Categories: ଜାତୀୟ

ବେଆଇନ ଖଣି ଖନନ ମାମଲାରେ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୭।୧୧: ବେଆଇନ ଖଣି ଖନନ ଦୁର୍ନୀତି ମାମଲାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ତଦନ୍ତ ପାଇଁ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଖଣି ଲିଜ୍‌ ଆବଣ୍ଟନରେ ଅନିୟମିତତା ଏବଂ ସେଲ୍‌ କମ୍ପାନୀଗୁଡ଼ିକ ଜରିଆରେ ମନିଲଣ୍ଡରିଂ ଅଭିଯୋଗର ତଦନ୍ତ ପାଇଁ ଦାଏର ଜନସ୍ବାର୍ଥ ମାମଲା(ପିଆଇଏଲ୍‌)କୁ ହାଇକୋର୍ଟ ଗ୍ରହଣ କରିଥିଲେ। ତେବେ ପିଆଇଏଲ୍‌ ଗ୍ରହଣୀୟ ନୁହେଁ କହି ପ୍ରଧାନ ବିଚାରପତି ୟୁ.ୟୁ. ଲଲିତ, ଜଷ୍ଟିସ ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ୨୦୨୨ ଜୁନ୍‌ ୩ ରାୟକୁ ଖାରଜ କରିଦେଇଛନ୍ତି। ଅନ୍ୟପଟେ ରାୟ ଆସିବା ପରେ ସୋରେନ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ କରି କହିଛନ୍ତି, ‘ସତ୍ୟମେବ ଜୟତେ’ ଆଜି ସତ୍ୟର ଜୟ ହୋଇଛି।

Share