ହିରୋର ଅଫ୍‌-ରୋଡ୍‌ ରାଇଡିଂ ଉଦ୍‌ଯାପିତ

ନୂଆଦିଲ୍ଲୀ, ୯।୧୧: ହିରୋ ମୋଟୋକର୍ପ ପକ୍ଷରୁ ଅଫ୍‌-ରୋଡ୍‌ ରାଇଡିଂ ଚାମ୍ପିୟନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶବ୍ୟାପୀ ଦୀର୍ଘ ୪ମାସର ପ୍ରତିଯୋଗିତା ପରେ ଉକ୍ତ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ଉକ୍ତ ପ୍ରତିଯୋଗିତାରେ ଅସଦ ଖାନ୍‌ ଚାମ୍ପିୟନ ହୋଇଥିବାବେଳେ ରାକେଶ ଏନ୍‌ ଏବଂ ଗିଦିୟୁନ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ବିଜେତାଙ୍କୁ ଲୋକପ୍ରିୟ ହିରୋ ଏକ୍ସପ୍ଲସ୍‌-୨୦୦ ୪-ଭି ମୋଟରସାଇକେଲ ସହ ଯଥାକ୍ରମେ ୧୦ ଲକ୍ଷ, ୬ଲକ୍ଷ ଏବଂ ୪ ଲକ୍ଷ ଟଙ୍କାର ଅର୍ଥ ରାଶି ସହ ସ୍ପନସରଶିପ୍‌ କଣ୍ଟ୍ରାକ୍ଟ ମଧ୍ୟ ପ୍ରଦାନ କରାଯାଇଥିଲା। ସେହିପରି ଓଲେସେ ଡିଆସ୍‌ ଶ୍ରେଷ୍ଠ ମହିଳା ଅଫ୍‌-ରୋଡ୍‌ ଚାଳକ ଭାବେ ସମ୍ମାନିତ ହୋଇଛନ୍ତି। ଉକ୍ତ ପ୍ରତିଯୋଗିତା ଏମ୍‌ଟିଭି ଏବଂ ଭୁଟ୍‌ରେ ଟେଲିକାଷ୍ଟ କରାଯାଇଥିଲା। ସମଗ୍ର ରେସ୍‌ ଏବଂ ପ୍ରତିଯୋଗିତା ଅଭିଜ୍ଞତା ହିରୋ ମୋଟୋକର୍ପର ବିଶ୍ୱସ୍ତରୀୟ ଆର୍‌ ଆଣ୍ଡ ଡି ହବ୍‌ ଇନୋଭେଶନ ଏବଂ ଜ୍ଞାନକୌଶଳ କେନ୍ଦ୍ର ଜୟପୁର ଦ୍ୱାରା କରାଯାଇଥିଲା। ଅପରପକ୍ଷରେ ଫାଇନାଲ ୱିକ୍‌ ହିରୋ ମୋଟୋସ୍ପୋର୍ଟସ ଟିମ୍‌ ରାଲି ଦ୍ୱାରା ସମ୍ପନ୍ନ ହୋଇଥିଲା। ଉକ୍ତ ପ୍ରତିଯୋଗିତା ପାଇଁ ଗତ କିଛି ମାସ ମଧ୍ୟରେ ୧,୦୦,୦୦୦ରୁ ଅଧିକ ପ୍ରତିଯୋଗୀ ନାମ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ଜୁଲାଇରେ ଉକ୍ତ ପ୍ରତିଯୋଗିତାର ଶୁଭାରମ୍ଭ ସହ ଦେଶର ୪୧ ସହରରେ ୪ସ୍ତରୀୟ ପ୍ରତିଯୋଗିତା ପରେ ଶ୍ରେଷ୍ଠ ୨୦ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଥିଲା। ଏ ସମ୍ପର୍କରେ ହିରୋ ମୋଟୋକର୍ପର ଚିଫ୍‌ ଗ୍ରୋଥ୍‌ ଅଫିସର ରଞ୍ଜିଭିଜିତ୍‌ ସିଂ କହିଛନ୍ତି, ହିରୋ ଡାର୍ଟ ବାଇକିଂ ଚ୍ୟାଲେଞ୍ଜରେ ବୃଦ୍ଧି ପାଉଥିବା ଉତ୍ସାହ ଏବଂ ଅଂଶଗ୍ରହଣ ପ୍ରମାଣିତ କରୁଛି ଯେ, ଦେଶରେ ଅଫ୍‌-ରୋଡ୍‌ ରାଇଡିଂ ସେଗ୍‌ମେଣ୍ଟ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ

ବଲାଙ୍ଗୀ ର, ୨୬।୯(ସୁନିଲ କୁମାର ମହାନ୍ତି): ବସ୍‌ ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୫ ଜଣଙ୍କୁ ଅଟକ ରଖିଛି।…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଚାକିରିଆଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ୱରରେ ଡେରି ହେବ ସାଲାରୀ! ଏହିଦିନ ଆସିବ…

ନୂଆଦିଲ୍‌ଲୀ,୨୬।୯: ସେପ୍ଟେମ୍ୱର ମାସରେ ଚାକିରିଆମାନଙ୍କ ଅସୁବିଧା ବଢ଼ିପାରେ। UFBU ପକ୍ଷରୁ ସେପ୍ଟେମ୍ୱର ୨୮ ରୁ ୩୦, ୨୦୨୬ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଘୋଷଣା କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?