Categories: ଜାତୀୟ

୩୬୨ କୋଟିର ହେରୋଇନ୍‌ ଜବତ

ମୁମ୍ବାଇ,୧୬।୭: ମୁମ୍ବାଇ ପୋଲିସ ନଭି ମୁମ୍ବାଇ ବନ୍ଦରରୁ ୩୬୨ କୋଟି ଟଙ୍କାର ମୂଲ୍ୟ ହେରୋଇନ ଜବତ କରିଛି। ଯାଞ୍ଚ ବେଳେ ୧୬୮ଟି ପ୍ୟାକେଟରେ ୭୩.୦୫ କେ.ଜି ହେରୋଇନ୍‌ ମିଳିଥିଲା। ଅନ୍ୟପକ୍ଷେ ଜାହାଜଟି ହାଭା ଶେଭା ପୋର୍ଟରୁ ନଭି ମୁମ୍ବାଇ ବନ୍ଦରରେ ପହଞ୍ଚିଥିଲା। ହେଲେ ଜାହାଜର ଏକ କଣ୍ଟେନରେ ନିଶାଦ୍ରବ୍ୟ ଥିବା ମୁମ୍ବାଇ ପୋଲିସକୁ ଖବର ମିଳିଥିଲା। ଯାଞ୍ଚ ବେଳେ ପୋଲିସ ହେରୋଇନ୍‌ ଜବତ କରିବା ସହ ଏହା ପଞ୍ଜାବକୁ ଯାଉଥିବା ମୁମ୍ବାଇ ପୋଲିସ କହିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share