ହତ୍ୟା କରି ଫିଙ୍ଗିଦେଇଥିଲେ ସ୍ବାମୀ

ଭୁବନ, ୧୯।୭(ବିପିନ ବିହାରୀ ସେଠୀ): ସ୍ବାମୀ ଘରକୁ ଆଣିଲେ ଦ୍ୱିତୀୟ ସ୍ତ୍ରୀ। ଏହାକୁ ନେଇ ସୃଷ୍ଟି ହୋଇଥିଲା ଦାମ୍ପତ୍ୟ ଜୀବନରେ ଝଡ଼। କଜିଆ ଉଗ୍ରରୂପ ନେବା ପରେ ପ୍ରଥମ ସ୍ତ୍ରୀଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେଇଥିଲେ ସ୍ବାମୀ। ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ପ୍ରାୟ ୧୫ କି.ମି. ଦୂର ଗାଡ଼ିରେ ଆଣି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ହେଲେ ପୋଲିସର ତନାଘନା ପରେ ସତ ପଦାକୁ ଆସିଛି ଏବଂ ଢେଙ୍କାନାଳ ଜିଲା ଭୁବନ ଥାନା ବାଲିବୋ ଗ୍ରାମ ନିକଟରୁ ଗତ ଶନିବାର ମହିଳାଙ୍କ ଗଳିତ ମୃତଦେହ ଜବତ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ମୃତା ମହିଳା ହେଲେ ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବିରିଗୁଡ଼ା ଗ୍ରାମରେ ରହୁଥିବା ଅନୁ ନାୟକ। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ଭୁବନ ଥାନା ଗରୁଡ଼ବନ୍ଦୀ ଗ୍ରାମର ସନ୍ତୋଷ ନାୟକ ଗିରଫ ହୋଇଥିବା ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ସୁକିନ୍ଦା ଥାନା ଜାମୁପଶି ଗ୍ରାମର ବାବୁଲି ପ୍ରଧାନଙ୍କ ଝିଅ ଅନୁ ଗରୁଡ଼ବନ୍ଦୀ ଗ୍ରାମରେ ପ୍ରଥମ ବିବାହ କରିଥିଲେ। ତେବେ ୪ ବର୍ଷ ତଳେ ଗ୍ରାମର ପଦ୍ମନାଭ ନାୟକଙ୍କ ପୁଅ ସନ୍ତୋଷଙ୍କ ସହ ପଳାଇ ଯାଇଥିଲେ। ଦୁହେଁ ବିରିଗୁଡ଼ା ଗ୍ରାମରେ ରହୁଥିଲେ। ସନ୍ତୋଷ ସେଠାକାର ରମେଶ ବେହେରାଙ୍କ ଗାଡ଼ି ଚଳାଉଥିଲେ। ୪ ମାସ ତଳେ ଝାଡ଼ଖଣ୍ଡର ଲଳିତା ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରି ସନ୍ତୋଷ ଘରକୁ ଆଣିଥିଲେ। ଏହାକୁ ନେଇ ଅନୁ ଏବଂ ସନ୍ତୋଷଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଗତ ୯ ତାରିଖ ରାତିରେ ଏହା ଉଗ୍ରରୂପ ନେଇଥିଲା। ଉତ୍ତ୍ୟକ୍ତ ସନ୍ତୋଷଙ୍କ ଆକ୍ରମଣରେ ଅନୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପ୍ରମାଣ ଲୁଚାଇବାକୁ ମୃତଦେହକୁ ସେ ଚଲାଉଥିବା ଗାଡ଼ିରେ ଆଣି ବାଲିବୋ ନିକଟର୍ତ୍ତୀ ଏକ ନାଳ ପାଖରେ ଫିଙ୍ଗିଦେଇଥିଲେ। ୧୫ ତାରିଖରେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଥିଲା। ଧରାପଡ଼ିଯିବା ଭୟରେ ସୁକିନ୍ଦା ଥାନାରେ ସନ୍ତୋଷ ସେହିଦିନ ଏକ ନିଖୋଜ ମାମଲା (ନଂ.୨୯/୨୩) ରୁଜୁ କରିଥିଲେ। ତେବେ ଘଟଣାସ୍ଥଳରୁ ଜବତ ଶାଢ଼ି, ସୁକିନ୍ଦା ଥାନାରେ ହୋଇଥିବା ନିଖୋଜ ମାମଲା ଏବଂ ଅନୁଙ୍କ ବାପା ବାବୁଲିଙ୍କଠାରୁ ମିଳିଥିବା ତଥ୍ୟରୁ ପୋଲିସ ସନ୍ତୋଷ ନିକଟରେ ପହଞ୍ଚତ୍ଥିଲା। ସେ ରାଜ୍ୟ ବାହାରକୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସନ୍ତୋଷ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଏହା ପରେ ତାଙ୍କୁ ସୁକିନ୍ଦା ପୋଲିସକୁ ହସ୍ତାନ୍ତର କରାଯାଇଛି।
ପୂର୍ବରୁ ଏ ସଂକ୍ରାନ୍ତରେ ଭୁବନ ଥାନାରେ ନଂ.୧୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ବାବୁଲିଙ୍କ ଅଭିଯୋଗକ୍ରମେ ୧୭ ତାରିଖରେ ଏକ ହତ୍ୟା ମାମଲା (ନଂ.୧୬୮/୨୩)ରୁଜୁ ହୋଇଛି। ଅନୁଙ୍କ ଗଳିତ ମୃତଦେହ କଟକରେ ବ୍ୟବଚ୍ଛେଦ ପରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ରଖାଯାଇଥିଲା। ଏହାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri