ହେମା ମାଳିନୀଙ୍କୁ ବିବାହ କରିବା ପାଇଁ ମନ୍ଦିର ନେଇ ଯାଇଥିଲେ ଜିତେନ୍ଦ୍ର

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଥମ ଚକୋଲେଟ ଅଭିନେତା ଜିତେନ୍ଦ୍ର ଆଜି ୮୦ ବର୍ଷରେ ପଦାର୍ପଣ କରୁଛନ୍ତି। ସେ ଏପ୍ରିଲ ୭, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଜିତେନ୍ଦ୍ରଙ୍କୁ ବଲିଉଡର ‘ଜମ୍ପିଂ ଜ୍ୟାକ’ କୁହାଯାଏ। ସେ ୬୦ ଦଶକରୁ ୯୦ ଦଶକରେ ଅନେକ ହିଟ୍‌ ଫିଲ୍ମ ଦେଇଥିଲେ। ସେ ତାଙ୍କ କ୍ୟାରିୟରରେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ସେଥିରୁ ପ୍ରାୟ ୧୨୧ଟି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଛି ।
ଜିତେନ୍ଦ୍ର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିଲେ। ସେ ୧୯୭୪ରେ ଶୋଭା କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା। ବିବାହ ପୂର୍ବରୁ ସେ ଅନେକ ଅଭିନେତ୍ରୀଙ୍କୁ ଡେଟ କରିଥିଲେ। କୁହାଯାଏ ଜିତେନ୍ଦ୍ର ଏବଂ ହେମା ମାଳିନୀଙ୍କ ପ୍ରେମ ସମ୍ପର୍କ ଥିଲା। ଉଭୟଙ୍କ ପ୍ରେମ ଏପରି ଭାବରେ ବଢିଯାଇଥିଲା ଯେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେମା ଏବଂ ଜିତେନ୍ଦ୍ର ବିବାହ ପାଇଁ ମାଡ୍ରାସର ଏକ ମନ୍ଦିରରେ ପହଞ୍ଚିଥିଲେ। କିନ୍ତୁ ଧର୍ମେନ୍ଦ୍ର ଏହା କରିବାକୁ ଦେଲେ ନାହିଁ। ଧର୍ମେନ୍ଦ୍ର ଶୋଭା କପୁରଙ୍କ ସହ ହେମା ଏବଂ ଜିତେନ୍ଦ୍ରଙ୍କ ବିବାହ ସ୍ଥାନରେ ପହଞ୍ଚିଥିଲେ। ଏହାପରେ ହେମା ଏବଂ ଜିତେନ୍ଦ୍ରଙ୍କ ସମ୍ପର୍କ ସମାପ୍ତ ହୋଇଥିଲା। ହେମା ଏହି ବିବାହ କରିବାକୁ ମନା କରିଦେଇଥିଲେ।

Share