟୋମୋବାଇଲ୍ସର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ସନ୍ନି ମୋଟର୍ସ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଅନାବରଣ କରାଯାଇଥିଲା। ଏହି ଅବସରରେ ସନ୍ନି ମୋଟର୍ସର ମ୍ୟାନେଜିଂ ପାର୍ଟନର ଅର୍ସଦୀପ ସିଂହଙ୍କ ସମେତ ଅନମୋଲ ଅନୁପମା ଏବଂ ତନ୍ମୟ ଦେ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ଏସେନ ଅଟୋମୋବାଇଲ୍ସ ପରିସରରେ ମଧ୍ୟ ଆୟୋଜିତ ଉନ୍ମୋଚନ କାର୍ଯ୍ୟକ୍ରମରେ ନ୍ୟୁ ହିରୋ ଜୁମ୍‌’ର ଅନାବରଣ କରାଯାଇଛି। ଏହି ଅବସରରେ ଏସେନ ଅଟୋମୋବାଇଲ୍ସର ପ୍ରୋପ୍ରାଇଟର ହେମନ୍ତ ଠକ୍କର, ସୌରଭ ଠକ୍କର, ଅପର୍ତ୍ତି ବଡ଼ଜେନା, ତନ୍ମୟ ଦେ, ଅନମୋଲ ଅନୁପମାଙ୍କ ସମେତ ଶୋ’ରୁମ୍‌ର ଜିଏମ୍‌ ନାରାୟଣ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ସ୍କୁଟର ଇଣ୍ଡଷ୍ଟ୍ରିରେ ପ୍ରଥମ ଥର ପାଇଁ କର୍ନର ବେଣ୍ଡ ଲାଇଟ୍‌ ସହ ଇଣ୍ଟେଲଜେଣ୍ଟ କର୍ନରିଂ ଲାଇଟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଏପରିକି ଉକ୍ତ ସେଗ୍‌ମେଣ୍ଟରେ ପ୍ରଥମ ଥର ପାଇଁ ବୃହତ୍‌ ଏବଂ ଚଉଡ଼ା ଟାୟାରକୁ ସାମିଲ କରାଯାଇଛି। ଏଥିରେ ଶକ୍ତିଶାଳୀ ଇଞ୍ଜିନ ବିଏସ୍‌-୬ ଆଇ ୩ ଏସ୍‌ ଜ୍ଞାନକୌଶଳ ଆଦି ବୈଶିଷ୍ଟ୍ୟ ରହିଛି। ଏଥିରେ ଡିଜିଟାଲ ସ୍ପିଡୋମିଟର ବ୍ଲୁ ଟୁଥ୍‌ କନେକ୍ଟିଭିଟି ଏବଂ ସାଇଡ ଷ୍ଟାଣ୍ଡ୍‌ ଇଞ୍ଜିନ କଟ୍‌ ଅଫ ଆଦି ସାମିଲ ରହିଛି। ଏହା ବିଶେଷକରି ୩ଟି ଭାରିଆଣ୍ଟ ଏବଂ ୫ଟି ସ୍ପୋର୍ଟିଂ ରଙ୍ଗରେ ଉପଲବ୍ଧ।
ଏ ସମ୍ପର୍କରେ ହିରୋ ମୋଟୋକର୍ପର ଚିଫ୍‌ ଗ୍ରୋଥ୍‌ ଅଫିସର ରଞ୍ଜିଭଜିତ ସିଂ କହିଛନ୍ତି, ବିଗତ ବର୍ଷରେ ହିରୋ ମୋଟୋକର୍ପ ଆଇକନିକ୍‌ ବ୍ରାଣ୍ଡ୍‌ର ବଜାର ପ୍ରବେଶ କରାଇଛି, ଯାହାଦ୍ୱାରା କମ୍ପାନୀ ଗ୍ରାହକଙ୍କ ସହ ଯୋଗାଯୋଗରେ ରହିପାରିଛି। ଭାରତର ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ହିରୋ ମୋଟୋକର୍ପ ପକ୍ଷରୁ ଜୁମ୍‌ର ବଜାର ପ୍ରବେଶ କରାଯାଇଛି।

Share