ସାବତ ମା’ଙ୍କଠାରୁ ମାତ୍ର ୮ ବର୍ଷ ସାନ ସନ୍ନି ଦେଓଲ, ଜାଣନ୍ତୁ କେମିତି ରହିଛି ଉଭୟଙ୍କ ସମ୍ପର୍କ

ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମାମାଳିନୀ ଅଭିନୟ ରାଜନୀତିରେ ବି ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ଉତ୍ତର ପ୍ରଦେଶର ମଥୁରାରୁ ଭାଜପା ଏମ୍‌ପି ଅଛନ୍ତି। ହେମାଙ୍କ ସ୍ବାମୀ ତଥା ଅଭିନେତା ଧର୍ମେନ୍ଦ୍ର ମଧ୍ୟ ରାଜସ୍ଥାନର ବିକାନେର୍‌ରୁ ଏମ୍‌ପି ରହିସାରିଛନ୍ତି। ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲ ଏବେ ଗୁରୁଦାସପୁରରୁ ଏମ୍‌ପି ଅଛନ୍ତି। ହେମା ଏବଂ ସନ୍ନି ଗୋଟିଏ ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି। ସନ୍ନିଙ୍କ ସାବତ ମା’ ହେଉଛନ୍ତି ହେମା। ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ପ୍ରକାଶ କୌରଙ୍କ ବଡ ପୁଅ ସନ୍ନି ଦେଓଲ ନିଜ ସାବତ ମା’ଙ୍କଠାରୁ ମାତ୍ର ୮ ବର୍ଷ ସାନ। ଏବେ ହେମାଙ୍କୁ ୭୨ ହୋଇଥିବାବେଳେ ସନ୍ନିଙ୍କୁ ୬୪ ବର୍ଷ। କୁହାଯାଏ କି ଉଭୟଙ୍କ ମଧ୍ୟରେ ସମ୍ପର୍କ ସେତେଟା ଖାସ୍‌ ନୁହେଁ। ଆଜି ପର୍ଯ୍ୟନ୍ତ ହେମା ସନ୍ନିଙ୍କ ଘରକୁ କେବେ ଯାଇନାହାନ୍ତି। ଏପରିକି ହେମାଙ୍କ ଝିଅ ଇଶା ଦେଓଲଙ୍କ ବିବାହକୁ ସନ୍ନି ଏବଂ ବବି ଦେଓଲଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଉଭୟ ଯୋଗ ଦେଇ ନ ଥିଲେ। କିନ୍ତୁ ୨୦୧୫ରେ ହେମା ଏକ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ। ଏକଥା ଜାଣି ସନ୍ନି ତାଙ୍କୁ ଦେଖିବାକୁ ହସ୍ପିଟାଲ ଯାଇଥିଲେ। ଏକଥା ନିଜେ ହେମା ସୋସିଆଳ ମିଡିଆରେ ପ୍ରକାଶ କରିଥିଲେ।

Share