ନୂଆଦିଲ୍ଲୀ, ୯।୧୧: ହିରୋ ମୋଟୋକର୍ପ ପକ୍ଷରୁ ଅଫ୍-ରୋଡ୍ ରାଇଡିଂ ଚାମ୍ପିୟନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶବ୍ୟାପୀ ଦୀର୍ଘ ୪ମାସର ପ୍ରତିଯୋଗିତା ପରେ ଉକ୍ତ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ଉକ୍ତ ପ୍ରତିଯୋଗିତାରେ ଅସଦ ଖାନ୍ ଚାମ୍ପିୟନ ହୋଇଥିବାବେଳେ ରାକେଶ ଏନ୍ ଏବଂ ଗିଦିୟୁନ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ବିଜେତାଙ୍କୁ ଲୋକପ୍ରିୟ ହିରୋ ଏକ୍ସପ୍ଲସ୍-୨୦୦ ୪-ଭି ମୋଟରସାଇକେଲ ସହ ଯଥାକ୍ରମେ ୧୦ ଲକ୍ଷ, ୬ଲକ୍ଷ ଏବଂ ୪ ଲକ୍ଷ ଟଙ୍କାର ଅର୍ଥ ରାଶି ସହ ସ୍ପନସରଶିପ୍ କଣ୍ଟ୍ରାକ୍ଟ ମଧ୍ୟ ପ୍ରଦାନ କରାଯାଇଥିଲା। ସେହିପରି ଓଲେସେ ଡିଆସ୍ ଶ୍ରେଷ୍ଠ ମହିଳା ଅଫ୍-ରୋଡ୍ ଚାଳକ ଭାବେ ସମ୍ମାନିତ ହୋଇଛନ୍ତି। ଉକ୍ତ ପ୍ରତିଯୋଗିତା ଏମ୍ଟିଭି ଏବଂ ଭୁଟ୍ରେ ଟେଲିକାଷ୍ଟ କରାଯାଇଥିଲା। ସମଗ୍ର ରେସ୍ ଏବଂ ପ୍ରତିଯୋଗିତା ଅଭିଜ୍ଞତା ହିରୋ ମୋଟୋକର୍ପର ବିଶ୍ୱସ୍ତରୀୟ ଆର୍ ଆଣ୍ଡ ଡି ହବ୍ ଇନୋଭେଶନ ଏବଂ ଜ୍ଞାନକୌଶଳ କେନ୍ଦ୍ର ଜୟପୁର ଦ୍ୱାରା କରାଯାଇଥିଲା। ଅପରପକ୍ଷରେ ଫାଇନାଲ ୱିକ୍ ହିରୋ ମୋଟୋସ୍ପୋର୍ଟସ ଟିମ୍ ରାଲି ଦ୍ୱାରା ସମ୍ପନ୍ନ ହୋଇଥିଲା। ଉକ୍ତ ପ୍ରତିଯୋଗିତା ପାଇଁ ଗତ କିଛି ମାସ ମଧ୍ୟରେ ୧,୦୦,୦୦୦ରୁ ଅଧିକ ପ୍ରତିଯୋଗୀ ନାମ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ଜୁଲାଇରେ ଉକ୍ତ ପ୍ରତିଯୋଗିତାର ଶୁଭାରମ୍ଭ ସହ ଦେଶର ୪୧ ସହରରେ ୪ସ୍ତରୀୟ ପ୍ରତିଯୋଗିତା ପରେ ଶ୍ରେଷ୍ଠ ୨୦ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଥିଲା। ଏ ସମ୍ପର୍କରେ ହିରୋ ମୋଟୋକର୍ପର ଚିଫ୍ ଗ୍ରୋଥ୍ ଅଫିସର ରଞ୍ଜିଭିଜିତ୍ ସିଂ କହିଛନ୍ତି, ହିରୋ ଡାର୍ଟ ବାଇକିଂ ଚ୍ୟାଲେଞ୍ଜରେ ବୃଦ୍ଧି ପାଉଥିବା ଉତ୍ସାହ ଏବଂ ଅଂଶଗ୍ରହଣ ପ୍ରମାଣିତ କରୁଛି ଯେ, ଦେଶରେ ଅଫ୍-ରୋଡ୍ ରାଇଡିଂ ସେଗ୍ମେଣ୍ଟ ବଢ଼ିବାରେ ଲାଗିଛି।
ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼
ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…
ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା
ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…
ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…
ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…
ଟ୍ରେନ୍ ଲାଇନ୍ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍, ଚାଲିଗଲା ଜୀବନ
ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…
ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…
Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!
ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…
ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…
ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…
India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍ …
କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍ ଲଢେଇ ହେବାକୁ ଯାଉଛି…
Archives

