ଭାରତରେ ହେପାଟାଇଟିସ୍‌ ‘ବି’

ଡା. ଉମେଶ ଚନ୍ଦ୍ର ପାତ୍ର

 

ଭାରତରେ ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହକ ବହୁ ସଂଖ୍ୟାରେ ଅଛନ୍ତି। ଏହି ବାହକମାନେ ସାଧାରଣରେ ନୀରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି। ଏହି ଭୂତାଣୁ ଦ୍ୱାରା ଅନ୍ୟଲୋକମାନେ ମଧ୍ୟ ସଂକ୍ରମିତ ହୋଇଥାନ୍ତି। ବିଶୁଦ୍ଧ ହୋଇ ନ ଥିବା ଛୁଞ୍ଚତ୍ ଦ୍ୱାରା ଇଞ୍ଜେକ୍‌ଶନ ନେଲେ କିମ୍ବା କର୍ଣ୍ଣଛେଦନ (କାନଫୋଡା ବା ଚିତାକୁଟା) କଲେ, ଅପରିଷ୍କାର ଯନ୍ତ୍ରପାତି ଦ୍ୱାରା ଅସ୍ତ୍ରୋପଚାର ବା ଘା’ ସିଲେଇ କଲେ ଏହି ସଂକ୍ରମଣର ସମ୍ଭାବନା ରହିଥାଏ। ସେହିପରି ସଂକ୍ରମିତ ରକ୍ତନେଲେ ହେପାଟାଇଟିସ୍‌ ‘ବି’ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଖୁବ୍‌ ବଢ଼ିଥାଏ। ଛୋଟପିଲାମାନେ ସାଧାରଣତଃ ଜନ୍ମ ସମୟରେ ସଂକ୍ରମିତ ମା’ ଠାରୁ ଭୂତାଣୁର ଶିକାର ହୋଇଥାନ୍ତି, ଯାହାକୁ ସିଧାପ୍ରସାରଣ କୁହାଯାଏ। ଭୂତାଣୁ ପ୍ରସାରଣର ଦ୍ୱିତୀୟ ମାଧ୍ୟମ ହେଉଛି ଗୋଟିଏ ପିଲାଠାରୁ ଅନ୍ୟ ଏକ ପିଲାକୁ ସଂକ୍ରମଣ। ଏହାକୁ ସମାନ୍ତର ପ୍ରସାରଣ କୁହାଯାଏ। ଏହି କ୍ଷେତ୍ରରେ ରୋଗୀକୁ ଭୋକ ଲାଗି ନ ଥାଏ, ବାନ୍ତି ହୋଇଥାଏ, ଶରୀରରେ ଜ୍ୱର ଦେଖାଯାଏ, ଦେହ ଘୋଳାବିନ୍ଧା, କଷ୍ଟ ଲାଗେ, ଆଖି ଓ ଚର୍ମ ହଳଦିଆ ଦେଖାଯିବା ସହ ପରିସ୍ରା ଗାଢ଼ ରଙ୍ଗର ହୋଇଥାଏ। ମଳ ମଧ୍ୟ ହାଲୁକା ରଙ୍ଗର ହୋଇଥାଏ। ବେଳେବେଳେ ବୃକ୍‌କ ଓ ମସ୍ତିଷ୍କ ମଧ୍ୟ ଅକାମୀ ହୋଇଯାଏ ଓ ଏ କ୍ଷେତ୍ରରେ ରୋଗୀ ସଂଜ୍ଞାହୀନ ହୋଇଯାଏ।
ଆମ ଦେଶରେ ବର୍ତ୍ତମାନ ପାଖାପାଖି ୫ କୋଟି ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହାକ ରହିଛନ୍ତି।
ଏହି ହେପାଟାଇଟିସ୍‌ ‘ବି’ ଭୂତାଣୁ ସଂକ୍ରମିତ ପିଲାଙ୍କଠାରେ ସାଧାରଣତଃ କୌଣସି ଲକ୍ଷଣ ନ ଥାଏ ଓ ଏମାନେ ନୀରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି। ଏହି ସୁସ୍ଥ ଦେଖାଯାଉଥିବା ପିଲାମାନେ ତାଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟ ପିଲାମାନଙ୍କୁ ଅଜାଣତରେ ଏହି ଭୂତାଣୁ ପ୍ରଦାନ କରିଥା’ନ୍ତ। ପରବର୍ତ୍ତୀ କାଳରେ ଏହି ସୁସ୍ଥ ଦେଖାଯାଉଥିବା ବାହକ ପିଲାଟି ଯକୃତ ସିରୋସିସ୍‌ ବା ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଏ। କେତେକ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶିଶୁ ଅବସ୍ଥାରେ ସଂକ୍ରମିତ ହୋଇଥିବା ପ୍ରତି ୪ଜଣଙ୍କ ମଧ୍ୟରୁ ଜଣେ ଯକୃତ କର୍କଟ ରୋଗରେ ପ୍ରାଣ ହରାଇଥାନ୍ତି। ପ୍ରକାଶିତ ବିଭିନ୍ନ ରିପୋର୍ଟ ତଥ୍ୟ ଅନୁଯାୟୀ ଜଣାଯାଇଛି ଯେ, ଭାରତରେ ପ୍ରତି ୨୦ଜଣଙ୍କ ମଧ୍ୟରୁ ଅନୂ୍ୟନ ଜଣେ ଏହି ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହକ। ସବୁଠାରୁ ଉଦ୍‌ବେଗଜନକ ତଥ୍ୟ ହେଉଛି ଏହା ଯେ, ଅଧିକାଂଶ ବାହକମାନେ ଜାଣି ନ ଥାନ୍ତି ଯେ ସେମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ। ଏହି ବାହକମାନଙ୍କ ସାଙ୍ଗରେ ଆକସ୍ମିକ ସମ୍ପର୍କ ଦ୍ୱାରା ଭୂତାଣୁର ପ୍ରବେଶ ଜଣେ ସୁସ୍ଥ ଲୋକକୁ ହୋଇପାରିବ।
ହେପାଟାଇଟିସ୍‌ ‘ବି’ ଏଡ୍‌ସଠାରୁ ଶହେଗୁଣ ଅଧିକ ସଂକ୍ରାମକ। ଭାରତରେ ଏଡ୍‌ସ ଯୋଗୁ ସାରା ବର୍ଷରେ ଯେତେ ଲୋକ ମରନ୍ତି, ତା’ଠାରୁ ଅଧିକ ଗୋଟିଏ ଦିନରେ ହେପାଟାଇଟିସ୍‌ ‘ବି’ ଯୋଗୁ ମୃତ୍ୟୁବରଣ କରନ୍ତି। ପରିସଂଖ୍ୟାନରୁ ଜଣାଯାଇଛି ଭାରତରେ ୫ କୋଟିରୁ ଅଧିକ ହେପାଟାଇଟିସ୍‌ ‘ବି’ର ବାହକ ଅଛନ୍ତି ଓ ୪୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁଜନିତ ସାଂଘାତିକ ଯକୃତ ରୋଗରେ କଷ୍ଟ ପାଉଛନ୍ତି। ପ୍ରତିବର୍ଷ ପ୍ରାୟ ଏକଲକ୍ଷ ଲୋକ ଏହି ଭୂତାଣୁଜନିତ ଯକୃତ ରୋଗରେ ମୃତ୍ୟୁବରଣ କରିଥାନ୍ତ।
ନିମ୍ନଲିଖିତ ଶ୍ରେଣୀର ବ୍ୟକ୍ତିଙ୍କୁ ହେପାଟାଇଟିସ୍‌ ‘ବି’ ଭୂତାଣୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଡାକ୍ତର ଓ ଶଲ୍ୟ ଚିକିତ୍ସକ, ସେବିକା, ପାଥୋଲୋଜି ଟେକ୍ନିସିଆନ୍‌ ଏବଂ ରକ୍ତଭଣ୍ଡାର ଓ ବୃକ୍‌କ ଡାଏଲିସିସ୍‌ ବିଭାଗରେ କାର୍ଯ୍ୟରତ କର୍ମକର୍ତ୍ତାମାନେ ଅଧିକ ସଂକ୍ରମଣ ହେବାର ସମ୍ଭାବନା। ସମଲିଙ୍ଗ ସଂଗମ ପ୍ରୟାସୀ ରୂପଜୀବୀ, ବିଶୃଙ୍ଖଳିତ ଅସୁରକ୍ଷିତ ଯୌନକ୍ରିୟା, ଇଞ୍ଜେକ୍‌ଶନ ମାଧ୍ୟମରେ ନିଶା ସେବନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ହେପାଟାଇଟିସ୍‌ ‘ବି’ ଭୂତାଣୁ ଦ୍ୱାରା ଅଧିକ ସଂକ୍ରମଣ ହେବା ସମ୍ଭାବନା ରହିଛି । ଥାଲାସିମିଆ ଓ ହିମୋଫିଲିଆ ରୋଗୀ, ଯେଉଁମାନେ ବାରମ୍ବାର ରକ୍ତ ନିଅନ୍ତି ସେମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୁଅନ୍ତି । ହେପାଟାଇଟିସ୍‌ ‘ବି’ ପ୍ରତିଷେଧକ ଟିକା ବ୍ୟବହାର କଲେ ଏହି ରୋଗରୁ ସୁରକ୍ଷିତ ରହିହେବ । ସାଧାରଣତଃ ତିନୋଟି ଟିକା ଜଣେ ଲୋକକୁ ନେବାକୁ ପଡ଼ିଥାଏ। ପ୍ରଥମ ଟିକାର ଏକମାସ ପରେ ଦ୍ୱିତୀୟ ଟିକା ଓ ପ୍ରଥମ ଟିକାର ଛଅମାସରେ ତୃତୀୟ ଟିକା ନେବାକୁ ପଡ଼ିଥାଏ । ସାଧାରଣତଃ ଏହି ଟିକା ନେବାପରେ ଶରୀରରେ କୌଣସି କୁପ୍ରଭାବ ଦେଖାଯାଇ ନ ଥାଏ।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂକ୍ରାମକ ହେପାଟାଇଟିସ୍‌ ‘ବି’ ପାଇଁ କୌଣସି ଉତ୍କୃଷ୍ଟ ଧରଣର ଔଷଧ ଆବିଷ୍କାର ହୋଇନାହିଁ। ଯାହାଦ୍ୱାରା ଏହି ଭୂତାଣୁକୁ ଶରୀରରୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିହେବ। ଯେଉଁ ଔଷଧଗୁଡ଼ିକ ଏହି ଭୂତାଣୁ ବିରୋଧରେ କିଛି ପରିମାଣରେ ସଫଳତା ଲାଭ କରିଥାଏ ସେଗୁଡ଼ିକ ମଧ୍ୟରୁ ବଜାରରେ ଉପଲବ୍ଧ ହେଉଥିବା ଇଣ୍ଟରଫେରନ୍‌, ଏଣ୍ଟାକେଭିର୍‌ ଓ ଟେନୋଫୋଭିର୍‌ ମୁଖ୍ୟ। ଏହି କାରଣ ଯୋଗୁ ସବୁଠାରୁ ଉତ୍ତମ ଉପାୟ ହେଉଛି ସଂକ୍ରମଣରୁ ନିଜକୁ ରକ୍ଷା କରିବା। ଏହା କେବଳ ଟିକା ଦ୍ୱାରା ସମ୍ଭବ। ସାଧାରଣତଃ ହେପାଟାଇଟିସ୍‌ ‘ବି’ ଏକ ସଂକ୍ରାମକ ରୋଗ ହୋଇଥିଲେ ବି ଏହାକୁ ନେଇ ସେପରି ଭୟଭୀତ ହେବାର କାରଣ ନାହିଁ। ଅଭିଜ୍ଞ ଯକୃତ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ପ୍ରାଥମିକ ଅବସ୍ଥାରୁ ଏହାର ନିରାକରଣ ସମ୍ଭବ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମା :୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri