ମଦ ଦୋକାନର ହବ୍‌ ପାଲଟିଛି ଭଟଲି ଛକ, ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ନିଶା କାରବାର ସାଧାରଣରେ ପରିଣତ ହୋଇଯାଇଛି । ଲୁଚାଛପା ଚାଲିଥିବା ଏହି କାରବାର ଉପରେ ବିଭିନ୍ନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି । ହେଲେ ଏଥିରେ ଏପର୍ଯ୍ୟନ୍ତ ଅଙ୍କୁଶ ଲାଗି ପାରି ନାହିଁ। ଅନ୍ୟପଟେ ସହର ମଧ୍ୟରେ ଯେଉଁ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ଗୁଡ଼ିକ ରହିଛି, ସେଥିମଧ୍ୟରୁ ଅନେକ ଜନବସତି, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ପାଖରେ ରହିଛି। ଏହାକୁ ନେଇ ସହରରେ ଜନ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସ୍ଥାନୀୟ ଭଟଲି ଛକରେ ରହିଥିବା ବିଦେଶୀ ମଦ ଦୋକାନକୁ ହଟାଇବା ଦାବି ନେଇ ରବିବାର ସ୍ଥାନୀୟ ରାଧାକୃଷ୍ଣ ବେପାରୀ ସଂଘର ନେତୃତ୍ୱରେ ରାସ୍ତାରୋକୋ ହୋଇଥିଲା। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା। ଫଳରେ ଏହି ଛକକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ଦୀର୍ଘ ୪ଘଣ୍ଟା ଧରି ଆନ୍ଦୋଳନ ଚାଲିଥିଲେ ସୁଦ୍ଧା କୌଣସି ନିର୍ଯ୍ୟାସ ବାହାରି ନଥିଲା। ଫଳରେ ସୋମବାର ପୁଣି ରାସ୍ତାରୋକୋ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ଭଟଲି ଛକ ବରଗଡ଼ ସହରର ଏକ ପ୍ରମୁଖ ପେଣ୍ଠସ୍ଥଳୀ। ଏଠାକୁ ଚାରିଦିଗରୁ ରାସ୍ତା ସଂଯୋଗ କରିଛି। ଫଳରେ ବରଗଡ଼ ସହରରୁ ବରପାଲି, ସୋହେଲା, ଅମ୍ବାଭୋନା, ଭଟଲି, ଅମ୍ବାଭୋନା ତଥା ପଡ଼ୋଶୀ ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲା ଏବଂ ଛତିଶଗଡ଼କୁ ଯାଉଥିବା ଏବଂ ସେହି ଅଞ୍ଚଳରୁ ଆସୁଥିବା ଯାତ୍ରୀବାହୀ ବସ୍‌, ଅନ୍ୟ ଯାନବାହନ ଏହି ଛକ ଦେଇ ସହରକୁ ପ୍ରବେଶ କରିଥାଏ। ଏହି କ୍ରମରେ ଏହି ଛକରେ ଯାତ୍ରୀବାହୀ ବସ୍‌ ଗୁଡ଼ିକ ଅଟକି ରହିଥାଏ। ସେହିପରି ଏହି ଛକ ଦେଇ ଯାଇଥିବା ରାସ୍ତା ଗୁଡ଼ିକ ଜିଲା ମୁଖ୍ୟ ଡାକ୍ତରଖାନା, ଇଥାନଲ ପ୍ଲାଣ୍ଟ, ସିମେଣ୍ଟ କାରଖାନା, କେନ୍ଦ୍ରୀୟ ବିଦ୍ୟାଳୟ, ଭାରତୀୟ ହସ୍ତତନ୍ତ ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ଆଇଆଇଏଚ୍‌ଟି), ରାଣପ୍ରତାପ ହାଇସ୍କୁଲ, ଲ କଲେଜ ସମେତ ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ, ନର୍ସିଂହୋମକୁ ସଂଯୋଗ କରିଛି। ଫଳରେ ଉକ୍ତ ଛକ ଉପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର, ସରକାରୀ, ବେସରକାରୀ କର୍ମଚାରୀ ନିର୍ଭର କରିଥାନ୍ତି।
ଅନ୍ୟପଟେ ଉକ୍ତ ଛକରେ ମଦ ଦୋକାନ ଖୋଲିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଲାଇସେନ୍ସ ପରେ ଲାଇସେନ୍ସ ଦେଇ ଚାଲିଛି। ଛକଟି ବିଦେଶୀ ମଦ ଦୋକାନର ହବ୍‌ ପାଲଟି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ଛକ ତଥା ଛକ ନିକଟରେ ଏକାଧିକ ବିଦେଶୀ ମଦ ଦୋକାନ ରହିଛି। ଗତ କିଛିଦିନ ତଳେ ଅଞ୍ଚଳବାସୀଙ୍କ ବିରୋଧ ପରେ ଏହି ଛକ ନିକଟରେ ରହିଥିବା ଏକ ବିଦେଶୀ ମଦ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଥିଲା। କିନ୍ତୁ ଏବେ ମଧ୍ୟ ଉକ୍ତ ଛକରେ ଅନ୍ୟ ବିଦେଶୀ ମଦ ଦୋକାନ ରହିଥିବାରୁ ଜନ ଅସନ୍ତୋଷ ଲାଗି ରହିଛି ଏବଂ ଏହି କ୍ରମରେ ରବିବାର ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ଥାନୀ ରାଧାକୃଷ୍ଣ ବେପାରୀ ସଂଘର ସମ୍ପାଦକ ଦିନଶେ କୁମାର ଶର୍ମା କହିଛନ୍ତି, ଭଟଲି ଛକରୁ ମଦ ଦୋକାନ ହଟାଇବା ପାଇଁ ବାରମ୍ବାର ଦାବି କରି ଆସୁଛୁ। କିନ୍ତୁ ପ୍ରଶାସନ ସେଥିପ୍ରତି ନୀରବଦ୍ରଷ୍ଟା ସାଜିଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଅନ୍ୟଜଣେ ସ୍ଥାନୀୟ ନାଗରିକ ପ୍ରତାପ କୁମାର ପଟ୍ଟନାୟକ କହିଛନ୍ତି, ଭଟଲି ଛକରୁ ଜୀରାବ୍ରିଜ ଛକ ପର୍ଯ୍ୟନ୍ତ ମଦ ଦୋକାନ ହେବ ନାହିଁ ବୋଲି ଅବକାରୀ ଅଧିକାରୀ ପୂର୍ବରୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ପାଣିର ଗାର ପାଲଟି ଯାଇଛି ଏବଂ ଏହି ଛକରୁ ମଦ ଦୋକାନ ହଟା ନଗଲେ ଆଗକୁ ଦୁର୍ବାର ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?