ପଞ୍ଚଭୂତରେ ଲୀନ ହେମାନନ୍ଦଙ୍କ ପାର୍ଥିବ ଶରୀର

ଝାରସୁଗୁଡ଼ା ଅଫିସ,୨୭।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା। ଶନିବାର ଝାରସୁଗୁଡ଼ା ସହରରେ ଏକ ମହାପ୍ରୟାଣ ଆମ୍ବୁଲାନ୍ସରେ ତାଙ୍କ ମରଶରୀର ପହଞ୍ଚତ୍ବା ପରେ ବିଭିନ୍ନ ଛକରେ ଜନସାଧାରଣ ଶେଷଦର୍ଶନ କରି ହେମାନନ୍ଦ ବିଶ୍ୱାଳ ଅମର ରହେ ଧ୍ୱନି ଦେଇଥିଲେ। ଅପରାହ୍ନରେ ତାଙ୍କ ପାର୍ଥତ୍ବ ଶରୀର ଜନ୍ମଭୂମି ଝାରସୁଗୁଡ଼ା ଜିଲା କିର୍ମିରା ବ୍ଲକ୍‌ ଠାକୁରପଡ଼ା ଗ୍ରାମରେ ପହଞ୍ଚତ୍ବା ପରେ ବହୁ ନେତା, ପ୍ରଶାସନିକ ଅଧିକାରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ପୂର୍ବତନ ବିଧାୟକ ବୀରେନ ପାଣ୍ଡେ, ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିିଶା ପ୍ରଭାରୀ ଡ. ଚେଲାକୁମାର, ପିସିସି ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ବଣେଇ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ, କଂଗ୍ରେସ ନେତା ମହେନ୍ଦ୍ର ନାୟକ, ଜିଲା କଂଗ୍ରେସ କମିଟି ସଭାପତି ଭରତ ଅଗସ୍ତୀ, ସାଧାରଣ ସମ୍ପାଦକ ମନୀଷ ବାଜପେୟୀ, ଟାଉନ ସଭାପତି ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ମରଶରୀରକୁ ଗ୍ରାମ ପରିକ୍ରମା ପରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ା