ଝିଅ ଜନ୍ମଦିନ ଉପଲକ୍ଷେ ଅନ୍‌ଲାଇନ୍‌ରେ ସ୍ବତନ୍ତ୍ର ପୂଜା କରାଇଲେ ହେମା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଓ ଡ୍ରିମ୍‌ଗର୍ଲ ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ସୋମବାର ନିଜର ୩୯ତମ ଜନ୍ମଦିନ ପାଳନ କରିଛନ୍ତି। ଇଶାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ଖୁସି ଓ ମଙ୍ଗଳ କାମନା କରି ମା’ ହେମା ମାଳିନୀ ଅନ୍‌ଲାଇନ୍‌ରେ ସ୍ବତନ୍ତ୍ର ପୂଜାପାଠ କରାଇଥିଲେ। ଏହାର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ହେମା ଟୁଇଟରରେ ପୂଜାର ଏକ ଫଟୋକୁ ଶେୟାର କରି ଇଶାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଉକ୍ତ ଫଟୋରେ ଇଶା ପିଙ୍କ୍‌ କଲରର ଲେହେଙ୍ଗା ପିନ୍ଧିଥିବା ବେଳେ ହେମା ବ୍ଲୁ କଲରର ଶାଲଓ୍ବାର ପିନ୍ଧିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଦୁହେଁ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ସେହିପରି ଇଶା ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଏକ ସୁନ୍ଦର କେକ୍‌ର ଫଟୋ ଶେୟାର କରିଥିବା ଦେଖିବାକୁ ମିଳିଛି।

ଇଶାଙ୍କ କ୍ୟାରିୟର କଥା କହିବାକୁ ଗଲେ୨୦୦୨ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ୨୦୦୪ରେ ରିଲିଜ୍‌ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ୟୁବା ଓ ଧୁମ୍‌’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିଲା। ପ୍ରଥମ ଥର ପାଇଁ ଫିଲ୍ମ ଧୁମ୍‌ରେ ଇଶା ବୋଲ୍ଡ ଚରିତ୍ରରେ ନଜର ଆସିଥିଲେ। ଏହାପରେ ୨୦୧୨ରେ ଇଶା ବ୍ୟବସାୟୀ ଭରତ ତଖତାନୀଙ୍କୁ ବିବାହ କରିଥିଲେ। ଇଶାଙ୍କ ୨କନ୍ୟା ସନ୍ତାନ ଥିବା ବେଳେ ସେ ନିଜ ପାରିବାରିକ ଜୀବନରେ ବେଶ୍‌ ଖୁସି ଥିବା ନେଇ ଚର୍ଚ୍ଚା ହୁଏ।

Share