Categories: ଫୁରସତ

ଆଈ ଦୁଃଖରେ ନ ରହିବା ପାଇଁ ନାତୁଣୀ ନେଲେ ଏମିତି ପଦକ୍ଷେପ, କାରଣ ଜାଣିଲେ….

ଚାଇନାର ଜଣେ ଯୁବତୀ ନିଜ ଆଈଙ୍କ ଭାବନାକୁ ନେଇ ଏତେ ସମ୍ବେଦନଶୀଳ ଯେ, ୧୩ ବର୍ଷ ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ମା’ କରି କିଣି ରଖିଥିଲେ। ସେ ଏଥିପାଇଁ ଏପରି କରିଥିଲେ କି ତାଙ୍କ ଆଈମା’ ନ ଜାଣନ୍ତୁ ଯେ ତାଙ୍କ ଝିଅ ମରିଯାଇଛି ବୋଲି।

୨୬ ବର୍ଷୀୟା ଯୁବତୀ ଚ୍ୟାଙ୍ଗ ସାଙ୍କ୍‌ସି ଜିଲାରେ ରୁହନ୍ତି। ଚ୍ୟାଙ୍ଗ୍‌ଙ୍କ ମା’ କ୍ୟାନସରେ ଚାଲିଯାଇଥିଲେ। ଚ୍ୟାଙ୍ଗ ଜାଣିଥିଲେ ତାଙ୍କ ଆଈ ତାଙ୍କ ମା’ଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ସେ ତାଙ୍କ ମା’ ଅର୍ଥାତ୍‌ ଆଈ ତାଙ୍କ ଝିଅଙ୍କ ମୃତ୍ୟୁ ଖବର ଶୁଣି ବଞ୍ଚି ନ ଥାନ୍ତେ। ସେଥିପାଇଁ ଚ୍ୟାଙ୍ଗ୍‌ ଜଣେ ନକଲି ମା’ଙ୍କୁ କିଣି ଆଣି ଘରେ ରଖିଥିଲେ। କିନ୍ତୁ ଆଈ ନକଲି ଝିଅଙ୍କ କଣ୍ଠସ୍ବର ଶୁଣି ଚମକି ପଡ଼ିଥିଲେ। ସେ କହିଲେ ତୋ’ କଣ୍ଠ କାଇଁ ଏମିତି ଶୁଭୁଛି। ସଙ୍ଗେ ସଙ୍ଗେ ନାତୁଣୀ କହିଲେ ମା’ଙ୍କୁ ଥଣ୍ଡା ଜ୍ୱର ଟିକେ ହୋଇଥିବାରୁ ସ୍ବର ଏମିତି ଶୁଭୁଛି। ଆଈ ମୋ’ ମାଙ୍କୁ ଦେଖିବାକୁ ଚାହିଁବାରୁ ମୁଁ ସବୁଦିନ କିଛି ନା କିଛି ବାହାନା କରୁଥାଏ ବୋଲି ଚ୍ୟାଙ୍ଗ କହିଛନ୍ତି। କେବେ କୁହେ ମା’ ଡାକ୍ତର ପାଖକୁ ଯାଇଛନ୍ତି ତ ଆଉ କେବେ କୁହେ ଶପିଂ କରିବାକୁ ଯାଇଛନ୍ତି। ଏମିତି ଏମିତି କହି ୧୦୦ ବର୍ଷରେ ମୋ’ ଆଈଙ୍କର ମୃତ୍ୟୁ ଘଟିଛି। ତଥାପି ସେ ଶେଷ ପର୍ଯ୍ୟନ୍ତ ଜାଣି ପାରିଲେନି ତାଙ୍କ ଝିଅ ବଞ୍ଚିଛି କି ମରିଛି। ଚ୍ୟାଙ୍ଗ କୁହନ୍ତି, ମୁଁ ଠିକ୍‌ କରିଛି କି ଭୁଲ କରିଛି ଜାଣିନି। ମାତ୍ର ଆଈଙ୍କ ଦୁଃଖ ସହିପାରିବିନି ବୋଲି ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲି।

Share