Categories: ଜାତୀୟ

ମରାଠା ସଂରକ୍ଷଣକୁ ସମର୍ଥନ କରି ଲୋକ ସଭା ବାଚସ୍ପତିଙ୍କୁ ଇସ୍ତଫା ପଠାଇଲେ ଶିବସେନା ଏମପି ହେମନ୍ତ ପାଟିଲ

ନୂଆଦିଲ୍ଲୀ,୨୯।୧୦: ମହାରାଷ୍ଟ୍ରର ହିଙ୍ଗୋଲିରୁ ଶିବସେନା ଏମପି ହେମନ୍ତ ପାଟିଲ ମରାଠା ସଂରକ୍ଷଣକୁ ସମର୍ଥନ କରି ଲୋକ ସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ରବିବାର ସେ ତାଙ୍କ ଇସ୍ତଫା ପତ୍ର ଲୋକ ସଭା ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ନିକଟରେ ହେମନ୍ତ ପାଟିଲ ନାନ୍ଦେରର ଏକ ସରକାରୀ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ପରେ ଡିନଙ୍କ ଦ୍ୱାରା ଶୌଚାଳୟ ସଫା କରାଇ ଚର୍ଚ୍ଚାକୁ ଆସିଥିଲେ। ପାଟିଲଙ୍କ ବିରୋଧରେ ମଧ୍ୟ ପୋଲିସ ମାମଲା ରୁଜୁ ହୋଇଥିଲା।
ଚଳିତ ମାସ ଆରମ୍ଭରେ, ମହାରାଷ୍ଟ୍ରର ନାନ୍ଦେଡ ସ୍ଥିତ ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାରେ ୨୪ଘଣ୍ଟା ମଧ୍ୟରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିଲା। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଡାକ୍ତରଖାନା ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ କିନ୍ତୁ ଏହା ପୂର୍ବରୁ ହେମନ୍ତ ପାଟିଲ ସେଠାରେ ପହଞ୍ଚିଥିଲେ।
ସେଠାରେ ଥିବା ମଇଳା ଶୌଚାଳୟ ଦେଖିବା ପରେ ଏମପି କାର୍ଯ୍ୟକାରୀ ଡିନ ଡକ୍ଟର ଶ୍ୟାମରାଓ ୱାକୋଡଙ୍କୁ ଏହାକୁ ସଫା କରିବାକୁ କହିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଡିନ ଏମପିଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।

Share