ପ୍ରେମିକାଙ୍କୁ ବାହାହେବାକୁ ମନା କରିବାରୁ ଜୀବନ ଗଲା

ଦଶରଥପୁର,୩୧ା୫(ଡି.ଏନ୍‌.ଏ.): ପ୍ରେମିକାଙ୍କୁ ବାହାହେବାକୁ ମନା କରିବାରୁ ପ୍ରେମିକଙ୍କ ଜୀବନ ଯାଇଛି। ପୋଲିସ ତାଙ୍କ ମା’ବାପାଙ୍କୁ ଥାନାକୁ ନେଇ ନିର୍ଯାତନା ଦେଇଥିବାରୁ ଏହା ଯୁବକଙ୍କୁ ଗଭୀର ଆଘାତ ଦେଇଛି। ତେଣୁ ସେ କୌଣସି ଉପାୟ ନ ପାଇ ସୋମବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପରେ ମଙ୍ଗଳବାର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ୍ୟୁ ଖବର ପାଇ ମଙ୍ଗଳପୁର ଥାନା ଆଇଆଇସି ଯାଇଥିବାବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ। ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚତ୍ବା ପରେ ମାମଲାର ସମାଧାନ କରାଯାଇଛି।
ଅଭିଯୋଗ ମୁତାବକ, ଦଶରଥପୁର ବ୍ଲକ୍‌ ତଥା ମଙ୍ଗଳପୁର ଥାନା ଅଧୀନ କୟଁା ପଞ୍ଚାୟତ ମଲ୍ଲିପୁର ଗ୍ରାମର ଉଗ୍ରସେନ ବାରିକ୍‌ଙ୍କ ପୁଅ ସରୋଜ ବାରିକ୍‌ (୨୬) ଏହି ଥାନା ଅଧୀନ ନିଜାମପୁର ପଞ୍ଚାୟତ ନଚ୍ଛିନ୍ଦ୍ରପୁର ଗ୍ରାମର କାର୍ତ୍ତିକ ବିଶ୍ୱାଳଙ୍କ ଝିଅ ମନୀଷା ବିଶ୍ୱାଳ(୨୪)ଙ୍କୁ ଭଲ ପାଉଥିଲେ। ତେବେ ଦୁହିଙ୍କ ମଧ୍ୟରେ କୌଣସି କାରଣକୁ ନେଇ କିଛି ମାସହେବ ଦ୍ୱନ୍ଦ୍ୱ ହୋଇଥିଲା। ଫଳରେ ସରୋଜ ପ୍ରାୟ ୬ ମାସ ହେବ ମନୀଷାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ମନୀଷା ନିରାଶ ହୋଇ ୧୦ ଦିନ ତଳେ ସରୋଜଙ୍କ ଘରେ ପହଞ୍ଚି ବିବାହ କରିବାକୁ ଜିଦିଧରି ତାଙ୍କ ଘର ଆଗରେ ବସିରହିଥିଲେ। ଏନେଇ ସ୍ଥାନୀୟ କେତେଜଣ ଲୋକ ଘଟଣାର ଆପୋସ ସମାଧାନ ଲାଗି ବାହାରେ ରହି କାମକରୁଥିବା ସରୋଜଙ୍କୁ ଡକାଇ ବୁଝାମଣା କରିବେ ବୋଲି ମନୀଷାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସରୋଜ ୧୫ ଦିନ ତଳୁ ଘରକୁ ଆସିଥିବାବେଳେ ଭଦ୍ରଲୋକମାନେ ସରୋଜ ଏବଂ ମନୀଷାଙ୍କ ମଧ୍ୟରେ ଆପୋସ ସମାଧାନ ଲାଗି ମଙ୍ଗଳପୁର ଥାଲକୁଡିସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ବସିଥିବାବେଳେ ସେଠାରେ ସରୋଜ ମନୀଷାଙ୍କୁ ବିବାହ କରିବେ ନାହଁି ବୋଲି ମନାକରିଥିଲେ। ଏହାପରେ ମନୀଷା ୨୭ ତାରିଖରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ତାଙ୍କ ଅଭିଯୋଗ ଆଧାରରେ ଥାନା ଆଇଆଇସି ରୀନାରାଣୀ ସାହୁ ସରୋଜଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ସରୋଜ ଅନୁପସ୍ଥିତ ଥିବାରୁ ତାଙ୍କ ମା’ ଏବଂ ବାପାଙ୍କୁ ଥାନାକୁ ଆଣି ଜେରା କରିବା ସହିତ ମାଡ଼ମାରି ଯୁବତୀ ସହ ପୁଅକୁ ବିବାହ କରିବାଲାଗି ବାଧ୍ୟ କରିଥିଲେ। ପୋଲିସ ସେମାନଙ୍କୁ ଥାନାରେ ପ୍ରାୟ ୧୪ ଘଣ୍ଟା ଅଟକ ରଖି ନାନାଦି ଧମକ ଚମକ ଦେଇଥିଲା। ଏଥିସହ ବିଭିନ୍ନ ଲୋକଙ୍କ ମାଧ୍ୟମରେ ସରୋଜଙ୍କୁ ଥାନାରେ ଆସି ପହଞ୍ଚିବାକୁ ଚାପ ପକାଇ ଆସୁଥିଲେ। ପର ମୁହୂର୍ତ୍ତରେ ସରୋଜ ଜାଣିବାକୁ ପାଇଲାଯେ ପୋଲିସ ତାଙ୍କ ମା’ ଏବଂ ବାପାଙ୍କୁ ଉଠାଇନେଇ ମାଡ଼ ମାରିଛି। ଏଭଳି କଥାରେ ସରୋଜ ମର୍ମାହତହୋଇ ଶେଷରେ ଘରଠାରୁ ୧୦୦ ମିଟର ଦୂରରେଥିବା ଏକ ଓସ୍ତ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ବାଧ୍ୟହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମଙ୍ଗଳବାର ସରୋଜଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖି ଗ୍ରାମବାସୀ ଥାନାକୁ ଖବର ଦେଇଥିଲେ। ଆଇଆଇସି ଘଟଣାସ୍ଥଳକୁ ଯାଇଥିବାବେଳେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାରହୋଇ ଅଟକ ରହିଥିଲେ। ଯାଜପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବିଞ୍ଝାରପୁର ଥାନା, ଯାଜପୁର ସଦର ଥାନା, ଯାଜପୁର ଟାଉନ୍‌ଥାନା, ପାଣିକୋଇଲି, ମଙ୍ଗଳପୁର ଏବଂ ଦଶରଥପୁର ଥାନାର ପ୍ରାୟ ୬୦ରୁ ୭୦ କର୍ମଚାରୀ ମଲ୍ଲିପୁର ଗ୍ରାମରେ ପହଞ୍ଚିଥିଲେ। ମୃତଦେହ ଛାଡୁ ନ ଥିବା ଗ୍ରାମବାସୀଙ୍କୁ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନାରାୟଣ ଚନ୍ଦ୍ର ବାରିକ୍‌ ଏବଂ ଯାଜପୁର ଏସ୍‌ଡିପିଓ ସନ୍ତୋଷ କୁମାର ଉପାଧ୍ୟାୟ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଏଥିସହିତ ଆଇଆଇସି ସାହୁଙ୍କ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ମୃତଦେହ ଛାଡ଼ିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଅପରପକ୍ଷେ ନଛିନ୍ଦ୍ରପୁର ଗ୍ରାମର କାର୍ତ୍ତିକ ବିଶ୍ୱାଳ ଏବଂ ତାଙ୍କ ସହଧର୍ମିଣୀ ଓ ଝିଅ ମନୀଷାଙ୍କୁ ପୋଲିସ ଥାନାକୁ ନେଇଆସିଥିବା ଦେଖାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାରିକ୍‌ଙ୍କୁ ପଚାରିବାରେ ଘଟଣାର ତଦନ୍ତ କରାଯିବାପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri