ହୋଲିରେ ଆପଣାନ୍ତୁ ଏହିି ଖାସ୍‌ ବାସ୍ତୁ ଟିପ୍ସ, ବର୍ଷସାରା ମିଳିବ ସୁଫଳ

ରଙ୍ଗର ପର୍ବ ହୋଲି। ସାଙ୍ଗସାଥୀଙ୍କ ସହ ହୋଲି ଖେଳିବା ଆଉ ନାନାଦି ସୁସ୍ବାଦୁ ବ୍ୟଞ୍ଜନ ଖାଇବାରେ ଏହି ଶୁଭଦିନଟି କିପରି ବିତିଯାଏ ଜଣାପଡ଼େନି। କିନ୍ତୁ ବାସ୍ତୁବିତ୍‌ଙ୍କ ମତରେ ଯଦି ଏହିିଦିନ କିଛି ଖାସ୍‌ ବାସ୍ତୁ ଟିପ୍ସକୁ ଆପଣାଯାଏ, ତା’ହେଲେ ବର୍ଷସାରା ଏହାର ସୁଫଳ ମିଳିଥାଏ। ଯେମିତିକି:

* ଏହିଦିନ ଭଗବାନ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କର ଯୁଗଳ ଫଟୋ କିମ୍ବା ମୂର୍ତ୍ତି ଘରକୁ ଆଣିବା ଶୁଭ ହୋଇଥାଏ। ଏହାକୁ ଘରକୁ ଆଣି ପ୍ରଥମେ ଫୁଲ ଓ ଫଗୁ, ଅବିର ଦେଇ ପୂଜାକରିବା ପରେ ନିଜ ଇଚ୍ଛା ଅନୁଯାୟୀ ଠାକୁରଘରେ ହେଉ ଅବା ଶୋଇବାଘରେ ରଖିପାରିବେ।

* ହୋଲି ଦିନ ଭଗବାନ ଗଣେଶଙ୍କୁ ଆବାହନ କରି ତାଙ୍କ ନିକଟରେ ପଣା ଭୋଗ କଲେ ପରିବାରରେ ଖୁସି ବଢ଼ିବା ସହ ଘର ଲୋକଙ୍କର ଭାଗ୍ୟ ଖୋଲି ଯାଇଥାଏ।

* ହୋଲିରେ ଘର ହେଉ ଅବା କାର୍ଯ୍ୟାଳୟର ପୂର୍ବଦିଗ କାନ୍ଥରେ ସୂର୍ଯ୍ୟ ଉଦୟ ହେଉଥିବାର ଫଟୋ ଲଗାଇଲେ ଭାଗ୍ୟୋଦୟ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

* ଗଛଲତା ଘରକୁ ଶୁଭାଶିଷ ନେଇ ଆସିଥାନ୍ତି। ତେଣୁ ହୋଲି ଅବସରରେ ତୁଳସୀଗଛ ହେଉ କିମ୍ବା ମନିପ୍ଲାଣ୍ଟ ଅବା ଅନ୍ୟ କୌଣସି ଇନ୍‌ଡୋର ପ୍ଲାଣ୍ଟ ଆଣି ଘରେ ଲଗାଇଲେ ବାସ୍ତୁଦୋଷ ଦୂର ହୋଇଥାଏ ବୋଲି ବାସ୍ତୁବିତ୍‌ମାନେ ମତ ଦେଇଥାନ୍ତି।

* ଜାତୀୟ ପତାକାକୁ ସମ୍ମାନ ଦେବା ପାଇଁ କେତେକ କାର୍ଯ୍ୟାଳୟର ଶୀର୍ଷରେ ଏହାକୁ ଲଗାଯାଇଥାଏ। ଯଦି ଉକ୍ତ ଜାତୀୟ ପତାକାଟି ପୁରୁଣା ହୋଇଯାଇଥିବାରୁ ତାକୁ ବଦଳାଇବାକୁ ଚାହୁଁଥାନ୍ତି, ତା’ହେଲେ ହୋଲି ଦିନ ଏହାକୁ ବଦଳାଇବା ଶୁଭ ହୋଇଥାଏ। କାରଣ ଏହାଦ୍ୱାରା ମାନ ସମ୍ମାନ, ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ।