ଏହି ଫିଲ୍ମର ଶୁଟିଂ ସମୟରେ ଗର୍ଭବତୀ ହୋଇଥିଲେ ହେମା, ବେବି ବମ୍ପ୍‌ ଲୁଚାଇବାକୁ କରିବାକୁ ପଡ଼ିଥିଲା ଏମିତି…

ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ଏବଂ ଅମିତାଭ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ‘ସତେ ପେ ସତ୍ତା’ କୁ ରିଲିଜ୍‌ ହେବା ଇତିମଧ୍ୟରେ ୩୯ ବର୍ଷ ହୋଇଯାଇଛି। ଏହି ଫିଲ୍ମ ଜାନୁଆରୀ ୨୨, ୧୯୮୨ରେ ରିଲିଜ୍‌ ହୋଇଥିଲା। ରାଜ ସିପ୍ପିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସୁନ୍ଦର ଗୀତ, ସୁନ୍ଦର ଦୃଶ୍ୟ ଏବଂ କମେଡି ପାଇଁ ସବୁବେଳେ ମନେ ରହିବ। ଫିଲ୍ମ ସହ ଜଡିତ ଅନେକ କଥା ରହିଛି ଯାହା ଖୁବ୍‌ କମ୍‌ ଲୋକ ଜାଣିଥିବେ।
ପ୍ରଥମେ ଏହି ଫିଲ୍ମ ପାଇଁ ଅଭିନେତ୍ରୀ ରେଖାଙ୍କୁ ଫାଇନାଲ କରାଯାଇଥିଲା। ମାତ୍ର ପରେ ହେମାଙ୍କୁ ସାଇନ୍‌ କରାଗଲା। ମାତ୍ର ହେମାଙ୍କୁ ଏହି ଫିଲର ଶୁଟିଂ ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। କାରଣ ଶୁଟିଂ ସମୟ ମଧ୍ୟରେ ହେମା ଗର୍ଭବତୀ ହୋଇଯାଇଥିଲେ। ତେଣୁ ତାଙ୍କୁ ଦେଖିଚାହିଁ କାମ କରିବାକୁ ପଡ଼ୁଥିଲା। ଫିଲ୍ମର ଏକ ଗୀତ ‘ପରିୟୋ କେ ମେଲା ହୈ’ରେ ହେମାଙ୍କ ବେବି ବମ୍ପ୍‌ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। ଏହାକୁ ଲୁଚାଇବାକୁ ଫିଲ୍ମ ମେକର୍ସ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ବେବି ବମ୍ପ୍‌ ନ ଦେଖାଯିବା ପାଇଁ ଅଧିକାଂଶ ଫଟୋ କ୍ଲୋଜ୍‌ଅପ୍‌ ଦେବାକୁ ହେମା ଫିଲ୍ମ ମେକର୍ସଙ୍କୁ କହିଥିଲେ।
ଫିଲ୍ମର ଶୁଟିଂ ଶେଷ ହେବା ପରେ ଏବଂ ରିଲିଜ୍‌ ହେବାର ୨ ମାସ ପୂର୍ବରୁ ହେମା ମା’ ହୋଇସାରିଥିଲେ। ୨ ନଭେମ୍ବର ୧୯୮୧ରେ ହେମା ବଡ଼ ଝିଅ ଈଶା ଦେଓଲଙ୍କୁ ଜନ୍ମ ଦେଇଥିଲେ। ଏହାର ୨ ମାସ ପରେ ଅର୍ଥାତ୍‌ ୨୨ ଜାନୁଆରୀ, ୧୯୮୨ରେ ଫିଲ୍ମ ରିଲିଜ୍‌ ହୋଇଥିଲା।

Share