Categories: ଜାତୀୟ

ପାକିସ୍ତାନ ଡଙ୍ଗାରୁ ୨୦୦ କୋଟିର ହେରୋଇନ୍‌ ଜବତ: ୬ ଗିରଫ

ଅହମ୍ମଦାବାଦ,୧୪।୯: ଇଣ୍ଡିଆନ କୋଷ୍ଟ ଗାର୍ଡ (ଆଇସିଜି) ଏବଂ ଏଟିଏସ ଗୁଜୁରାଟ ଟିମ୍‌ ମିଳିତ ଅପରେଶନ କରି ଏକ ପାକିସ୍ତାନୀ ଡଙ୍ଗାରୁ ୨୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରଛନ୍ତି। ଏଟିଏସ ଟିମ ଗୋଇନ୍ଦା ସୂଚନା ଆଧାର କରି ମଙ୍ଗଳବାର ବିଳମ୍ବିତ ରାତିରୁ ଏହି ଅପରେଶନ ଆରମ୍ଭ ହୋଇଥିଲା। ଅଧିକାରୀମାନେ ୪୦ଟି ଭିନ୍ନ ପ୍ୟାକେଟରେ ରଖାଯାଇଥିବା ହେରୋଇନ୍‌ ଜବତ କରାଯାଇଛି। ଜବତ ହୋଇଥିବା ୪ କିଲୋଗ୍ରାମ ହେରୋଇନ୍‌ ବଜାରରେ ୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗତ ଏକ ବର୍ଷ ମଧ୍ୟରେ ଗୁଜୁରାଟର ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏଟିଏସ ଦ୍ୱାରା ଏହା ହେଉଛି ପଞ୍ଚମ ମିଳିତ ଅପରେଶନ।

Share