ଝାଟିମାଟି କୁଡ଼ିଆର ପଲିଥିନ ତଳେ ଅସହାୟ ବୃଦ୍ଧା

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଉପାନ୍ତ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଶନିବାର ସାମ୍ନାକୁ ଆସିଛି। ଗ୍ରାମର ଚତୁର୍ଭୁଜ ମହାନନ୍ଦ(୭୦)ଙ୍କ ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ପରେ ମୃତଦେହ ସତ୍କାର ପାଇଁ ତାଙ୍କୁ ଚାରିକାନ୍ଧ ମିଳି ନ ଥିଲା। ୨ଜଣ ସମ୍ପର୍କୀୟ ମୃତଦେହକୁ ବୋହି ନେଇ ସତ୍କାର କରିଥିଲେ। ଅନ୍ୟପଟେ ସ୍ବାମୀ ଚାଲିଗଲା ପରେ ବୃଦ୍ଧା ସ୍ତ୍ରୀ ସକୃତା(୬୫) ଭାଙ୍ଗି ପଡ଼ିଛନ୍ତି। ତାଙ୍କ ଦୁଃଖ ପୂର୍ବାପେକ୍ଷା ବହୁଗୁଣିତ ହୋଇ ପଡ଼ିଛି। ଝାଟିମାଟି କୁଡ଼ିଆର ପଲିଥିନ ତଳେ ସେ ଏକାକୀ ଜୀବନ ଅତିବାହିତ କରୁଛନ୍ତି। ତେବେ ସ୍ବାମୀ ଚାଲିଗଲା ପରେ ଏଭଳି ସମସ୍ୟା ଉପୁଜିଛି, ତାହା ନୁହେଁ। ବର୍ଷ ବର୍ଷ ଧରି ବୃଦ୍ଧ ଦମ୍ପତି ଦୁର୍ବିସହ ଜୀବନ ଅତିବାହିତ କରୁଥିଲେ ଏବଂ ସେମାନଙ୍କ ପ୍ରତି କାହାର ନଜର ନ ପଡ଼ିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ପୃକ୍ତ ବୃଦ୍ଧ ଦମ୍ପତିଙ୍କ ଝିଅପୁଅ କେହି ନାହାନ୍ତି। ଗାଁ ମୁଣ୍ଡରେ ଝାଟିମାଟି କୁଡ଼ିଆଟିଏ କରି ପଲିଥିନ ତଳେ ଉଭୟ ରହୁଥିଲେ। ଘରକୁ ବିଦ୍ୟୁତ୍‌ ସଂଯୋଗ ତ ଦୂରର କଥା, ଯେଉଁ ଝାଟିମାଟି କୁଡ଼ିଆଟିଏ ରହିଛି, ସେହି ଘରର ୩ ପାର୍ଶ୍ୱ ଖୋଲା ରହିଛି। ଘରେ ଅଳ୍ପ କିଛି ବାସନକୁସନ, ବସ୍ତ୍ର ରହିଛି। ଏଭଳି ଏକ କୁଡ଼ିଆରେ ଖରାବର୍ଷା, ଶୀତକାକରରେ ବୃଦ୍ଧ ଦମ୍ପତି ରହୁଥିଲେ ଏବଂ ଦିନକ ତଳେ ବୃଦ୍ଧ ସ୍ବାମୀ ଚାଲିଗଲା ପରେ ବୃଦ୍ଧାଙ୍କ ସମସ୍ୟା ବଢ଼ି ଚାଲିଛି। ତାଙ୍କ ଏଭଳି ସମସ୍ୟା ଜାଣିବା ପରେ ଶନିବାର ସ୍ଥାନୀୟ ବାରପାହାଡ଼ କୃଷକ ସଙ୍ଗଠନର ସଭାପତି ଇଶାନ୍ତ ଭୋଇ ତାଙ୍କ ପାଖରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ସେ ବୃଦ୍ଧାଙ୍କ ସମସ୍ୟା ନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଭୋଇ କହିଛନ୍ତି। ସେ ଆହୁରି କହିଛନ୍ତି, ମୃତ ଚତୁର୍ଭୁଜ ଛତିଶଗଡ଼ ରାଜ୍ୟ ଲୁକାପରାର ମୂଳ ବାସିନ୍ଦା। ବୁଙ୍ଗାପାଲି ଗ୍ରାମକୁ ଆସି ଘରଜ୍ୱାଇଁ ଭାବେ ରହୁଥିଲେ। ତାଙ୍କ ଅଳ୍ପ କିଛି ଜମି ରହିଛି। ତାହା ଭାଗଚାଷରେ ଲଗାଇଛନ୍ତି। ସେହିପରି ବାର୍ଦ୍ଧକ୍ୟ ଭତ୍ତା ଏବଂ ଚାଉଳ ପାଉଥିଲେ। ବାର୍ଦ୍ଧକ୍ୟ ଭତ୍ତା, ଚାଉଳ ଏବଂ ଭାଗଚାଷରୁ ଯାହା ମିଳୁଥିଲା, ସେଥିରେ ବୃଦ୍ଧ ଦମ୍ପତି ଚଳୁଥିଲେ ବୋଲି ଭୋଇ କହିଛନ୍ତି। ତେବେ ସକୃତା ଯେଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚତ୍ତ ନ ହେବେ, ସେ ନେଇ ପଦକ୍ଷେପ ନେବା ପାଇଁ ବାରପାହାଡ଼ କୃଷକ ସଙ୍ଗଠନ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ଉଦ୍ୟମ ଜାରି ରଖିବ ବୋଲି ଭୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri