Categories: ଜାତୀୟ

ଭୁଲ୍‌ ଟୁଇଟ୍‌ ପାଇଁ କ୍ଷମା ମାଗିଲେ ହେମା

ମୁମ୍ବାଇ: ଆସାମର ସବୁଠୁ ବଡ଼ ପର୍ବ ହେଲା ‘ବିହୁ’। ଏହି ପର୍ବ ପ୍ରତିବର୍ଷ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ପଡିଥାଏ। ଫସଲ ଅମଳ ଆରମ୍ଭ ହେବା ସମୟକୁ ସେଠାକାର ଲୋକେ ଏହି ପର୍ବ ପାଳିଥାନ୍ତି। ତେବେ ଏହି ପର୍ବ ଉପଲକ୍ଷେ ଅଭିନେତ୍ରୀ ହେମା ମାଳିନୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖି ଶୁଭେଚ୍ଛା ଜଣାଇଥିଲେ। ହେଲେ ସେ ସେଥିରେ ଭୁଲବଶତଃ ବିହୁକୁ ଆସାମର ପର୍ବ ଲେଖିବା ପରିବର୍ତ୍ତେ ବିହାର ପର୍ବ ବୋଲି ଲେଖିଥିଲେ। ଯେଉଁଥିପାଇଁ ଅନେକ ଟ୍ରୋଲ ହେବାକୁ ପଡିଥିଲା। ଏବେ ହେମା ତାଙ୍କ ଭୁଲକୁ ସ୍ବୀକାର କରି ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ସେ ଏକ ଟୁଇଟ୍‌ ଜରିଆରେ ଲେଖିଛନ୍ତି, ବିହୁକୁ ବିହାର ପର୍ବ ବୋଲି ସେ ଭୁଲରେ ଲେଖିଛନ୍ତି। ବାସ୍ତବରେ ଏହା ଆସାମର ପର୍ବ। ସେ ତାଙ୍କର ଏପରି ଭୁଲ ପାଇଁ ଦୁଃଖିତ। ତାଙ୍କର ଏପରି ଟୁଇଟ୍‌ରେ ଅନେକ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରିଥିଲେ।

Share