Categories: ଜାତୀୟ

ମହିଳା ସଂରକ୍ଷଣ ବିଲ୍‌ ଉପରେ ହେମାମାଳିନୀ କହିଲେ…

ନୂଆଦିଲ୍ଲୀ,୨୧ା୯: ଭାଜପା ଏମ୍‌ପି ହେମାମାଳିନୀ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିରୋଧ କରିବା ବିରୋଧୀଙ୍କ କାମ ଏବଂ ଶାସକ ଦଳ ଏହାକୁ ନେଇ ଜମା ବ୍ୟସ୍ତ ନୁହନ୍ତି। ଗୁରୁବାର ନୂଆଦିଲ୍ଲୀରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ହେମାମାଳିନୀ ଲୋକ ସଭାରେ ତାଙ୍କର ଭାଷଣ ରଖିଥିଲେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଯାହା କରିଛନ୍ତି, ଭଲ ଉଦ୍ଦେଶ୍ୟରେ କରିଛନ୍ତି। ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଏପରି କାର୍ଯ୍ୟ କରିନାହାନ୍ତି। ତେଣୁ ଯେତେବେଳେ ସେ କିଛି କରୁଛନ୍ତି, ବିରୋଧୀ କିଛି ଅନ୍ୟ କଥା କହୁଛନ୍ତି। ଏହାକୁ ବିରୋଧ କରିବା ସେମାନଙ୍କର କାମ, ଆମେ ଏହା ବିଷୟରେ ଚିନ୍ତା କରୁନାହୁଁ। କିଛି ବର୍ଷ ମଧ୍ୟରେ ଦେଖ, କ’ଣ ସବୁ ଘଟିବାକୁ ଯାଉଛି।

ବୁଧବାର ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଛି। ଯାହା ଜାତୀୟ ତଥା ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସିଟ୍‌ ସଂରକ୍ଷଣ କରିବ। ହେମାମାଳିନୀ ଆହୁରି କହିଛନ୍ତି ଯେ, ଦେଶର ସମସ୍ତ ମହିଳା ବିକାଶରେ ଅଂଶଗ୍ରହଣ କରିବେ। ସମସ୍ତେ ଏହାର ଏକ ଅଂଶ ହେବାକୁ ଯାଉଛନ୍ତି। ଯାହାକି ବଡ଼ କଥା।

Share