ହିରୋର ଅଫ୍‌-ରୋଡ୍‌ ରାଇଡିଂ ଉଦ୍‌ଯାପିତ

ନୂଆଦିଲ୍ଲୀ, ୯।୧୧: ହିରୋ ମୋଟୋକର୍ପ ପକ୍ଷରୁ ଅଫ୍‌-ରୋଡ୍‌ ରାଇଡିଂ ଚାମ୍ପିୟନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶବ୍ୟାପୀ ଦୀର୍ଘ ୪ମାସର ପ୍ରତିଯୋଗିତା ପରେ ଉକ୍ତ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ଉକ୍ତ ପ୍ରତିଯୋଗିତାରେ ଅସଦ ଖାନ୍‌ ଚାମ୍ପିୟନ ହୋଇଥିବାବେଳେ ରାକେଶ ଏନ୍‌ ଏବଂ ଗିଦିୟୁନ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ବିଜେତାଙ୍କୁ ଲୋକପ୍ରିୟ ହିରୋ ଏକ୍ସପ୍ଲସ୍‌-୨୦୦ ୪-ଭି ମୋଟରସାଇକେଲ ସହ ଯଥାକ୍ରମେ ୧୦ ଲକ୍ଷ, ୬ଲକ୍ଷ ଏବଂ ୪ ଲକ୍ଷ ଟଙ୍କାର ଅର୍ଥ ରାଶି ସହ ସ୍ପନସରଶିପ୍‌ କଣ୍ଟ୍ରାକ୍ଟ ମଧ୍ୟ ପ୍ରଦାନ କରାଯାଇଥିଲା। ସେହିପରି ଓଲେସେ ଡିଆସ୍‌ ଶ୍ରେଷ୍ଠ ମହିଳା ଅଫ୍‌-ରୋଡ୍‌ ଚାଳକ ଭାବେ ସମ୍ମାନିତ ହୋଇଛନ୍ତି। ଉକ୍ତ ପ୍ରତିଯୋଗିତା ଏମ୍‌ଟିଭି ଏବଂ ଭୁଟ୍‌ରେ ଟେଲିକାଷ୍ଟ କରାଯାଇଥିଲା। ସମଗ୍ର ରେସ୍‌ ଏବଂ ପ୍ରତିଯୋଗିତା ଅଭିଜ୍ଞତା ହିରୋ ମୋଟୋକର୍ପର ବିଶ୍ୱସ୍ତରୀୟ ଆର୍‌ ଆଣ୍ଡ ଡି ହବ୍‌ ଇନୋଭେଶନ ଏବଂ ଜ୍ଞାନକୌଶଳ କେନ୍ଦ୍ର ଜୟପୁର ଦ୍ୱାରା କରାଯାଇଥିଲା। ଅପରପକ୍ଷରେ ଫାଇନାଲ ୱିକ୍‌ ହିରୋ ମୋଟୋସ୍ପୋର୍ଟସ ଟିମ୍‌ ରାଲି ଦ୍ୱାରା ସମ୍ପନ୍ନ ହୋଇଥିଲା। ଉକ୍ତ ପ୍ରତିଯୋଗିତା ପାଇଁ ଗତ କିଛି ମାସ ମଧ୍ୟରେ ୧,୦୦,୦୦୦ରୁ ଅଧିକ ପ୍ରତିଯୋଗୀ ନାମ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ଜୁଲାଇରେ ଉକ୍ତ ପ୍ରତିଯୋଗିତାର ଶୁଭାରମ୍ଭ ସହ ଦେଶର ୪୧ ସହରରେ ୪ସ୍ତରୀୟ ପ୍ରତିଯୋଗିତା ପରେ ଶ୍ରେଷ୍ଠ ୨୦ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଥିଲା। ଏ ସମ୍ପର୍କରେ ହିରୋ ମୋଟୋକର୍ପର ଚିଫ୍‌ ଗ୍ରୋଥ୍‌ ଅଫିସର ରଞ୍ଜିଭିଜିତ୍‌ ସିଂ କହିଛନ୍ତି, ହିରୋ ଡାର୍ଟ ବାଇକିଂ ଚ୍ୟାଲେଞ୍ଜରେ ବୃଦ୍ଧି ପାଉଥିବା ଉତ୍ସାହ ଏବଂ ଅଂଶଗ୍ରହଣ ପ୍ରମାଣିତ କରୁଛି ଯେ, ଦେଶରେ ଅଫ୍‌-ରୋଡ୍‌ ରାଇଡିଂ ସେଗ୍‌ମେଣ୍ଟ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri