ଅସହାୟ ଆଦିବାସୀ

ଢେଙ୍କାନାଳ ଅଫିସ, ୨୪।୭

ଉପେକ୍ଷିତ ହେବେନାହିଁ ଆଦିବାସୀ। ବଣଡଙ୍ଗରରେ ରହୁଥିବା ବନବାସୀଙ୍କୁ ମୁଖ୍ୟସ୍ରୋତକୁ ଅଣାଯିବ। ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସାମିଲ ହେବେ ସେମାନେ। ସେମାନଙ୍କୁ ହାତପାଆନ୍ତାରେ ମିଳିବ ସର୍ବନିମ୍ନ ମୌଳିକ ସୁବିଧା। ପ୍ରକୃତି କୋଳରେ ବଢ଼ି ପ୍ରକୃତିରୁ ଜୀବନ ଜୀବିକାର ବାଟ ଖୋଜୁଥିବା ଆଦିବାସୀ ପରିବାର ପାଇଁ ସରକାରଙ୍କ ଏଭଳି ଗଦା ଗଦା ପ୍ରତିଶ୍ରୁତି। ତେବେ ଶିଳ୍ପବହୁଳ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଦେଓଗଁା ପଞ୍ଚାୟତର ମହୁଲଖୋଳି ଗ୍ରାମରେ ରହୁଥିବା ୭ ଆଦିବାସୀ ପରିବାରର ଦୁର୍ଦ୍ଦଶାର ଦୟନୀୟ ଚିତ୍ର ଦେଖିଲେ ସବୁ ଯୋଜନା ଯୋଜନ ଦୂରରେ ରହିଯାଇଥିବା ସ୍ପଷ୍ଟ ବାରିହୋଇପଡୁଛି।
ମହୁଲଖୋଳି ଗ୍ରାମରେ ବାସ କରନ୍ତି ଶବର ସମ୍ପ୍ରଦାୟର ୭ ଆଦିବାସୀ ପରିବାର। ମୋଟ ସଦସ୍ୟଙ୍କ ସଂଖ୍ୟା ୨୨। ପୂର୍ବରୁ ଯାଯାବର ଜୀବନଯାପନ କରୁଥିବା ଏହି ପରିବାର ୧୦ ବର୍ଷ ହେଲା ମହୁଲଖୋଳିକୁ ସ୍ଥାୟୀ ଆବାସ ଭାବେ ବାଛି ନେଇଛନ୍ତି। ହେଲେ ସେମାନଙ୍କ ପାଖରେ ଏବେ ବି ଅପହଞ୍ଚ ସରକାରୀ ଯୋଜନା। ଭୂମିହୀନ ପରିବାରକୁ ଜାଗା ଯୋଗାଇଦେବା ନିୟମ ଥିବାବେଳେ ଏଥିରୁ ବଞ୍ଚତ୍ତ ହୋଇ ରହିଛନ୍ତି ସେମାନେ। ଆର୍ଥିକ ସ୍ଥିତି ଅତି ଶୋଚନୀୟ ହୋଇପଡ଼ି ଥିବାରୁ ସରକାରୀ ଜମିରେ ଝାଟିମାଡ଼ି କୁଡ଼ିଆରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ହାତୀପ୍ରବଣ ଉକ୍ତ ଅଞ୍ଚଳରେ ଛୋଟ ଛୋଟ ପିଲାଙ୍କୁ ଧରି ବିପଦପୂର୍ଣ୍ଣ ଜୀବନ ଜିଉଛନ୍ତି। ସାମାନ୍ୟ ବର୍ଷା ପବନ ହେଲେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି। ଆଧାର କାର୍ଡ, ଜାତିଗତ ପ୍ରମାଣପତ୍ର ନ ଥିବାରୁ ସେମାନେ ଆବାସ ଯୋଜନା ତାଲିକାଭୁକ୍ତ ହୋଇପାରୁନାହାନ୍ତି। ଆବଶ୍ୟକ କାଗଜପତ୍ର ହୋଇ ପାରୁ ନ ଥିବାରୁ ସୁଲଭ ରାଶନ ମଧ୍ୟ ମିଳୁନାହିଁ। ଫଳରେ କରୋନା ମହାମାରୀ ସମୟରେ ସମ୍ପୃକ୍ତ ଆଦିବାସୀ ପରିବାର ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। କେତେଜଣ ପୁରୁଷ ବ୍ୟକ୍ତି ପାରମ୍ପରିକ ଘୁଡୁକି ବଜାଇ ଗଁା ଗଁା ବୁଲି ମାଗି ଯାଚି ଦାନା ଯୋଗାଡ଼ କରୁଥିବାବେଳେ ମହିଳାମାନେ ଛାଞ୍ଚୁଣି, ଖଡ଼ିକା ଝାଡୁ ତିଆରି କରି ଦୁଃଖକଷ୍ଟରେ ପରିବାର ଚଳାଉଛନ୍ତି। ଶିକ୍ଷାର ଅଭାବ ସେମାନଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କୁ କାକୁତି ମିନତି ହେଉଥିଲେ ମଧ୍ୟ କେହି ଶୁଣୁ ନ ଥିବା ରାମ ପଧାନ, ଦାସ ପଧାନ, କାହ୍ନୁ ପଧାନ, ପଦିଆ ପଧାନ, ସିନ୍ଧୁଆ ପଧାନ, ଅଭି ପଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ନେତ୍ରାନନ୍ଦ ମଲ୍ଲିକ କୁହନ୍ତି, ସମ୍ପୃକ୍ତ ଆଦିବାସୀ ପରିବାର ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଜଣାପଡ଼ିବ। ବ୍ଲକ ଯୋଗାଣ ବିଭାଗ ମାର୍କେଟିଂ ଇନ୍ସପେକ୍ଟର ସ୍ବର୍ଣ୍ଣପ୍ରଭା ଜେନା କୁହନ୍ତି, ୭ ଆଦିବାସୀ ପରିବାର ରାଶନ ସାମଗ୍ରୀ ପାଉ ନ ଥିବା ସୂଚନା ମିଳିଛି। ଖୁବଶୀଘ୍ର ଆଧାର କାର୍ଡ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ।
ଆମ ଦୁଃଖ କେହି ଶୁଣୁନାହାନ୍ତି
ଦୀର୍ଘ ୧୦ ବର୍ଷ ହେଲା ପଞ୍ଚାୟତରେ ବାସ କରୁଛୁ। ଲେଖିପଢ଼ି ଜାଣି ନ ଥିବାରୁ ସରକାରୀ ଯୋଜନା ବିଷୟରେ ଜାଣିପାରୁନୁ। ଘର ନାହିଁ। କୁଡ଼ିଆ କରି ରହୁଛୁ। ଚାଉଳ ମିଳୁନି। ଜାତିଗତ ପ୍ରମାଣପତ୍ର ମଧ୍ୟ ନାହିଁ।
ଆମ ଦୁଃଖ କେହି ଶୁଣୁନାହାନ୍ତି।
-ରାମ ପଧାନ, ଗ୍ରାମବାସୀ
ଓଳିଏ ଖାଇଲେ ଦି ଓଳି ଓପାସ
ଘର ଘର ବୁଲି ମାଗିଯାଚି ଆଣିଲେ ପରିବାର ଲୋକଙ୍କ ପେଟକୁ ଦାନା ଯାଏ। ଓଳିଏ ଖାଇଲେ ଦି ଓଳି ଓପାସ ରହୁଛ। ଆଧାର କାର୍ଡ ନ ଥିବାରୁ ସରକାରଙ୍କ ରାଶନ ସାମଗ୍ରୀ ମିଳୁନାହିଁ। ଝାଟିମାଟି କୁଡ଼ିଆ ଘରେ ଜୀବନକୁ ପାଣି ଛଡ଼ାଇ ରହୁଛୁ।
-ପଦ୍ମା ପଧାନ, ଗ୍ରାମବାସୀ
ଅଧିକାର କ୍ଷୁଣ୍ଣ ହୋଇଛି
ଜନମଙ୍ଗଳ ରାଷ୍ଟ୍ରରେ ନାଗରିକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ସରକାରଙ୍କ ଦାୟିତ୍ୱ। ହେଲେ ମହୁଲଖୋଳି ଗ୍ରାମର ୭ ଆଦିବାସୀ ପରିବାର ଏଥିରୁ ବଞ୍ଚତ୍ତ ହେବା ଅମାନବୀୟ ଘଟଣା। ଏଥିରେ ସେମାନଙ୍କ ଅଧିକାର କ୍ଷୁଣ୍ଣ ହୋଇଛି। ଏଥିରୁ ଗରିବଙ୍କ ପ୍ରତି ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ କେତେ ଉତ୍ତରଦାୟିତ୍ୱ ରହିଛି, ତାହା ସହଜରେ ଅନୁମେୟ।
-ରାଜକିଶୋର ବେହେରା, ମାନବାଧିକାର କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ...

ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri