Categories: ଜାତୀୟ

ବିଶ୍ୱାସ ପ୍ରସ୍ତାବ ଆଗତ କଲେ ହେମନ୍ତ ସୋରେନ…

ରାଞ୍ଚି, ୫।୯ : ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିରୋଧୀ ଦଳଙ୍କ ପକ୍ଷରୁ ହଟ୍ଟଗୋଳ କରାଯାଇଛି। ପ୍ରବଳ ପାଟିତୁଣ୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କ ପକ୍ଷରୁ ବିଶ୍ୱାସ ପ୍ରସ୍ତାବ ଆଗତ କରାଯାଇଛି। ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ସୋରେନ ଭାଜପାକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଆମ ପାଇଁ ଯେଉଁ ଜାଲ ରଖାଯାଇଛି, ସେହି ଜାଲରେ ଭାଜପା ହିଁ ଧରାପଡ଼ିବ।

ସଙ୍କଟର ଫାଇଦା ଉଠାଇ ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଭାଜପା ଚେଷ୍ଟା କରୁଥିବା ସୋରେନ ଏବଂ ତାଙ୍କ ଦଳ ଜେଏମଏମ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ବିରୋଧୀ ଦଳ ଭାଜପା କହିଛି ଯେ ହେମନ୍ତ ସୋରେନଙ୍କୁ ଜଣେ ବିଧାୟକ ଭାବେ ଅଯୋଗ୍ୟ କରାଯିବା ଉଚିତ। ସେ ନିଜକୁ ଖଣି ଲିଜ ଦେଇ ନିର୍ବାଚନ ନିୟମ ଉଲ୍ଲଂଘନ କରିଛନ୍ତି। ଦଳ ନୂତନ ନିର୍ବାଚନ ପାଇଁ ଆହ୍ବାନ ଦେଇଛି ଏବଂ ନୈତିକତା କାରଣରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ଦାବି କରିଛି।

Share