Categories: ଜାତୀୟ

ଭାଜପାରୁ ପ୍ରାର୍ଥୀ ହେବା ସନ୍ନିଙ୍କର ଭଲ ନିଷ୍କତ୍ତି: ହେମା ମାଳିନୀ

ମୁମ୍ବାଇ,୨୯।୪: ପଞ୍ଜାବ ଗୁରୁଦାସପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ବଲିଉଡ୍‌ ନାୟକ ସନ୍ନି ଦେଓଲ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଏହାକୁ ନେଇ ମତ ରଖିଛନ୍ତି ତାଙ୍କ ସାବତା ମା’ ତଥା ବଲିଉଡ୍‌ ଡ୍ରିମଗର୍ଲ ଓ ମଥୁରାର ଭାଜପା ଏମ୍‌ପି ହେମା ମାଳିନୀ। ହେମା କହିଛନ୍ତି ସନ୍ନି ଭାଜପାରୁ ପ୍ରାର୍ଥୀ ହେବା ତାଙ୍କର ଏକ ଭଲ ନିଷ୍ପତ୍ତି। ସନ୍ନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମରେ ବିଶ୍ୱାସ କରନ୍ତି। ତେଣୁ ସେ ଭାଜପାରେ ଯୋଗ ଦେଇ ଠିକ୍‌ କରିଛନ୍ତି।

Share