କେତେ ପଢ଼ିଛନ୍ତି ଆପଣଙ୍କ ପ୍ରିୟ ଷ୍ଟାରକିଡ୍‌, ଜାଣନ୍ତୁ…

ବମ୍ବେ: ଷ୍ଟାରକିଡ୍‌ ସାରା ଅଲି ଖାନ୍‌, ଅନନ୍ୟା ପାଣ୍ଡେ ଏବଂ ଜାନଭୀ କପୁର ଭାରତୀୟ ଚଳଚ୍ଚିତ୍ର ଜଗତରେ ନାମ କମାଇସାରିଲେଣି। ପ୍ରଶଂସକମାନେ ଏବେ ବଲିଉଡରେ ସୁହାନା ଖାନ୍‌, ଇବ୍ରାହିମ ଅଲି ଖାନ୍‌, ଖୁସି କପୁର ଏବଂ ଆର୍ୟନ ଖାନ୍‌ଙ୍କ ଡେବ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଅଭିନୟରେ ଏମାନେ ପାରଦର୍ଶୀ, କିନ୍ତୁ ଆପଣ ଜାଣନ୍ତି କି ଏହି ଷ୍ଟାର ପିଲାମାନେ କେତେ ଶିକ୍ଷିତ? ଯଦି ନା ତେବେ ଆସନ୍ତୁ ଜାଣିବା….

-ସାରା ଅଲି ଖାନ୍‌: ସାରା ନିଜର ଅଦ୍ଭୁତ ଅଭିନୟ ଦକ୍ଷତାରେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଶିକ୍ଷାଗତ ଯୋଗ୍ୟତା ଦେଖିଲେ ସେ ମୁମ୍ବାଇର ବେସାଣ୍ଟ ମୋଣ୍ଟେସୋରି ସ୍କୁଲରୁ ପାଠପଢ଼ା ଶେଷ କରିଥିଲେ। ପରେ ସେ ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୈତିକ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ।

-ଜାନଭି କପୁର: ବୋନି କପୁର ଏବଂ ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ ଝିଅ ହେଉଛନ୍ତି ଜାନଭି। ସେ ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ପାଠ ପଢ଼ିଛନ୍ତି। ଅଭିନୟକୁ ଆସିବାକୁ ଚାହୁଁଥିବାରୁ ସେ ଲସ୍‌ ଏଞ୍ଜେଲ୍ସର ଲି ଷ୍ଟ୍ରାସବର୍ଗ ଥିଏଟର ଏବଂ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ପଢ଼ିବାକୁ ଯାଇଥିଲେ।

-ଅନନ୍ୟା ପାଣ୍ଡେ: ଜାନଭୀଙ୍କ ପରି ଅନନ୍ୟା ପାଣ୍ଡେ ମଧ୍ୟ ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଛନ୍ତି। ଏହା ପରେ ସେ ଲସ ଆଞ୍ଜେଲ୍ସର ସାଉଥ କାଲିଫର୍ନିଆ ବିଶ୍ୱବିଦ୍ୟାଳୟକୁ ଯାଇ ତାଙ୍କର ଅଧିକ ଅଧ୍ୟୟନ ସମାପ୍ତ କରିଛନ୍ତି।

-ଆର୍ୟନ ଖାନ: ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଲଣ୍ଡନର ସେଭେନୋକ୍ସ ହାଇସ୍କୁଲରୁ ଉଚ୍ଚ ବିଦ୍ୟାଳୟ ପାଠପଢ଼ା ସମାପ୍ତ କରିଥିଲେ। ଏହା ପରେ ସେ ସାଉଥ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ।

-ଖୁସି କପୁର: ଜାନଭୀ କପୁରଙ୍କ ସାନ ଭଉଣୀ ଖୁସି ମଧ୍ୟ ଧୀରବାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ସେ ନ୍ୟୁୟର୍କ ଚଳଚ୍ଚିତ୍ର ଏକାଡେମୀରେ ପଢ଼ିବାକୁ ଯାଇଥିଲେ।

-ସୁହାନା ଖାନ: ଶାହରୁଖ ଖାନଙ୍କ ଝଅ ସୁହାନା ଖାନ ମଧ୍ୟ ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ପ୍ରାଥମିକ ଅଧ୍ୟୟନ ସମାପ୍ତ କରିଛନ୍ତି। ସେ ନ୍ୟୁୟର୍କ ୟୁନିଭରସିଟିର ଟିଶ ସ୍କୁଲ ଅଫ ଆର୍ଟରେ ପଢ଼ୁଛନ୍ତି।

-ଇବ୍ରାହିମ ଅଲି ଖାନ: ଅଭିନେତା ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ପୁଅ ଇବ୍ରାହିମ ଅଲି ଖାନ ମଧ୍ୟ ଧୀରୁବାଇ ଅମ୍ବାନୀ ଅନ୍ତର୍ଜାତୀୟ ବିଦ୍ୟାଳୟରୁ ତାଙ୍କର ପ୍ରାଥମିକ ଅଧ୍ୟୟନ ସମାପ୍ତ କରିଛନ୍ତି। ଏହା ପରେ ସେ ଲଣ୍ଡନର ଏକ ବୋର୍ଡିଂ ସ୍କୁଲରେ ଅଧ୍ୟୟନ କରିବାକୁ ଯାଇଥିଲେ।

-ନବ୍ୟା ନବେଲି ନନ୍ଦା: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ମଧ୍ୟ ଲଣ୍ଡନର ସେଭେନୋକ୍ସ ସ୍କୁଲରୁ ତାଙ୍କର ପ୍ରାଥମିକ ଅଧ୍ୟୟନ ସମାପ୍ତ କରିଛନ୍ତି। ସେ ୨୦୨୦ ମସିହାରେ ଫୋର୍ଡହମ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri