ହେମୋଫିଲିଆ

ଆଜି ହେଉଛି ‘ବିଶ୍ୱ ହେମୋଫିଲିଆ ଦିବସ’। ସେ ବିଷୟରେ ଉପସ୍ଥାପନା…

ହେମୋଫିଲିଆ ହେଉଛି ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା କନ୍ୟା ସନ୍ତାନମାନେ ହେଉଛନ୍ତି ତ୍ରୁଟିଯୁକ୍ତ ଜିନ୍‌ର ବାହକ। ଏମାନଙ୍କଠାରେ ରୋଗଣା ଜିନ୍‌ ଥିଲେ ମଧ୍ୟ ଏମାନେ ଏହି ରୋଗ ଭୋଗି ନ ଥାନ୍ତି। ରୋଗ ଭୋଗିଥାଆନ୍ତି କେବଳ ପୁରୁଷ ବା ପୁତ୍ର ସନ୍ତାନମାନେ। ଏହି ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୧୭ ତାରିଖକୁ ‘ବିଶ୍ୱ ହେମୋଫିଲିଆ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ‘ହେମୋଫିଲିଆ ଶବ୍ଦଟିରେ ରହିଛି ଦୁଇଟି ଅଂଶ, ଯଥା ‘ହେମୋ’ ଏବଂ ‘ଫିଲିଆ’। ‘ହେମୋ’ ଅର୍ଥ ରକ୍ତ ସମ୍ବନ୍ଧୀୟ ଏବଂ ‘ଫିଲିଆ’ ଅର୍ଥ ପ୍ରବଣତା। ଏହି ରୋଗ ହେଲେ ରକ୍ତ ଜମାଟ ବାନ୍ଧିପାରେ ନାହିଁ।
ହେଲେ କେଉଁ ଉପାଦାନ ବା ଫ୍ୟାକ୍ଟରର ଅଭାବ ଯୋଗୁ ହେମୋଫିଲିଆ ଜାତ ହୁଏ? ଜିନ୍‌ ଦୋଷ ଯୋଗୁ ରୋଗୀଠାରେ ବା ପୁତ୍ର ସନ୍ତାନଠାରେ ଫ୍ୟାକ୍ଟର VIII (ଏହାର ଅନ୍ୟ ନଁା ଆଣ୍ଟି ହେମୋଫିଲିକ୍‌ ଫ୍ୟାକ୍ଟର) କିମ୍ବା ଫ୍ୟାକ୍ଟର IX ଆଶାନୁରୂପ ଭାବରେ ତିଆରି ହୋଇପାରେ ନାହିଁ। ସୂତରାଂ ଫ୍ୟାକ୍ଟର VIII ଅଭାବଜନିତ ହେମୋଫିଲିଆକୁ ‘ହେମୋଫିଲିଆ A’ ଏବଂ ଫ୍ୟାକ୍ଟର IX ଅଭାବଜନିତ ହେମୋଫିଲିଆକୁ ‘ହେମୋଫିଲିଆ B’ ବୋଲି କହନ୍ତି। ଫ୍ୟାକ୍ଟର VIII ଓ ଫ୍ୟାକ୍ଟର IXକୁ ଯଥାକ୍ରମେ ‘ଫ୍ୟାକ୍ଟର ଏଇଟ’ ଏବଂ ‘ଫ୍ୟାକ୍ଟର ନାଇନ୍‌’ ଭାବରେ ପଢ଼ାଯାଏ। ହେମୋଫିଲିଆ A ଅଧିକ ଗୁରୁତର। ଏଠାରେ ଜାଣିରଖିବା ଦରକାର ଯେ ହେମୋଫିଲିଆ ରୋଗୀଙ୍କର ସମସ୍ତ ପୁତ୍ର ସନ୍ତାନ ରୋଗମୁକ୍ତ ତଥା ସୁସ୍ଥ ହୋଇ ଜନ୍ମ ନେଇଥାଆନ୍ତି। କିନ୍ତୁ ସମସ୍ତ କନ୍ୟା ସନ୍ତାନ ଭୂମିଷ୍ଠ ହୋଇଥାଆନ୍ତି ବାହକ ରୂପେ। ମାଆ ବାହକ ହୋଇଥିଲେ ଝିଅ ବାହକ ହୋଇ ଜନ୍ମ ନେଇପାରେ, ପୁଅ ହୋଇପାରେ ରୋଗୀ। କିନ୍ତୁ ସବୁ ପୁତ୍ର ସନ୍ତାନ ଯେ ରୋଗଗ୍ରସ୍ତ ହେବେ ବୋଲି କୌଣସି ନିଶ୍ଚିତତା ନାହିଁ। ରୋଗୀର ରକ୍ତରେ ଫ୍ୟାକ୍ଟର VIII କିମ୍ବା ଫ୍ୟାକ୍ଟର IXର ମାତ୍ରା ସାମାନ୍ୟ ଊଣା ଥିଲେ ରୋଗ କମ୍‌ ଗୁରୁତର ଏବଂ ବେଶି ଊଣା ଥିଲେ ରୋଗ ଅଧିକ ଗୁରୁତର ହୋଇଥାଏ।
ରୋଗକୁ ଚିହ୍ନିବ କିପରି: ପୁଅଟିଏ ଖେଳିବା ବେଳେ ସାମାନ୍ୟ ଖଣ୍ଡିଆ ଖାବରା ହୋଇପଡ଼ିଲେ କି ଦୁର୍ଘଟଣାଗ୍ରସ୍ତ ହେଲେ କ୍ଷତ ସ୍ଥାନରୁ ବହୁ ସମୟ ଧରି ରକ୍ତସ୍ରାବ ଚାଲିଥାଏ। ଦାନ୍ତ ଉପାଡ଼ିଲେ ମାଢ଼ିର ଉପୁଡ଼ା ଯାଇଥିବା ସ୍ଥାନରୁ ରକ୍ତ ଝରିବା ସହଜରେ ବନ୍ଦ ହୁଏ ନାହିଁ। ଛୋଟକାଟିଆ ଅପରେଶନ କଲାବେଳେ ମଧ୍ୟ ବହୁ ସମୟଧରି ରକ୍ତ ବୋହୁଥାଏ।
ମାଂସପେଶୀ ଭିତରକୁ ରକ୍ତସ୍ରାବ ହେଲେ ଜାତ ହୁଏ ପେଶୀ ଯନ୍ତ୍ରଣା ଏବଂ ଉଦର ଭିତରକୁ ରକ୍ତସ୍ରାବ ହେଲେ ହୁଏ ଉଦର ଯନ୍ତ୍ରଣା। ମସ୍ତିଷ୍କ ଭିତରକୁ ରକ୍ତସ୍ରାବ ହୋଇ ଷ୍ଟ୍ରୋକ୍‌ ବା ପାରାଲିସିସ୍‌ ହୋଇପାରେ। ନାକ, ପାଟି ଓ ଦାନ୍ତ ମାଢ଼ିରୁ ବି ରକ୍ତ ଝରିପାରେ। ରକ୍ତବାନ୍ତି ଓ କଳାଝାଡ଼ା ହେବା ସଙ୍ଗେ ସଙ୍ଗେ ଝାଡ଼ା ଓ ପରିସ୍ରାରେ ମଧ୍ୟ ରକ୍ତ ପଡ଼ିପାରେ।
ରୋଗ ନିର୍ଣ୍ଣୟ ପାଇଁ ପରୀକ୍ଷା: ପିଲାଟି ରକ୍ତରେ ଫ୍ୟାକ୍ଟର VIII ଓ ଫ୍ୟାକ୍ଟର IXର ମାତ୍ରା ନିର୍ଦ୍ଧାରଣ କରି ରୋଗ ନିର୍ଣ୍ଣୟ କରାଯାଏ। ରୋଗୀଠାରେ ଫ୍ୟାକ୍ଟର VIIIର ଅଭାବ ଥିଲେ ‘ହେମୋଫିଲିଆ A’ ଏବଂ ଏବଂ ଫ୍ୟାକ୍ଟର IXର ଅଭାବ ଥିଲେ ‘ହେମୋଫିଲିଆ B’ ବୋଲି ନିର୍ଣ୍ଣୟ କରିବାରେ କୌଣସି ସନ୍ଦେହ ରହେ ନାହିଁ। ଏବେ ଗର୍ଭବତୀଙ୍କ ଗର୍ଭାଶୟରୁ ଜଳ ସଂଗ୍ରହ ଓ ସେହି ଜଳରେ ଥିବା ଜୀବକୋଷର ଜିନ୍‌ ପରୀକ୍ଷା କରି ଗର୍ଭସ୍ଥ ଶିଶୁ ରୋଗୀ କି ବାହକ ତାହା ଜାଣିହେଉଛି। ଏପରି କି ଗର୍ଭସ୍ଥ ଶିଶୁ ପାଞ୍ଚ ବର୍ଷ ଏକ ମାସ ହୋଇଯାଇଥିଲେ ତା’ଠାରୁ ରକ୍ତ ସଂଗ୍ରହ କରି ସେହି ରକ୍ତରେ ଫ୍ୟାକ୍ଟର VIII ଓ ଫ୍ୟାକ୍ଟର IXର ମାତ୍ରା ନିର୍ଦ୍ଧାରଣ କରି ରୋଗ ଚିହ୍ନଟ କରିବା ସମ୍ଭବ।
ଚିକିତ୍ସା: ହେମୋଫିଲିଆର ପ୍ରକାରକୁ ଚାହିଁ ରୋଗୀର ଶିରାବାଟେ ଫ୍ୟାକ୍ଟର VIII କିମ୍ବା ଫ୍ୟାକ୍ଟର IXର ଇଞ୍ଜେକଶନ ଦେଇ ଚିକିତ୍ସା କରାଯାଉଛି। ଆମ ଦେଶର କେତେକ ରାଜ୍ୟ ସରକାର ହେମୋଫିଲିଆ ରୋଗୀଙ୍କର ଫ୍ୟାକ୍ଟର VIII ଏବଂ ଫ୍ୟାକ୍ଟର IX ଇଞ୍ଜେକଶନ ମାଗଣାରେ ଯୋଗାଇ ଦେଉଛନ୍ତି। ଏବେ ମଧ୍ୟ ହେମୋଫିଲିଆ ରୋଗୀଙ୍କ ଚିକିତ୍ସା ପାଇଁ ଅନ୍ୟାନ୍ୟ ଔଷଧମାନ ମିଳିଲାଣି। ଜିନ୍‌ ଚିକିତ୍ସାର ମଧ୍ୟ ସୁଫଳ ମିଳୁଥିବା ପ୍ରକାଶ। ରୋଗୀଠାରେ ଗଣ୍ଠି ବିକୃତି ପ୍ରକାଶ ପାଇଥିଲେ ଫିଜିଓଥେରାପିଷ୍ଟଙ୍କ ପରାମର୍ଶ ମଧ୍ୟ ଲୋଡ଼ା।
ନିବାରଣମୂଳକ ବ୍ୟବସ୍ଥା: ରୋଗୀ ଯେପରି ଆଘାତ ପାଇ କ୍ଷତବିକ୍ଷତ ନ ହୁଅନ୍ତି ସେଥିପ୍ରତି ସତର୍କ ରୁହନ୍ତୁ। ରୋଗୀ ଖେଳାଖେଳି, ଓଜନିଆ ଜିନିଷ ଉଠାଇବା ସମୟରେ, ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସମୟରେ ସତର୍କ ରହିବା ଉଚିତ। ଏମାନେ ଦାନ୍ତ ଘଷିବା ସମୟରେ ନରମ ବ୍ରଶ ବ୍ୟବହାର କରନ୍ତୁ। ରୋଗୀକୁ ବାରମ୍ବାର ରକ୍ତ ନେବାକୁ ପଡ଼ିଥାଏ। ତେଣୁ ସେ ଯେପରି ହେପାଟାଇଟିସ୍‌-ବି ଏବଂ ହେପାଟାଇଟିସ-ସି ତଥା ଏଚଆଇଭି ଦ୍ୱାରା ସଂକ୍ରମିତ ନ ହୁଏ ସେଥିପ୍ରତି ନଜର ଦିଅନ୍ତୁ।
ହେମୋଫିଲିଆ ରୋଗ ସଂକ୍ରାମକ ନୁହେଁ। ତାହା ଅନ୍ୟମାନଙ୍କୁ ଡେଇଁବାର ଆଦୌ ଆଶଙ୍କା ନାହିଁ। ସୁତରାଂ ରୋଗୀକୁ ବାସନ୍ଦ ନ କରି ତା’ ସହ ମିଳାମିଶା କରନ୍ତୁ।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ ନଂ-୧୧୩୧,
ଅଭିନବ ବିଡ଼ାନାସୀ, କଟକ-୧୪
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri