Categories: ଜାତୀୟ

୫ ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ

ନୂଆଦିଲ୍ଲୀ,୨।୨: ଇଡିର ୫ ଦିନିଆ ରିମାଣ୍ଡରେ ଗଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡି କୋର୍ଟରେ ୧୦ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା। ହେଲେ କୋର୍ଟ ଇଡିକୁ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ହେମନ୍ତ ସୋରେନଙ୍କୁ ବୁଧବାର ଇଡି ଗିରଫ କରିଥିଲା। ଏହି ସମୟରେ ସୋରେନ ରାଜ ଭବନରେ ଇଡି ହେପାଜତରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Share