ମା’ ଦୁର୍ଗାଙ୍କ ବେଶରେ ହେମାମାଳିନୀ

ମୁମ୍ବାଇ: ଦଶହରା ଅବସରରେ ପ୍ରଖ୍ୟାତ ଅଭିନେତ୍ରୀ ହେମାମାଳିନୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଦଶହରାର ଶୁଭକାମନା ଜଣାଇଛନ୍ତି। ସେ ଭିଡିଓରେ ମା’ ଦୁର୍ଗାଙ୍କ ବେଶରେ ନଜର ଆସିଛନ୍ତି। ଏହା ଦେଖି ପ୍ରଶଂସକମାନେ ଖୁସି ହୋଇଛନ୍ତି।

ଭିଡିଓ ଶେୟାର କରି ହେମା କ୍ୟାପଶନ ଲେଖିଛନ୍ତି, ‘ମୁଁ ବିଜୟାଦଶମୀ ଅବସରରେ ମଥୁରା ବାସିନ୍ଦା ବିଶାଲଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ଶେୟାର କରୁଛି। ମୁଁ ସବୁବେଳେ ମଞ୍ଚ ଏବଂ ପରଦାରେ ମା’ ଶକ୍ତି ଭୂମିକାରେ ଅଭିନୟ କରିବାକୁ ଉପଭୋଗ କରିଆସୁଛି, ଯେତେବେଳେ ବି ମୁଁ ମଞ୍ଚରେ ଅଭିନୟ କରେ, ସେତେବେଳେ ମୁଁ ମା’ ଦୁର୍ଗାଙ୍କ ଶକ୍ତି ଅନୁଭବ କରେ। ‘ଜୟ ମାତା ଦି’କୁ ମନେ ରଖି।

ସେ ଆହୁରି ଲେଖିଛନ୍ତି, ‘ଏହି ଶୁଭ ଦିନରେ, ଯେତେବେଳେ ଆମେ ଖରାପ ଉପରେ ପ୍ରଭୁ ରାମଙ୍କ ବିଜୟ ଉତ୍ସବ ପାଳନ କରୁଛୁ, ମୁଁ ସମସ୍ତଙ୍କ ପାଇଁ ଶାନ୍ତି, ସୌହାର୍ଦ୍ଧ୍ୟ, ସ୍ବାସ୍ଥ୍ୟ, ସୁଖ ଏବଂ ସଫଳତା ପାଇଁ ମା’ ଦୁର୍ଗାଙ୍କୁ ପ୍ରାର୍ଥନା କରୁଛି। ଜୟ ମାତା ଦି। ହେମାମାଳିନୀ ୬ ଘଣ୍ଟା ପୂର୍ବରୁ ଏହି ଭିଡିଓ ଶେୟାର କରିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହାକୁ ୭ ହଜାର ଲୋକ ଲାଇକ୍‌ କରିଛନ୍ତି।

Share