ବହି ଅଛି, ହେଲେ ପିଲାଙ୍କ ପାଖରେ ପହଞ୍ଚୁନି: ସ୍କୁଲ ଖୋଲିବାର ମାସେ ବିତିଲାଣି…

ଅମରପାଲି, ୨୦।୭ (ପୀତାମ୍ବର ସାହୁ): ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ସହ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯାଇଛି। କିନ୍ତୁ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ବ୍ଲକରେ ସ୍କୁଲ ଖୋଲିବାର ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଅନେକ ବିଦ୍ୟାଳୟର ଛାତ୍ରୀଛାତ୍ର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାଠ୍ୟପୁସ୍ତକ ପାଇନାହାନ୍ତି। ଫଳରେ ସେମାନଙ୍କର ପାଠପଢ଼ା  ବ୍ୟାହତ ହେଉଛି। ଅନ୍ୟପକ୍ଷରେ ନୂତନ ପାଠ୍ୟପୁସ୍ତକ ଛପାରେ ତ୍ରୁଟି ଥିବା ଅଭିଯୋଗକୁ ନେଇ ରାଜ୍ୟବ୍ୟାପୀ ବିରୋଧୀ ଦଳ ପକ୍ଷରୁ ପ୍ରତିବାଦ ଜାରି ରହିଛି।

ସୂଚନା ଅନୁଯାୟୀ, ବୀରମହାରାଜପୁର ବ୍ଲକକୁ ପ୍ରାୟ ୬୦ ପ୍ରତିଶତ ପାଠ୍ୟପୁସ୍ତକ ଆସିଥିଲେ ମଧ୍ୟ ସେଗୁଡ଼ିକ ସଠିକ୍ ଭାବେ ଛାତ୍ରଛାତ୍ରୀଙ୍କ ପାଖକୁ ପହଞ୍ଚିପାରିନାହିଁ। କେତେକ ବିଦ୍ୟାଳୟରେ କିଛି ବହି ବଣ୍ଟନ ହୋଇଥିବା ବେଳେ ଅନେକ ସ୍ଥାନରେ ବହି ବଣ୍ଟନ ନାମକୁ ମାତ୍ର ହୋଇଛି।

ବିଶେଷକରି ବହଳପଦର ଓ ଦୁର୍ଜନତୈଲା କ୍ଲଷ୍ଟରର ସ୍ଥିତି ସବୁଠାରୁ ଉଦ୍ବେଗଜନକ। ଅଷ୍ଟମ ଶ୍ରେଣୀରେ ୧୧ଟି ପାଠ୍ୟପୁସ୍ତକ ଥିବାବେଳେ ଏହି ଦୁଇ କ୍ଲଷ୍ଟରର ଛାତ୍ରଛାତ୍ରୀଙ୍କୁ ମାତ୍ର ୪ଟି ଲେଖାଏଁ ବହି ମିଳିଛି। ଗଣିତ ଓ ଇଂରାଜୀ ପରି ପ୍ରମୁଖ ବିଷୟର ବହି ଏପର୍ଯ୍ୟନ୍ତ ବଣ୍ଟନ କରାଯାଇନାହିଁ। ସେହିପରି ସପ୍ତମ ଶ୍ରେଣୀରେ ୧୦ଟି ବହି ମଧ୍ୟରୁ କେବଳ ୩ଟି, ଷଷ୍ଠ ଶ୍ରେଣୀରେ ୧୦ଟି ମଧ୍ୟରୁ ୫ଟି ଏବଂ ପଞ୍ଚମ ଶ୍ରେଣୀରେ ୬ଟି ବହି ମଧ୍ୟରୁ କେବଳ ଗଣିତ ଓ ଯୋଗ-ଖେଳ ପୁସ୍ତକ ମିଳିଛି। ଅନ୍ୟ ୪ଟି ବିଷୟର ବହି ଏପର୍ଯ୍ୟନ୍ତ ମିଳିନାହିଁ। ବ୍ଲକର ଅନ୍ୟାନ୍ୟ କ୍ଲଷ୍ଟରରେ ମଧ୍ୟ ସମସ୍ତ ବିଷୟର ପାଠ୍ୟପୁସ୍ତକ ବଣ୍ଟନ ସମ୍ପୂର୍ଣ୍ଣ ହୋଇନାହିଁ।

ମିଳିଥିବା ସୂଚନା ଅନୁସାରେ, ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଦୁଇଟି ପର୍ଯ୍ୟାୟରେ ପାଠ୍ୟପୁସ୍ତକ ଆସିଥିଲା। ସିଆରସିସିମାନଙ୍କ ମାଧ୍ୟମରେ ସେଗୁଡ଼ିକୁ କ୍ଲଷ୍ଟରଗୁଡ଼ିକୁ ପଠାଯାଇଥିଲା। କିନ୍ତୁ ପର୍ଯ୍ୟାପ୍ତ ସଂଖ୍ୟାରେ ବହି ନଆସିବାରୁ ଅନେକ ବିଦ୍ୟାଳୟକୁ କେତେକ ବିଷୟର କେବଳ ଗୋଟିଏ ଲେଖାଏ ବହି ଯୋଗାଇ ଦିଆଯାଇଥିବା ବିଇଓ କାର୍ଯ୍ୟାଳୟର ଜଣେ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ବହଳପଦର ଓ ଦୁର୍ଜନତୈଲା କ୍ଲଷ୍ଟରର ସିଆରସିସିମାନେ ଦୁଇ ପର୍ଯ୍ୟାୟ ବଦଳରେ କେବଳ ଗୋଟିଏ ପର୍ଯ୍ୟାୟରେ ବହି ଆଣି ବିଦ୍ୟାଳୟଗୁଡ଼ିକୁ ବଣ୍ଟନ କରିଥିବା ଅଭିଯୋଗ ହୋଇଛି। ଫଳରେ ଏହି ଦୁଇ କ୍ଲଷ୍ଟରର ଛାତ୍ରୀଛାତ୍ର ସବୁଠାରୁ କମ୍ ପାଠ୍ୟପୁସ୍ତକ ପାଇଛନ୍ତି। ବିଇଓ କାର୍ଯ୍ୟାଳୟରେ ବହି ଥିବା ସତ୍ତ୍ୱେ ତାହା ସ୍କୁଲକୁ କାହିଁକି ପହଞ୍ଚୁନାହିଁ, ତାହାକୁ ନେଇ ଶିକ୍ଷାବିତ ଓ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।

ବହଳପଦର କ୍ଲଷ୍ଟର ଅମରପାଲି ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଗୁଲସନ ପ୍ରଧାନ ଓ ବହଳପଦର ୟୁପି ସ୍କୁଲର ଛାତ୍ର ସିଦ୍ଧାର୍ଥ ଶେଖର ନାୟକ କହିଛନ୍ତି, “ଆମକୁ ଏପର୍ଯ୍ୟନ୍ତ ଗଣିତ ଓ ଇଂରାଜୀ ସମେତ ସମସ୍ତ ବହି ମିଳିନାହିଁ। ବହି ନଥିବାରୁ ପାଠପଢ଼ାରେ ବହୁତ ଅସୁବିଧା ହେଉଛି। ତେଣୁ ଶୀଘ୍ର ସମସ୍ତ ବହି ଯୋଗାଇ ଦିଆଯାଉ।”

ସେହିପରି ଦୁର୍ଜନତୈଲା ପଞ୍ଚାୟତର ସାଗଯୁରୀ ଗ୍ରାମର ଅଶୋକ ବାଘ ଓ ଲୁତୁରପଙ୍କ ଗ୍ରାମର ପୃଥ୍ୱୀରାଜ ମହାକୁରଙ୍କ ସମେତ ଅନେକ ଅଭିଭାବକ ପିଲାମାନଙ୍କୁ ସମ୍ପୂର୍ଣ୍ଣ ପାଠ୍ୟପୁସ୍ତକ ନ ମିଳିବାରୁ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ କରିଛନ୍ତି।

ଏନେଇ ଦୁର୍ଜନତୈଲା କ୍ଲଷ୍ଟରର ସିଆରସିସି ଅଶୋକ ଲୁହାଙ୍କୁ ପଚାରିବାରୁ ସେ କହିଛନ୍ତି, “ଖୁବ୍ ଶୀଘ୍ର ସମସ୍ତ ବହି ବଣ୍ଟନ କରାଯିବ।” ତେବେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିଷେକ ଭୁଏଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଏହି ପ୍ରସଙ୍ଗରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ କହିଛନ୍ତି, “ଘଟଣାର ତଦନ୍ତ କରାଯିବ। ଯଦି କାହାରି ଅବହେଳା ପ୍ରମାଣିତ ହୁଏ, ନିୟମାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ସମସ୍ତ ପାଠ୍ୟପୁସ୍ତକ ବଣ୍ଟନ ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri